ସାବଧାନ ! ଆଇସକ୍ରିମ ଖାଇବା ପରେ କରୁଛନ୍ତି ଏମିତି ଭୁଲ , ହୋଇପାରେ ସାଙ୍ଘାତିକ

ଆଇସକ୍ରିମ ଖାଇବା ସଭିଁଙ୍କୁ ପସନ୍ଦ। ଅନେକ ସମୟରେ ଏପରି ଦେଖାଯାଏ, କିଛି ଲୋକେ ଆଇସକ୍ରିମ ଖାଇବା ପରେ ପାଣି ପିଇ ଥାଆନ୍ତି। ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ice cream

ଆଇସକ୍ରିମ ଖାଇବା ପରେ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ।

ଖରାଦିନ ଆସିବା ମାତ୍ରେ ଲୋକେ ଥଣ୍ଡା ଜିନିଷ ଖାଇବା ଆରମ୍ଭ କରିଥାଆନ୍ତି। ତାହା ଥଣ୍ଡା ଜାତୀୟ ପାନୀୟ ହେଉ କିମ୍ବା ଖାଦ୍ୟ। ବିଶେଷ କରି ଲୋକେ ଖରାଦିନେ ବିଭିନ୍ନ ମୃଦ୍ୟୁପାନୀୟ, ଫଳ ରସ, ଲସି, ଶ୍ରୀଖଣ୍ଡ, ଆଇସକ୍ରିମ ଖାଇବାକୁ ପସନ୍ଦ କରିଥାଆନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଆଇସକ୍ରିମ ଖାଇବା ପରେ ଏପରି କେତେକ ଜିନିଷ ରହିଛି,ଯାହାର ସେବନ କରିବା ଉଚିତ୍‌‌ ନୁହେଁ।
ଆଇସକ୍ରିମ ଖାଇବା ପରେ ଥଣ୍ଡା ପାଣି କିମ୍ବା ସାଧାରଣ ପାଣି ପିଅନ୍ତୁ ନାହିଁ। ଏହାଦ୍ୱାରା ପେଟରେ ଯନ୍ତ୍ରଣା, ଗ୍ୟାଷ୍ଟ୍ରିକ, ଏସିଡିଟି ଆଦି ସମସ୍ୟା ହୋଇଥାଏ।

ସେହିପରି ଆଇସକ୍ରିମ ଖାଇବା ପରେ କୌଣସି ଗରମ ପଦାର୍ଥ କିମ୍ବା ଉଷୁମ ପଦାର୍ଥ ମଧ୍ୟ ଖାଆନ୍ତୁ ନାହିଁ। ଯେପରି ଚା',କଫି, ସୁପ୍‌‌, ଗ୍ରୀନ୍‌‌ ଟି।

ଆଇସକ୍ରିମ ଖାଇବା ପରେ କମଳା, ଲେମ୍ବୁ ପାଣି, ଅଙ୍ଗୁର ଆଦି ଫଳ ଖାଆନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ଆଇସକ୍ରିମ ଖାଇବା ପରେ ମଟନ, ବଟର, ଘିଅ ଜାତୀୟ ଜିନିଷ, ବିରିୟାନୀ, ଜଙ୍କ୍‌‌ ଫୁଡ୍‌‌ ଆଦି ଖାଇବା ଉଚିତ ନୁହେଁ।

ଆବଶ୍ୟକତା ଠାରୁ ଅଧିକ ଆଇସକ୍ରିମର ସେବନ କରନ୍ତୁ ନାହିଁ। ଆଇସକ୍ରିମ ଖାଇବା ପରେ ୪୦ ମିନିଟ୍‌‌ ପର୍ଯ୍ୟନ୍ତ ଅନ୍ୟ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+