ସାବଧାନ ! ଭୁଲରେ କ୍ଷୀର ସହ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ଜାଣନ୍ତୁ କଣ କଣ

ସବୁଠାରୁ ଅଧିକ ରୋଗ ଖାଦ୍ୟପେୟ ଓ ପରିବର୍ତ୍ତନଶୀଳ ଜୀବନଶୈଳୀ କାରଣରୁ ହୋଇଥାଏ । ବିଶେଷ କରି ଭୁଲ୍‌ ଖାଦ୍ୟପେୟକୁ ଏକାଠି ଖାଇବା ଦ୍ୱାରା । ଅନେକ ସମୟରେ ଅଧିକାଂଶ ଲୋକେ ଏଭଳି କେତେକ ଖାଦ୍ୟକୁ ଏକତ୍ରିତ ଖାଇ ଥାଆନ୍ତି । ଯାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଆୟୁର୍ବେଦ ଭାରତର ପ୍ରାଚୀନ ଚିକିତ୍ସା ପଦ୍ଧତି ଅଟେ । ଏଥିରେ ସ୍ୱାସ୍ଥ୍ୟକର ଜୀବନଶୈଳୀ ପାଇଁ ଅନେକ ନିୟମ ବର୍ଣ୍ଣନା କରାଯାଇଛି । ତେବେ କ୍ଷୀର ସହ କେଉଁ କେଉଁ ଖାଦ୍ୟ ଏକତ୍ରିତ ଖାଇବା ଉଚିତ୍‌ ନୁହେଁ, ତାହା ଜାଣିବା ନିତାନ୍ତ ଆବଶ୍ୟକ । ନଚେତ୍‌ ଶରୀର ଉପରେ ଏହାର କୁପ୍ରଭାବ ପଡିଥାଏ ।

Milk

ଭୁଲ୍‌ ଖାଦ୍ୟପେୟକୁ ଏକତ୍ରିତ ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା, ଥକ୍କାପଣ, ଗ୍ୟାଷ୍ଟ୍ରିକ, ବ୍ୟସ୍ତତା ଅନୁଭବ ହୋଇଥାଏ । ପାଚନ ଜନିତ ସମସ୍ୟା ଦେଖା ଦେଇଥାଏ । ଜାଣନ୍ତୁ ସେହି ୯ ଖାଦ୍ୟ ବିଷୟରେ, ଯାହାକୁ ଏକତ୍ରିତ ଖାଇବା ଉଚିତ୍‌ ନୁହେଁ ।

ମାଛ- କ୍ଷୀର ସହ ମାଛକୁ ଏକାଠି କିମ୍ବା କିଛି ସମୟ ବ୍ୟବଧାନ ମଧ୍ୟରେ ଖାଆନ୍ତୁ ନାହିଁ । କ୍ଷୀର ଓ ମାଛ ଉଭୟ ପ୍ରୋଟିନର ଉତ୍ତମ ସ୍ରୋତ । ମାତ୍ର ଏହାକୁ ଏକତ୍ରିତ ଖାଇବା ଦ୍ୱାରା ଶରୀରରେ ତଥା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡିଥାଏ ।

ଖଟା ଫଳ - ଖଟା ଫଳ ଯେପରି କମଳା, ଲେମ୍ବୁ, ପିଜୁଳିକୁ କଦାପି କ୍ଷୀର ସହ ଏକତ୍ରିତ ଖାଆନ୍ତୁ ନାହିଁ । ଏହାକୁ ଏକାଠି ଖାଇବା ଦ୍ୱାରା ପେଟରେ ଏସିଡିଟି ମାତ୍ରା ବୃଦ୍ଧି ପାଇଥାଏ । ପାଚନ ଉପରେ ପ୍ରଭାବ ପଡିଥାଏ ।

ବିରି - ବିରି ଡାଲି ଓ କ୍ଷୀରକୁ କଦାପି ଏକାଠି ଖାଆନ୍ତୁ ନାହିଁ । ଏହାଦ୍ୱାରା ତ୍ୱଚା ଜନିତ ସମସ୍ୟା ସହ ଏଲର୍ଜି ହୋଇଥାଏ ।
ଦହି - ଦହି ଓ କ୍ଷୀରକୁ ମଧ୍ୟ ଏକତ୍ରିତ ଖାଇବା ଉଚିତ୍‌ ନୁହେଁ । ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ ।

ପଣସ - ପଣସ ଓ କ୍ଷୀରକୁ ଏକତ୍ରିତ ଖାଇବା ଦ୍ୱାରା ପେଟରେ ଏସିଡିଟି, ଗ୍ୟାଷ୍ଟ୍ରିକ୍‌ ଆଦି ସମସ୍ୟା ହେବା ସହ ପେଟରେ ଯନ୍ତ୍ରଣା, ପାଚନ ତନ୍ତ୍ର ଦୁର୍ବଳ ହୋଇଥାଏ ।
କଦଳୀ - କ୍ଷୀର ଓ କଦଳୀକୁ ଏକତ୍ରିତ ଖାଇବା ଦ୍ୱାରା ପାଚନ ତନ୍ତ୍ରକୁ ପ୍ରଭାବିତ କରିଥାଏ । ଏହାସହ କୋଷ୍ଠକାଠିନ୍ୟ ସମସ୍ୟା ହୋଇଥାଏ ।
ତରଭୁଜ - କ୍ଷୀର ଓ ତରଭୁଜକୁ ଏକାଠି ଖାଇବା ଦ୍ୱାରା ପାଚନ ତନ୍ତ୍ର ଦୁର୍ବଳ ହେବା ସହ ବଦହଜମି ସମସ୍ୟା ହୋଇଥାଏ ।
ମୂଳା - ମୂଳା ଓ କ୍ଷୀରକୁ ଏକତ୍ରିତ ଖାଇବା ଦ୍ୱାରା ପାଚନ ତନ୍ତ୍ର ପ୍ରଭାବିତ ହୋଇଥାଏ । ପେଟରେ ଗ୍ୟାଷ୍ଟ୍ରିକ, ଯନ୍ତ୍ରଣା ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+