ସାବଧାନ ! ରାତିରେ ଖାଉଛନ୍ତି କି ଏହି ୫ ଫଳ, ହୋଇପାରେ ଘାତକ

ଫଳ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ମାତ୍ର ଏପରି କିଛି ଫଳ ରହିଛି, ଯାହାକୁ ଖାଇବା ପାଇଁ ନିର୍ଦ୍ଦିଷ୍ଟ ସମୟ ରହିଛି। ସେପରି କେତେକ ଫଳ ବିଷୟରେ ଜାଣନ୍ତୁ, ଯାହାକୁ ରାତିରେ ସେବନ କରିବା ଦ୍ୱାରା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଶୋଇବା ପୂର୍ବରୁ କେଉଁ ଫଳ ଖାଇବା ଉଚିତ୍ ନୁହେଁ ଜାଣନ୍ତୁ..

fruits

ଅଙ୍ଗୁର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହା ସ୍ୱାଦିଷ୍ଟ ମଧ୍ୟ। ମାତ୍ର ରାତିରେ ଶୋଇବା ପୂର୍ବରୁ ଅଙ୍ଗୁର ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ରାତିରେ ଅଙ୍ଗୁର ଖାଇବା ଦ୍ୱାରା ଛାତିରେ ଜଳାପୋଡା ଭଳି ଅନୁଭବ ହେବା ସହ ରକ୍ତରେ ଶର୍କରା ବଢିବାର ସମ୍ଭାବନା ଅଧିକ ଥାଏ।

ରାତିରେ ଶୋଇବା ପୂର୍ବରୁ ତରଭୁଜ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ବିଶେଷଜ୍ଞଙ୍କ ମତାନୁସାରେ ରାତିରେ ତରଭୁଜ ଖାଇବା ଦ୍ୱାରା ବାରମ୍ବାର ପରିଶ୍ରା ଲାଗି ଥାଏ। ଭଲ ନିଦ ହୋଇନଥାଏ।

କମଳା ଭିଟାମିନ୍ ସିରେ ଭରପୁର। ମାତ୍ର ରାତିରେ ଏହାକୁ ଖାଇବା ଦ୍ୱାରା ବ୍ୟସ୍ତତା ଅନୁଭବ ହେବା ସହ ପେଟରେ ଯନ୍ତ୍ରଣା ହୋଇଥାଏ।

ପିଜୁଳିରେ ଭରପୁର ମାତ୍ରାରେ ଫାଇବର ରହିଛି। ଏହାର ସେବନ ଦ୍ୱାରା ଓଜନ ହ୍ରାସ ହୋଇଥାଏ। ରାତିରେ ଏହାକୁ ଖାଇବା ଦ୍ୱାରା ଖାଦ୍ୟ ହଜମରେ ସମସ୍ୟା ହେବା ସହ ପେଟରେ ଯନ୍ତ୍ରଣା ହୋଇଥାଏ।
କଦଳୀ ନିୟମିତ ଖାଇବା ଦ୍ୱାରା ଶରୀରକୁ କ୍ୟାଲୋରୀ ମିଳିଥାଏ। ବିଶେଷଜ୍ଞଙ୍କ ମତାନୁସାରେ କଦଳୀରେ ପ୍ରାୟ ୧୫୦ କ୍ୟାଲୋରୀ ଥାଏ। ରାତିରେ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+