ସାବଧାନ ! ଭୁଲରେ ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ସବୁ ଫଳ, ସ୍ବାସ୍ଥ୍ୟ ଉପରେ ପଡ଼ିବ ବଡ ପ୍ରଭାବ

କୁହାଯାଏ ସୁସ୍ଥ ଖାଦ୍ୟରୁ ଦିନ ଆରମ୍ଭ ହେବା ଉଚିତ୍। ତେଣୁ ସକାଳେ କେଉଁ ଖାଦ୍ୟ ଖାଇବେ ତାହା ଜାଣି ରଖିବା ନିହାତି ଆବଶ୍ୟକ। ନଚେତନ୍ ଦିନ ତମାମ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇପାରେ। ଅନେକ ଲୋକ ଖାଲି ପେଟରେ ଫଳ ଖାଇବାକୁ ପସନ୍ଦ କରନ୍ତି। ଏହା ମଧ୍ୟ ଲାଭଦାୟକ। କିନ୍ତୁ କିଛି ଫଳ ଅଛି, ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଉପକାରିତା ଅପେକ୍ଷା ଅପକାରିତା ଅଧିକ ମିଳିଥାଏ, କଣ ସେହି ସବୁ ଖାଦ୍ୟ, ଜାଣନ୍ତୁ...

Fruits

ଖଟା ଫଳ- ଖଟା ଫଳଗୁଡିକୁ ସକାଳେ ଖାଲି ପେଟରେ ଖାଇବା ଆଦୌ ଉଚିତ୍ ନୁହେଁ। ବିଶେଷକରି ଅଙ୍ଗୁର ଖାଇବାଠାରୁ ଦୂରେଇ ରୁହନ୍ତୁ। ସାଇଟ୍ରସ୍ ଫଳରେ ପ୍ରଚୁର ଏସିଡ୍ ଥାଏ, ଯାହା ଗ୍ୟାଷ୍ଟ୍ରିକ୍, ଏସିଡ୍ ରିଫ୍ଲକ୍ସ ଏବଂ ପେଟରେ ଉତ୍ତେଜନା ସୃଷ୍ଟି କରିପାରେ। ସେହିପରି କମଳା କିମ୍ବା ଋତୁକାଳୀନ ଫଳକୁ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ। କାରଣ ଏସବୁ ଫଳରେ ସାଇଟ୍ରିକ୍ ଏସିଡ୍ ଥାଏ।

କଦଳୀ- କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ବିବେଚନା କରାଯାଏ। କଦଳୀରେ ପ୍ରଚୁର ପୋଷକ ତତ୍ତ୍ୱ ରହିଥାଏ, କିନ୍ତୁ ଖାଲି ପେଟରେ କଦଳୀ ଖାଇବାଠାରୁ ଦୂରେଇ ରୁହନ୍ତୁ। ଖାଲି ପେଟରେ କଦଳୀ ଖାଇବା ଦ୍ୱାରା ପେଟରେ ସମସ୍ୟା କିମ୍ବା ବାନ୍ତି ହୋଇପାରେ।

ସପୁରୀ- ଖାଲି ପେଟରେ ସପୁରୀ ଆଦୌ ଖାଆନ୍ତୁ ନାହିଁ। ଏଥିରେ ଭିଟାମିନ୍-ସି ଭରପୂର ଥାଏ। ଏହା ହଜମ ପାଇଁ ଭଲ, କିନ୍ତୁ ଖାଲି ପେଟରେ ଖାଇବା ଦ୍ୱାରା ହଜମ ନଷ୍ଟ ହୋଇପାରେ।

ଆମ୍ବ- ବର୍ତ୍ତମାନ ଆମ୍ବ ଋତୁ ଚାଲିଛି। ଯେଉଁମାନଙ୍କର ଏହା ପ୍ରିୟ ଫଳ ସେମାନେ କୌଣସି ବି ସମୟ ନଷ୍ଟ ନକରି ଆମ୍ବ ଖାଇ ଦିଅନ୍ତି। କିନ୍ତୁ ସେମାନେ ସଚେତନ ହେବା ଆବଶ୍ୟ। କାରଣ ଖାଲି ପେଟରେ ଆମ୍ବ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଖାଲି ପେଟରେ ଆମ୍ବ ଖାଇବା ଦ୍ୱାରା ପେଟ ଫୁଲା କିମ୍ବା ହଜମ ସମସ୍ୟା ଉପୁଜିପାରେ।

ସକାଳେ ଖାଲି ପେଟରେ କେଉଁ ଫଳ ଖାଇବା ଉଚିତ୍?
ସକାଳେ ଖାଲି ପେଟରେ କିଛି ନିର୍ଦ୍ଦିଷ୍ଟ ଫଳ ଖାଇପାରିବେ। ଏଥିମଧ୍ୟରୁ ଆପଲ୍ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ସକାଳେ ଖାଲି ପେଟରେ ଅମୃତଭଣ୍ଡା ଖାଇବା ମଧ୍ୟ ଲାଭଦାୟକ। ଏହା ବ୍ୟତୀତ ଡାଳିମ୍ବ ଏବଂ ପିଜୁଳି ମଧ୍ୟ ଖାଲି ପେଟରେ ଖାଇ ପାରିବେ। ଯଦି ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥାଏ, ତେବେ ତରଭୁଜ ଏବଂ ଖରଭୁଜ ମଧ୍ୟ ଖାଇପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+