କମ୍ ପାଣି ପିଉଥିଲେ ସାବଧାନ ! ଭୋଗିପାରନ୍ତି ଏହିସବୁ ସମସ୍ୟା

ଦିନକୁ କେତେ ଲିଟର ପାଣି ପିଉଛନ୍ତି। ହୁଏତ କେବେ ହିସାବ କରି ପାଣି ପିଉନଥିବେ। ବାସ୍ତବରେ, ମାନବ ଶରୀରର ଦୁଇ ତୃତୀୟାଂଶ(ଲିଙ୍ଗ ଏବଂ ବୟସ ଉପରେ ନିର୍ଭର କରି ପ୍ରାୟ 60% ରୁ 70%) ଜଳ ଆବଶ୍ୟକ କରେ । ଏଥିମଧ୍ୟରୁ ପ୍ରାୟ 85% ମସ୍ତିଷ୍କରେ, ହାଡରେ ପ୍ରାୟ 22%, ଚର୍ମରେ 20%, ମାଂସପେଶୀରେ 75%, ରକ୍ତରେ ପ୍ରାୟ 80% ଏବଂ ଫୁସଫୁସରେ ପ୍ରାୟ 80% ଆବଶ୍ୟକ । ଏହି ସମସ୍ତ ଅଙ୍ଗଗୁଡ଼ିକ ସୁସ୍ଥ ରହିବା ପାଇଁ, ସେମାନଙ୍କର ବିକାଶ ସଠିକ୍ ଭାବରେ ହେବା ପାଇଁ ଶରୀରରେ ଆବଶ୍ୟକ ପରିମାଣର ଜଳ ଉପସ୍ଥିତ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଯଦି ଆମ ଶରୀରରେ ଜଳର ଅଭାବ ନଥାଏ, ତେବେ ଶରୀରର ମେଟାବୋଲିଜିମ୍ ସଠିକ୍ ରହିଥାଏ, ଯେଉଁ କାରଣରୁ ହଜମ ସହିତ ଅନେକ ପ୍ରକାରର ସମସ୍ୟା ଏବଂ ରୋଗ ନିୟନ୍ତ୍ରଣ ହୋଇପାରେ । ଏହା ବ୍ୟତୀତ ଶରୀରରେ ପୋଷକ ତତ୍ତ୍ୱର ଅବଶୋଷଣ ସଠିକ୍ ଭାବରେ କରାଯାଇଥାଏ, ଯେଉଁ କାରଣରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ । ପରିସ୍ରା ସମ୍ବନ୍ଧୀୟ ଏବଂ ରକ୍ତ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା ମିଳିଥାଏ ।

ଏହା ବ୍ୟତୀତ ଶରୀରରେ ଜଳର ସଠିକ ପରିମାଣ ଦ୍ୱାରା ଅମ୍ଳଜାନ ସଠିକ୍ ଭାବେ ପରିଚାଳିତ ହୋଇଥାଏ, ଶରୀରର ତାପମାତ୍ରା ନିୟନ୍ତ୍ରିତ ରହିଥାଏ, ହାଡ ସୁସ୍ଥ ରହିଥାଏ, ଅତ୍ୟାବଶ୍ୟକ ରାସାୟନିକ ପଦାର୍ଥ ଏବଂ ହରମୋନ୍ ଗଠନରେ କୌଣସି ଅସୁବିଧା ହୁଏ ନାହିଁ । ସେଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି, ଋତୁ ନିର୍ବିଶେଷରେ ସମସ୍ତ ଲୋକଙ୍କୁ ପ୍ରତିଦିନ 3-4 ଲିଟର ପାଣି ପିଇବା ଆବଶ୍ୟକ । ଆଉ ଯଦି ପିଉନାହାଁନ୍ତି, ତେବେ ସାଂଘାତିକ ସ୍ବାସ୍ଥ୍ୟ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ।...

୧. ଶରୀରରେ ଆବଶ୍ୟକ ପାଣି ନ ଥିଲେ ଆମର ହଜମ ଠିକ୍‌ରେ ହୋଇ ନ ଥାଏ। ଫଳରେ ଗ୍ୟାସ୍‌ ସମସ୍ୟା ସୃଷ୍ଟି ହୋଇଥାଏ।

୨. କମ ପାଣି ପିଇବା ଦ୍ୱାରା ଶରୀରରେ ସୃଷ୍ଟି ହେଉଥିବା ବ୍ୟାକ୍ଟେରିଆ ବାହାରକୁ ଯାଇପାରି ନ ଥାଏ। ଫଳରେ ମୂତ୍ରାଶୟରେ ଇମ୍ଫେକ୍ସନ ହେବାର ଆଶଙ୍କା ବଢିଯାଇଥାଏ।

୩. କମ ପାଣି ଯୋଗୁଁ ମସ୍ତିଷ୍କକୁ ଅମ୍ଲଜାନ ପ୍ରଦାନ କରିବାରେ ହାର୍ଟକୁ ଅଧିକ ଜୋର ଲଗାଇବାକୁ ପଡିଥାଏ। ଏହାଦ୍ୱାରା ହୃଦ୍‌ସ୍ପନ୍ଦନ ବଢିଯିବା ସହ ଥକ୍କାପଣ ବଢି ଯାଇଥାଏ।

water

୪. କମ ପାଣି ପିଇବା ଦ୍ୱାରା ଆଖିରେ ଡ୍ରାଇନେସ୍‌ ବଢିଥାଏ। ଫଳରେ ଆଖିରେ ପୋଡାଜଳା ହେବା ସହ କୁଣ୍ଡାଇ ହୋଇଥାଏ।

୫. ଏହି କାରଣରୁ ମସ୍ତିଷ୍କକୁ ପର୍ଯ୍ୟାପ୍ତ ଶକ୍ତି ମିଳି ନ ଥାଏ। ଫଳରେ କାମ କରିବାକୁ ମସ୍ତିଷ୍କକୁ ଅଧିକ ଜୋର ଲଗାଇବାକୁ ପଡ଼ିଥାଏ। ଏପରି ହେଲେ ହାଲିଆ ଲାଗିଥାଏ।

୬. ପାଣି କମ ପିଇବା ଦ୍ୱାରା ଶରୀରରେ ଏନର୍ଜି ସ୍ତର କମି ଯାଇଥାଏ। ଫଳରେ ମୁଣ୍ଡ ବୁଲାଇ ଥାଏ।

୭. କମ ପାଣି ଯୋଗୁଁ ମସ୍ତିଷ୍କ ଠିକ୍‌ରେ କାମ କରି ନ ଥାଏ ଓ ମୁଣ୍ଡବିନ୍ଧା ପରି ସମସ୍ୟା ଦେଖା ଦେଇଥାଏ।

୮. ପାଣି ଅଭାବରୁ ଶରୀରରେ ଜଳୀୟ ଅଂଶ କମିଯାଇଥାଏ। ଫଳରେ ଚର୍ମ ଶୁଷ୍କ ପଡିଯିବା ସହ ରୁଖା ହୋଇଯାଇଥାଏ।

୯. ଆମ ଶରୀରର ୭୦ ପ୍ରତିଶତ ହେଉଛି ପାଣି। କମ ପାଣି ପିଇବା ଦ୍ୱାରା ଶରୀରର ପ୍ରାୟ ସବୁ ଅଂଶ ଠିକ୍‌ରେ କାମ କରି ନ ଥାଏ। ଫଳରେ କୌଣସି କାମରେ ମନ ଲାଗି ନ ଥାଏ।

୧୦. ପାଣି କମ ପିଇବା ଦ୍ୱାରା ମୁହଁରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ। ଏହାଦ୍ୱାରା ମୁହଁରୁ ଦୁର୍ଗନ୍ଧ ବାହାରିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+