ସାବଧାନ ! ଖାଇବା ପରେ ତୁରନ୍ତ କରନ୍ତୁ ନାହିଁ ଏହି ସବୁ ଭୁଲ, ସ୍ବାସ୍ଥ୍ୟ ଉପରେ ପଡିପାରେ ବଡ ପ୍ରଭାବ

ଅଧିକ କାମ ଯୋଗୁଁ ଲୋକେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଏଥିଯୋଗୁଁ ଆମ ଶରୀରର ଅନେକ ସିଷ୍ଟମ ପ୍ରଭାବିତ ହେବାକୁ ଲାଗେ। ଶରୀରକୁ ସୁସ୍ଥ ରଖିବା ପାଇଁ ସର୍ବଦା ପୋଷକ ତତ୍ତ୍ବରେ ଭରପୁର ଖାଦ୍ୟ ଖାଇବା ଉଚିତ। ଏହା ବ୍ୟତୀତ ଅନେକ ଜିନିଷ ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ। ଯେପରିକି ଭୋଜନ କରିବା ପରେ କ'ଣ ସବୁ ନକରିବା ଉଚିତ ସେ ନେଇ ମଧ୍ୟ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ। ନଚେତ ଆମ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡିବାକୁ ଲାଗେ।

health tips

-ପୋଷକ ତତ୍ତ୍ବର ସବୁଠୁ ଭଲ ସ୍ରୋତ ହେଉଛି ଫଳ। କିନ୍ତୁ ଖାଦ୍ୟ ଖାଇବା ପରେ ଫଳ ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହାଦ୍ବାରା ପାଚନ କ୍ରିୟା ପ୍ରଭାବିତ ହୋଇଥାଏ। ହଜମ ଶକ୍ତି କମିଯାଏ। ଫଳରେ ପେଟ ଜନିତ ସମସ୍ୟା ସୃଷ୍ଟି ହୁଏ। ତେଣୁ ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଫଳ ଖାଆନ୍ତୁ ନାହିଁ। ଖାଲି ପେଟ କିମ୍ବା ଭୋଜନ କରିବାର କିଛି ସମୟ ପରେ ଫଳ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ।

ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ବ୍ୟାୟାମ କରନ୍ତୁ ନାହିଁ। ଏଭଳି କଲେ ଅସୁବିଧା ହୋଇପାରେ। ପେଟ ଯନ୍ତ୍ରଣା ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟା ସୃଷ୍ଟି ହୋଇପାରେ।

-ଭୋଜନ କରିବା ପାରେ ଧୂମପାନ କରିବା ସ୍ବାସ୍ଥ୍ୟ ପାଇଁ ହାନୀକାରକ । ତମାଖୁରେ ଥିବା ନିକୋଟିନ ଅକ୍ସିଜେନ ସହ ମିଶି ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଫଳରେ ଶରୀରରେ ଅନେକ ଗୁଡିଏ ସମସ୍ୟା ଦେଖାଦିଏ। ରକ୍ତ ସଂଚାଳନରେ ବାଧା ଦେବା ସହ ଶରୀରରେ ଅକ୍ସିଜେନର ଅଭାବ ସୃଷ୍ଟି କରିବା ସହ ଅନ୍ତନଳୀ କ୍ୟାନସର ହେବା ଭଳି ବିପଦ ରହିଥାଏ।

ଅଧିକାଂଶ ଲୋକ ଖାଦ୍ୟ ଖାଇବା ପରେ ଶୋଇବା ପାଇଁ ପସନ୍ଦ କରନ୍ତି। କିନ୍ତୁ ଏହି ଅଭ୍ୟାସ ସ୍ବାସ୍ଥ୍ୟ ପାଇଁ ହାନୀକାରକ । ପ୍ରକୃତରେ ଖାଇବା ପରେ ହଜମ ହେବା ପାଇଁ ଅଧିକ ସମୟ ଲାଗେ। ଏଭଳି ସ୍ଥିତିରେ ନିଦ ଆମ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ। ଏଥିପାଇଁ ଅଧିକାଂଶ ଲୋକଙ୍କ ଶୋଇକି ଉଠିବା ପରେ ପେଟ ଫୁଲିବା, ଶରୀରରେ ଯନ୍ତ୍ରଣା ଭଳି ସମସ୍ୟା ଦେଖା ଦେଇଥାଏ।

-ଗାଧୋଇବା ପରେ ଶରୀରକୁ ଆରାମ ମିଳେ। କିନ୍ତୁ ଖାଦ୍ୟ ଖାଇବା ପରେ ଗାଧୋଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାର । ପ୍ରକୃତରେ ଖାଦ୍ୟ ଖାଇବା ପରେ ପାଚନ ତନ୍ତ୍ର କାମ କରିବା ଆରମ୍ଭ କରେ । ଏଭଳି ସ୍ଥିତିରେ ଯଦି ଆମେ ଗାଧୋଇବା ତେବେ ଆମ ପାଚନ କ୍ରିୟା ଧିମା ପଡିଯାଇଥାଏ। ତେଣୁ ଗାଧୋଇବା ପରେ ହିଁ ଭୋଜନ ଗ୍ରହଣ କରିବା ଉଚିତ।

-ସେହିପରି ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ। ଏଭଳି କରିବା ଦ୍ବାରା ପେଟ ଯନ୍ତ୍ରଣା, ଗ୍ୟାସ ଏବଂ ଆସିଡିଟ ଭଳି ସମସ୍ୟା ଦେଖାଦେଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+