ସାବଧାନ ! ଗରମ ଚା ପିଇଲେ ହେବ କ୍ୟାନ୍ସର, ଗବେଷଣାରୁ ଆସିଲା ଆଶ୍ଚର୍ଯ୍ୟ କଲା ପରି ରିପୋର୍ଟ
ଅଧିକାଂଶ ଲୋକ ଗରମା ଗରମ ଚା'ରୁ ସେମାନଙ୍କ ଦିନର ଆରମ୍ଭ କରନ୍ତି। ଚା' ବିନା ସବୁ ଅଧୁରା ଲାଗେ । ଦିନରେ ଅଧିକ ଥର ସେମାନେ ଚା' ପିଇବାକୁ ପସନ୍ଦ କରନ୍ତି। ହେଲେ ଅଧିକ ଗରମ ଚା' ପିଇବା ଦ୍ୱାରା ଆମ ଶରୀର ଉପରେ ଏହା କୁପ୍ରଭାବ ପକାଇଥାଏ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଚା' କିମ୍ବା କଫି ପରି ଅତ୍ୟଧିକ ଗରମ ପାନୀୟ କ୍ୟାନସର୍ର କାରଣ ହୋଇପାରେ। ଏକ ଅଧ୍ୟୟନରୁ ଏହା ଜଣାପଡିଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଚା' ଓ କଫି ପରି ଗରମ ପାନୀୟକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଯେଉଁଥିରେ ଅତ୍ୟଧିକ ଗରମ ଚା' ପିଇବା ଦ୍ୱାରା ଏହା ଖାଦ୍ୟନଳୀ ବା ଓସୋଫାଗାଲରେ କର୍କଟ ରୋଗ ସୃଷ୍ଟି କରିପାରେ ବୋଲି ଜଣାପଡିଛି। ଏହି ମେଟା-ଆନାଲିସିସ୍ ଦର୍ଶାଇଥିଲା ଯେ ଗରମ ଚା' ପିଉଥିବା ବ୍ୟକ୍ତିଙ୍କ କ୍ଷତ୍ରରେ ଓସୋଫାଗାଲ୍ ସ୍କ୍ୱାମସ୍ ସେଲ୍ କାରସିନୋମା (ESCC) ହେବାର ଆଶଙ୍କା ଅଧିକ ଥିଲା, କିନ୍ତୁ ଓସୋଫାଗାଲ୍ ଆଡେନୋକାର୍କିନୋମା (EAC)ନେଇ ସେପରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଲା ନାହିଁ ।

ଦକ୍ଷିଣ କୋଲକାତାର ଏମ୍ଡି କ୍ଲିନିକ୍ ଆଣ୍ଡ ହେଲଥ କେୟାର ପ୍ରତିଷ୍ଠାତା ତଥା ପରାମର୍ଶଦାତା ଡାକ୍ତର ଆନନ୍ଦମୋ ଦତ୍ତାଙ୍କ ସୂଚନା ଅନୁଯାୟୀ, ଅତ୍ୟଧିକ ଗରମ ପାନୀୟ ପିଇବା ନିଶ୍ଚିତ ଭାବରେ ବିପଦକୁ ନିମନ୍ତ୍ରଣ କରିବା ପରି। ଏହା ବିପଦପୂର୍ଣ୍ଣ। ଏହା ଓସୋଫାଗାଲ୍ କର୍କଟ ସୃଷ୍ଟି କରିପାରେ। ତେବେ ଏନେଇ ଅଧିକ ଗବେଷଣା ଚାଲିଛି। ଯେତେବେଳେ ଆମେ ଅତ୍ୟଧିକ ଗରମ ଖାଦ୍ୟ କିମ୍ୱା ପାନୀୟ ସେବନ କରନ୍ତି ସେତେବେଳେ ଆମ ମୁଖଗହ୍ୱର ଓ ଖାଦ୍ୟନଳୀ ଉତ୍ତାପର ଶିକାର ହୋଇଥାଏ। ବାରମ୍ୱାର ଏହିପରି ଉଚ୍ଚ ତାପମାତ୍ରା ସଂସ୍ପର୍ଶରେ ଆସିଲେ କ୍ରନିକ୍ ସମସ୍ୟା, ସେଲୁଲାର୍ କ୍ଷତି ଓ ଶେଷରେ କର୍କଟ ରୋଗ ହେବାର ସମ୍ଭାବନା ବଢିଯାଇଥାଏ।












Click it and Unblock the Notifications