ସାବଧାନ ! ପ୍ଲାଷ୍ଟିକ ଜିନିଷରେ ଖାଉଛନ୍ତି କି ଖାଦ୍ୟ, କ୍ୟାନ୍ସର ଭଳି ହୋଇପାରେ ମାରାତ୍ମକ ରୋଗ
ଆଧୁନିକ ଯୁଗରେ କେବଳ ଲୋକଙ୍କ ଜୀବନଶୈଳୀ ବଦଳିନାହିଁ ବରଂ ସେମାନଙ୍କର ଖାଦ୍ୟପେୟ ଅଭ୍ୟାସ ମଧ୍ୟ ବଦଳିଛି । ପୂର୍ବରୁ ଲୋକମାନେ ଘରେ ସଦ୍ୟ ପ୍ରସ୍ତୁତ ଶୁଦ୍ଧ ଖାଦ୍ୟ ଖାଉଥିଲେ କିନ୍ତୁ ଏବେ ବାହାରେ ଖାଇବାର ଧାରା ଆରମ୍ଭ ହୋଇଛି । ଏପରିକି ଲୋକମାନେ ପ୍ରତିଦିନର ଖାଦ୍ୟ ପାଇଁ ରେଷ୍ଟୁରାଣ୍ଟ ଉପରେ ନିର୍ଭର କରିବା ଆରମ୍ଭ କରିଦେଲେଣି ।

ବାହାରେ ଖାଇବା କେବଳ ଅସ୍ୱାସ୍ଥ୍ୟକର ନୁହେଁ, ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଏହାକୁ ପ୍ୟାକ୍ କରାଯାଇଥିବା ପାତ୍ରଗୁଡ଼ିକ ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଅଧ୍ୟୟନ ଅନୁଯାୟୀ ପ୍ଲାଷ୍ଟିକ୍ ପାତ୍ରରେ ପ୍ୟାକ୍ ହୋଇଥିବା ଖାଦ୍ୟ ଖାଇବା ଦ୍ୱାରା ହୃଦଘାତର ଆଶଙ୍କା ବଢ଼ିବାର ସମ୍ଭାବନା ରହିଥାଏ ।
କଞ୍ଜେଷ୍ଟିଭ୍ ହାର୍ଟ ଫେଲ୍ୟୁଅର କ'ଣ?- ରିପୋର୍ଟ ଅନୁଯାୟୀ, କଞ୍ଜେଷ୍ଟିଭ୍ ହାର୍ଟ ଫେଲ୍ୟୁଅର (CHF) ଏକ ଏପରି ଅବସ୍ଥା ଯେଉଁଥିରେ ହୃଦୟ ଶରୀରର ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ ରକ୍ତ ପମ୍ପ କରିପାରେ ନାହିଁ। ଏହାକୁ ହୃଦଘାତ ମଧ୍ୟ କୁହାଯାଏ। ଏଥିରେ ସମୟ ସହିତ ଫୁସଫୁସ ଏବଂ ଗୋଡରେ ରକ୍ତ ଏବଂ ତରଳ ପଦାର୍ଥ ଜମା ହେବା ଆରମ୍ଭ ହୋଇଥାଏ ।
ହାର୍ଟ ଆଟାକ୍ ଆଶଙ୍କା ବୃଦ୍ଧି- ଏହି ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ପ୍ଲାଷ୍ଟିକ୍ ପାତ୍ରରେ ପ୍ୟାକିଂ ହୋଇଥିବା ଖାଦ୍ୟ CHF ର ବିପଦ ବଢ଼ାଇପାରେ । ଗବେଷକମାନେ କହିଛନ୍ତି ଯେ ସେମାନେ ଏହା ପଛରେ ଥିବା କାରଣ ମଧ୍ୟ ଆବିଷ୍କାର କରିଛନ୍ତି, ଯାହା ହେଉଛି ଅନ୍ତନଳୀ ବାୟୋମରେ ପରିବର୍ତ୍ତନ ଶରୀରରେ ପ୍ରଦାହ ସୃଷ୍ଟି କରେ, ଯାହା ରକ୍ତ ସଞ୍ଚାଳନ ପ୍ରଣାଳୀକୁ କ୍ଷତି ପହଞ୍ଚାଏ ।












Click it and Unblock the Notifications