ସାବଧାନ ! ରାତିରେ ବାରମ୍ବାର ପରିସ୍ରା ମାଡ଼ୁଛି କି, ହୋଇପାରେ ଏହି ମାରାତ୍ମକ ରୋଗର ଲକ୍ଷଣ

ପରିସ୍ରା ଶରୀରର ଏକ ସ୍ବାଭାବିକ ପ୍ରକ୍ରିୟା । ଏହାଦ୍ବାରା ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାରିଥାଏ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ । ତେବେ ବାରମ୍ବାର ପରିସ୍ରା ଲାଗିବା ଆଦୌ ସ୍ବାଭାବିକ ହୋଇନପାରେ ବରଂ କିଛି ସ୍ବାସ୍ଥ୍ୟ ସମସ୍ୟାର ସଂକେତ ହୋଇପାରେ । ଦିନକୁ 8 ଥରରୁ ଅଧିକ ପରିସ୍ରା ହେବା କୌଣସି ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇଥାଏ ବୋଲି ବିଶେଷଜ୍ଞ ଅନୁମାନ କରନ୍ତି । ଏହା ଉଭୟ ଦିନ ଏବଂ ରାତିରେ ହୋଇଥାଏ । ଏହି ସମସ୍ୟାକୁ Urgent Urination କିମ୍ବା Overactive Bladder (ଅଭରଆକ୍ଟିଭ ବ୍ଲାଡର) କୁହାଯାଏ ।

urination

ଆମ ମଧ୍ୟରୁ ଅନେକ ଲୋକ ସ୍ବାଭାବିକଠାରୁ ଅଧିକ ପରିସ୍ରା କରିଥାନ୍ତି । ବୃଦ୍ଧ ଲୋକଙ୍କଠାରେ ଏହି ସମସ୍ୟା ସାଧାରଣ ହୋଇଥାଏ । କିନ୍ତୁ ଏନେଇ ବିଶେଷଜ୍ଞଙ୍କ କହିବା କଥା, ଯଦି କମ୍ ବୟସରେ ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗୁଛି କିମ୍ବା 8ରୁ ଅଧିକ ଥର ପରିସ୍ରା ହେଉଛି ତାହେଲେ ଏହାକୁ ଅଣଦେଖା କରିବା ଅନୁଚିତ୍ ।

ବାରମ୍ବାର ପରିସ୍ରା ଆସିବାର ଅନେକ କାରଣ ହୋଇପାରେ, ଯେପରିକି ମୂତ୍ରନଳୀ ସଂକ୍ରମଣ, ପ୍ରୋଷ୍ଟେଟ ଗ୍ଲାଣ୍ଡ ବୃଦ୍ଧି, ଗର୍ଭାବସ୍ଥା, ମଧୁମେହ କିମ୍ବା ଓଭରଆକ୍ଟିଭ ବ୍ଲାଡର । ବୟସ୍କ ଲୋକମାନଙ୍କୁ ଓଭରଆକ୍ଟିଭ ବ୍ଲାଡର ବା ଅତିସକ୍ରିୟ ମୂତ୍ରାଶୟ ହେବାର ସମ୍ଭାବନା ଅଧିକ ଥାଏ । ପ୍ରୋଷ୍ଟେଟ ବୃଦ୍ଧି, ମୂତ୍ରନଳୀ ଉପରେ ଚାପ ପକାଇ ଏବଂ ଏହାକୁ ଅବରୋଧ କରି ମୂତ୍ର ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ । ଯଦି ଆପଣ ଦିନକୁ 8ରୁ ଅଧିକ ଥର ପରିସ୍ରା କରୁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

ମୂତ୍ରାଶୟରେ ପ୍ରଦାହ: ବିଶେଷଜ୍ଞଙ୍କ କହିବା କଥା, ମୂତ୍ରାଶୟରେ ପ୍ରଦାହ ଭଳି ସମସ୍ୟା ଥିବା ଲୋକଙ୍କୁ ପରିସ୍ରା କରିବାରେ ସମସ୍ୟା ହୋଇଥାଏ । ସେଥିପାଇଁ ବାରମ୍ବାର ପରିସ୍ରା ଲାଗୁଥିବା ଦେଖାଯାଏ । ଏହାବ୍ୟତୀତ ଯଦି ମୂତ୍ରର ରଙ୍ଗ ଗାଢ ଓ ଦୁର୍ଗନ୍ଧଯୁକ୍ତ ହୋଇଥାଏ ତେବେ ଏହା ସଂକ୍ରମଣର ଲକ୍ଷଣ ହୋଇପାରେ । କିଛି ଲୋକଙ୍କଠାରେ ଏହି ଲକ୍ଷଣ କିଛି ଦିନ ପରେ ଆପେ ଆପେ କମିଯାଏ । ତେବେ ପରିସ୍ରା ସମୟରେ ଜୋରରେ ପୋଡାଜଳା ହେଉଥିଲେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ହାଇ ବ୍ଲଡପ୍ରେସର: ହାଇ ବ୍ଲଡପ୍ରେସର ଥିବା ଲୋକଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ । 2016ରେ ହାଇପରଟେନସନ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଥିଲା ଯେ, ହାଇ ବ୍ଲଡପ୍ରେସର ଥିବା ଲୋକଙ୍କୁ ରାତିରେ ବାରମ୍ବାର ପରିସ୍ରା ଲାଗିବାର ସମ୍ଭାବନା ଅଧିକ ରହିଥାଏ ।

ପ୍ରୋଷ୍ଟେଟ ଗ୍ରନ୍ଥି ବୃଦ୍ଧି: 50 ବର୍ଷରୁ ଅଧିକ ବୟସର ପୁରୁଷଙ୍କ ମଧ୍ୟରେ ପ୍ରୋଷ୍ଟେଟ ଗ୍ରନ୍ଥି ବଢିବା ସାଧାରଣ କଥା । କିଛି କାରଣରୁ କମ୍ ବୟସରୁ କେତେକ ପୁରୁଷଙ୍କଠାରେ ଏହି ସମସ୍ୟା ହୋଇଥାଏ । ପ୍ରୋଷ୍ଟେଟ ଗ୍ରନ୍ଥି ମୂତ୍ରଦ୍ବାର ନିକଟରେ ରହିଥାଏ । ଏହା ମଧ୍ୟ ବାରମ୍ବାର ପରିସ୍ରା ଲାଗିବାର କାରଣ ହୋଇପାରେ ।

ମହିଳାଙ୍କ ମଧ୍ୟରେ ସମସ୍ୟା: ଋତୁବିରତି ବା ମେନୋପଜ ନାରୀ ଜୀବନର ଏକ ସ୍ବାଭାବିକ ପ୍ରକ୍ରିୟା । ବୟସ ବୃଦ୍ଧି ସହିତ ଏହି ପରିବର୍ତ୍ତନ ଆସିଥାଏ । କୁହାଯାଏ ଯେ, ମେନୋପଜ ସମୟରେ ଋତୁସ୍ରାବ ବନ୍ଦ ହେବା ଯୋଗୁଁ ମହିଳାଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ । ଏହି ସମୟରେ ମହିଳାଙ୍କ ଶରୀରରେ ଏଷ୍ଟ୍ରୋଜନ ସ୍ତର କମ୍ ହୋଇଯାଏ । ଏହାର ପ୍ରଭାର ମୂତ୍ର ପ୍ରଣାଳୀ ଓ ହରମୋନାଲ ପରିବର୍ତ୍ତନ ଉପରେ ପଡିଥାଏ । ଏହାବ୍ୟତୀତ ମହିଳାଙ୍କୁ ବାରମ୍ବାର ପରିସ୍ରା ଲାଗିବାର ଆହୁରି ଅନେକ କାରଣ ଥାଏ ଯେପରିକି ପେଲଭିକ ମାଂସପେଶୀ ଦୁର୍ବଳତା, ମେଦବହୁଳତା, ଔଷଧ ପାର୍ଶ୍ବପ୍ରତିକ୍ରିୟା ଇତ୍ୟାଦି ।

ପେଲଭିକ ଫ୍ଲୋର ମାଂସପେଶୀ ସମସ୍ୟା: ଶରୀରରେ ପେଲଭିକ ଫ୍ଲୋର ମାଂସପେଶୀ ବୟସ ସହିତ ମହିଳା ଓ ପୁରୁଷଙ୍କଠାରେ କମ୍ ବିକଶିତ ହୋଇଥାଏ । ଏହାଦ୍ବାରା ବାରମ୍ବାର ପରିସ୍ରା ଲାଗିଥାଏ । ବିଶେଷକରି ମହିଳାଙ୍କ ମଧ୍ୟରେ ପ୍ରଜନନ, ମୂତ୍ର ଅଙ୍ଗ ନିର୍ମାଣ, ପ୍ରସବ, ମାସିକ ଋତୁସ୍ରାବ ପରେ ହରମୋନାଲ ପରିବର୍ତ୍ତନ ଏଥିରେ ଯୋଗଦାନ କରିଥାଏ ।

ପ୍ରତିଦିନ କେତେ ପାଣି ପିଇବେ: ଅନେକ ଲୋକ ଭାବନ୍ତି ସୁଗାର ସମସ୍ୟା ଯୋଗୁଁ ବାରମ୍ବାର ପରିସ୍ରା ହୋଇଥାଏ । ହେଲେ ଏହାବ୍ୟତୀତ ପାଗ ପରିବର୍ତ୍ତନ ଓ ଅଧିକ ପାଣି ପିଇବା ଦ୍ବାରା ମଧ୍ୟ ଅଧିକ ପରିସ୍ରା ଲାଗିଥାଏ । ସେଥିପାଇଁ କୁହାଯାଏ ଦୈନିକ ଦୁଇରୁ ଅଢେଇ ଲିଟର ପାଣି ପିଇବା ଠିକ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+