ଠିଆ ହୋଇ ପାଣି ପିଉଥିଲେ ସାବଧାନ୍! ହୋଇପାରେ....

ପାଣି ଆମ ଶରୀର ପାଇଁ ପ୍ରକୃତିର ସବୁଠାରୁ ବଡ଼ ଉପହାର । କିନ୍ତୁ ଏହାକୁ ଭୁଲ୍ ଉପାୟରେ ପିଇବା ଶରୀରକୁ କ୍ଷତି ପହଞ୍ଚାଇପାରେ । କାରଣ ପ୍ରାୟ ଲୋକ ଠିଆ ହୋଇ ତରତର ଭାବେ ପାଣି ପିଇଥାନ୍ତି, ଯାହା ଶରୀର ପାଇଁ ଆଦୌ ଠିକ୍ ନୁହେଁ ।

drink water standing

ପାଣି ପିଇବା ଶରୀର ପାଇଁ ଅନେକ ଫାଇଦା ଆଣିଥାଏ । ବିଶେଷଜ୍ଞଙ୍କ ମତରେ ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ଶରୀରରେ ଜଳଶୁଷ୍କତା ଦେଖା ଦେଇ ନଥାଏ । ଫଳରେ ଅନେକ ରୋଗରଠାରୁ ଦୂରେଇ ରହିବା ସହଜ ହୋଇଥାଏ । କିନ୍ତୁ ଏଥିପାଇଁ ପାଣିକୁ ଠିକ୍ ଉପାୟରେ ପିଇବା ଜରୁରି । ଠିଆ ହୋଇ ପାଣି ପିଇବା ଆଦୌ ଠିକ୍ ନୁହେଁ । ବରଂ ବସିବା ସହ ଧୀରେ ଧୀରେ ପାଣି ପିଇବା ଶରୀର ପାଇଁ ହିତକର । ଠିଆ ହୋଇ ପାଣି ପିଇବା ଦ୍ୱାରା ଶରୀରକୁ ବହୁ କ୍ଷତି ପହଞ୍ଚିଥାଏ ।

କିଡ୍‌ନୀ ସମସ୍ୟା: ଠିଆ ହୋଇ ପାଣି ପିଇବା ଦ୍ୱାରା ବିନା ଫିଲ୍ଟରେସନ୍ରେ ଅଧିକ ଚାପ ଯୋଗୁ ପାଣି ପେଟର ନିମ୍ନ ଭାଗକୁ ଚାଲିଯାଇଥାଏ, ତେଣୁ କିଡ୍ନୀ ସମସ୍ୟାର ଆଶଙ୍କା ବଢିଯାଇପାରେ । ଏହା ପରିବର୍ତ୍ତେ ବସି ପାଣି ପିଇବା ଦ୍ୱାରା ପାଣିକୁ ଶରୀର ଧୀରେ ଧୀରେ ଅବଶୋଷଣ କରିଥାଏ । ଫଳରେ କିଡ୍ନୀ ଉପରେ ଅଧିକ ଚାପ ପଡି ନଥାଏ ।

ପାଚନ ତନ୍ତ୍ର ଧୀମା ହୋଇଚାଲେ: ଠିଆ ହୋଇ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମ ହେବା ପ୍ରକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ଫଳରେ ହଜମ ପ୍ରକ୍ରିୟା ଧୀମା ହୋଇପଡେ । ତା' ସହିତ ଗ୍ୟାସ କିମ୍ବା ବଦ୍‌ହଜମୀ ସମସ୍ୟା ଉପୁଜିପାରେ ।

ମାଂସପେଶୀ ଓ ଗଣ୍ଠି ଉପରେ କୁପ୍ରଭାବ : ଠିଆ ହୋଇ ପାଣି ପିଇବା ଦ୍ୱାରା ସ୍ନାୟୁ ଉପରେ କୁପ୍ରଭାବ ପଡିଥାଏ । ଫଳରେ ଶରୀରରେ ବିଷାକ୍ତ ପଦାର୍ଥର ମାତ୍ରା ବଢିଚାଲେ, ଯାହାର ପ୍ରଭାବ ଅଣ୍ଟା, ମେରୁଦଣ୍ଡ ହାଡ଼ ଯନ୍ତ୍ରଣା ଓ ଗଣ୍ଠି ଧରିବା ପରି ସମସ୍ୟା ସୃଷ୍ଟି କରିଥାଏ ।

ଫୁସ୍‌ଫୁସ୍‌କୁ କ୍ଷତି ପହଞ୍ଚେ: ଠିଆ ହୋଇ ପାଣି ପିଇବା ଦ୍ୱାରା କେବଳ ପାଚନ କ୍ରିୟା ନୁହେଁ, ବରଂ ଫୁସ୍‌ଫୁସ୍‌କୁ ମଧ୍ୟ କ୍ଷତି ପହଞ୍ଚିଥାଏ । ଏହାଦ୍ୱାରା ଜରୁରି ପୋଷକ ତତ୍ତ୍ୱ ଏବଂ ଭିଟାମିନ୍ସ ଲିଭର୍ ଓ ପାଚନ ତନ୍ତ୍ର ପର୍ଯ୍ୟନ୍ତ ପହଞ୍ଚିପାରି ନଥାଏ । ଫଳରେ ହୃଦୟ ଓ ଫୁସ୍‌ଫୁସ୍‌ର ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚିଥାଏ । ଏହା ସହିତ ଅମ୍ଲଜାନ ସ୍ତର ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।

ପାଣି ପିଇବାର ଉପଯୁକ୍ତ ଶୈଳୀ: ପାଣି ପିଇବା ସମୟରେ ବସିବା ସହ ପିଠିକୁ ସିଧା ରଖିବା ଜରୁରି । ଏପରି କରିବା ଦ୍ୱାରା ପୋଷକ ତତ୍ତ୍ୱ ମସ୍ତିଷ୍କ ଯାଏ ପହଞ୍ଚିଥାଏ । ଫଳରେ ମସ୍ତିଷ୍କ ଠିକ୍ ଭାବେ କାମ କରିଥାଏ । କେବଳ ସେତିକି ନୁହେଁ, ପାଚନ ତନ୍ତ୍ର ମଧ୍ୟ ଠିକ୍ ଭାବେ କାମ କରିବା ସହ ବ୍ଲେଟିଂ ସମସ୍ୟା ଦୂର ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତି ଦିନକୁ ୭/୮ ଗ୍ଲାସ୍ ପାଣି ପିଇବା ଆବଶ୍ୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+