ସ୍ମାର୍ଟ ୱାଚ ପିନ୍ଧୁଥିଲେ ହୋଇ ଯାଆନ୍ତୁ ସାବଧାନ ! ହୋଇପାରେ ଏହି ମାରାତ୍ମକ ରୋଗ

ବର୍ତ୍ତମାନ ସମୟରେ ସ୍ମାର୍ଟ ୱାଚ୍ ଅଧିକାଂଶ ଲୋକଙ୍କ ପସନ୍ଦ ପାଲଟିଛି । ପ୍ରତ୍ୟେକ ଦିନ ଏହାକୁ ବ୍ୟବହାର କରୁଛନ୍ତି ଆଜିର ଯୁବପିଢୀ । କିନ୍ତୁ ଏହି ସ୍ମାର୍ଟ ୱାଚ୍ ବିଭିନ୍ନ ପ୍ରକାରର ବିପଦର କାରଣ ହୋଇପାରେ ।

smart watch

ଆଧୁନିକ ଟେକନୋଲୋଜି ଏବଂ ବେଶ୍ ଉପକାରୀ ଏହି ଗ୍ୟାଜେଟ ମଣିଷ ଜୀବନ ପ୍ରତି ବିପଦ ହୋଇପାରେ । ଫିଟନେସ ଟ୍ରାକ କରିବା ଏବଂ ଶରୀରର ବିଭିନ୍ନ ପରିବର୍ତ୍ତନକୁ ତଦାରଖ କରିବାରେ ସ୍ମାର୍ଟ ୱାଚ୍ ସର୍ବଶ୍ରେଷ୍ଠ ଗ୍ୟାଜେଟ ପାଲଟିଛି ।

କ୍ୟାନସର: ସ୍ମାର୍ଟ ୱାଚ୍ ପ୍ରାୟତଃ ଶରୀରର ପରିବର୍ତ୍ତନ ତଦାରଖ କରିବା ପାଇଁ ଏବଂ ଷ୍ଟାଇଲ ପାଇଁ ପିନ୍ଧୁଥିଲେ ମଧ୍ୟ ଏହା ରୋଗର କାରକ ହୋଇପାରେ । ଲଗାତାର ଭାବରେ ସ୍ମାର୍ଟ ୱାଚ୍ ପିନ୍ଧିବା କ୍ୟାନସର ଭଳି ରୋଗର କାରଣ ହୋଇପାରେ ।

ସ୍ମାର୍ଟ ୱାଚ୍ ଏବଂ ଫିଟନେସ ବ୍ୟାଣ୍ଡରେ ଭିନ୍ନ ଧରଣର ହାନିକାରକ ବ୍ୟାକ୍ଟେରିଆ ରହିଥାଏ । ୱାଚ୍ ର ବ୍ୟାଣ୍ଡରେ ଏକ ଏସିଡ ରହିଥାଏ । ଏହି ଏସିଡରେ ହିଁ ବ୍ୟାକ୍ଟେରିଆ ରହୁଥିବା ଜଣାଯାଇଛି । ୧୨ ଘଣ୍ଟାରୁ ଅଧିକ ସମୟ ଏହାକୁ ବ୍ୟବହାର କଲେ କ୍ୟାନସର ହେବାର ଆଶଙ୍କା ରହିଥାଏ ।

କିପରି ହୁଏ ରୋଗ: ଏହାକୁ PFHxA ଏସିଡ କୁହାଯାଏ। ଏହା ଝାଳର ସଂସ୍ପର୍ଶରେ ଆସିଲେ PFHxA ଲମୋ ଛିଦ୍ରକୁ ଚାଲିଯାଇଥାଏ। ଏଥିରୁ ପ୍ରାୟ ୫୦% ଏସିଡ ତ୍ଵଚା ଭିତରକୁ ଚାଲି ଯାଇଥାଏ ଏବଂ ଏକ ତୃତୀୟାଂଶ ରକ୍ତରେ ମିଶିଥାଏ। ଏହିଭଳି କ୍ଷତିକାରକ କେମିକାଲ ରକ୍ତରେ ମିଶିବା ଦ୍ଵାରା କ୍ୟାନସର ଭଳି ରୋଗ ଭବିଷ୍ୟତରେ ହେଇପାରେ।

ସ୍ମାର୍ଟ ୱାଚ୍ ର ବ୍ୟବହାର: ଫିଟନେସ ଏବଂ ଓଜନ ହ୍ରାସ ଇତ୍ୟାଦି ପରିବର୍ତ୍ତନକୁ ତଦାରଖ କରିବାରେ ସ୍ମାର୍ଟ ୱାଚ୍ ବେଶ୍ ସହାୟକ ହୋଇଥାଏ । ଏଥିରେ ଟେକନୋଲୋଜି ପ୍ରମୁ ଭୂମିକା ତୁଲାଇଥାଏ । ଫିଟନେସ ଟ୍ରାକର ଜଣେ ବ୍ୟକ୍ତିଗତ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+