ସାବଧାନ ! ଅଧିକ ପରଫ୍ୟୁମ୍‌ ବ୍ୟବହାର କରୁଛନ୍ତି କି ? ହୋଇପାରେ....

ସାଧାରଣତଃ ଖରାଦିନେ ଅଧିକାଂଶ ଲୋକ ପରଫ୍ୟୁମ୍‌ ବ୍ୟବହାର କରିଥାନ୍ତି । ଏହା ଶରୀରରୁ ଝାଳ ଗନ୍ଧ ଦୂର କରେ ସତ କିନ୍ତୁ ଅତ୍ୟଧିକ ପରଫ୍ୟୁମ୍‌ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଜାଣନ୍ତୁ ଅଧିକ ପରଫ୍ୟୁମ୍‌ ବ୍ୟବହାର କଲେ କ'ଣ କ୍ଷତି ହୁଏ । ଯେକୌଣସି ସମୟ ହେବା ବା ଋତୁ ଆଜିକାଲି ପ୍ରାୟ ସମସ୍ତେ ପରଫ୍ୟୁମ୍ ଲଗାଇବାକୁ ପସନ୍ଦ କରନ୍ତି। ଏହା ସୁଗନ୍ଧିତ ହୋଇଥିଲେ ମଧ୍ୟ ଶରୀର ପ୍ରତି ବହୁ ହାନିକାରକ ହୋଇଥାଏ । ଏଥିରେ ଥିବା କେମିକାଲ ଶରୀର ପ୍ରତି ହାନିକାରକ ହେବା ସହ ତ୍ବଚାରେ ସଂକ୍ରମଣର କାରଣ ପାଲଟିଥାଏ । ଏହାର ବ୍ୟବହାରରୁ ଅନେକଙ୍କୁ ଶ୍ବାସ, କର୍କଟ ଏବଂ ସଂକ୍ରମଣ ଜନିତ ରୋଗ ଆଦି ହୋଇଥାଏ ।

perfume

ପରଫ୍ୟୁମରେ ପ୍ରାପିଲିନ୍ ଏବଂ ଗ୍ଲାୟସୋଲ୍ ଆଦି କେମିକାଲ ରହିଥାଏ । ଏହି ଦୁଇ ରସାୟନ ଶରୀରରେ ସଂକ୍ରମଣର ମୁଖ୍ୟ କାରଣ ହୋଇଥାଏ। ଆପଣ ବୋଧ ହୁଏ ଜାଣିନଥିବେ କିନ୍ତୁ ଏହା ଦ୍ବାରା କିଡ଼ନି ଖରାପ ହେବା ସମସ୍ୟା ମଧ୍ୟ ଉପୁଜିଥାଏ ।

ଏହା ଛଡ଼ା ଡ଼ିଓ ବା ପରଫ୍ୟୁମକୁ ଆଣ୍ଟିବ୍ୟାକ୍ଟେରିଆଲ କରିବା ପାଇଁ ଟ୍ରାଇକ୍ଳୋସନ ନାମକ କେମିକାଲ ବ୍ୟବହାର କରାଯାଇଥାଏ । ଏହି କେମିକାଲ ଶରୀରରେ ଥିବା ରୋଗପ୍ରତିରୋଧକ କ୍ଷମତା କମ କରିଥାଏ । ତେବେ ଗର୍ଭବତୀ ସମୟରେ ଭୁଲରେ ମଧ୍ୟ ପରଫ୍ୟୁମ୍ ବ୍ୟବହାର କରିବା ଉଚିତ ନୁହଁ । କାରଣ ଏହା ଦ୍ବାରା ଶିଶୁ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଯାହା ଫଳରେ ଶିଶୁର ସଠିକ୍ ଶାରୀରିକ ବିକାଶ ହୋଇପାରି ନଥାଏ ।

ପରଫ୍ୟୁମ୍ କାରଣରୁ ତ୍ବଚାରେ କୌଣସି ପ୍ରକାରର ସଂକ୍ରମଣ ଦେଖାଗଲେ ତୁରନ୍ତ ଥଣ୍ଡା ପାଣିରେ ସେହି ସ୍ଥାନକୁ ଧୁଅନ୍ତୁ। ଏହା ଦ୍ବାରା ଆପଣଙ୍କୁ ଆରାମ ମିଳିବା ସହ ଏହା କମ ମଧ୍ୟ ହେବ।

ପରଫ୍ୟୁମ୍‌ରେ କେମିକାଲ ମିଶିଥାଏ । ଫଳରେ ଏହା ତ୍ୱଚା ଉପରେ କୁପ୍ରଭାବ ପକାଇବା ସହ ଜଳାପୋଡ଼ା ହୋଇଥାଏ ।

ଖାଲି ଏତିକି ନୁହେଁ, ଏଥିରେ ମିଶିଥିବା ଆଲକହଲ ତ୍ୱଚା ପ୍ରତି ମଧ୍ୟ ହାନିକାରକ । ପ୍ରାକୃତିକ ତ୍ୱଚାକୁ ନଷ୍ଟ କରି ଦେଇଥାଏ ।

ଅନେକ ସମୟରେ ପରଫ୍ୟୁମ୍‌ ବ୍ୟବହାର ଯୋଗୁ ସେହି ସ୍ଥାନ କୁଣ୍ଡେଇ ହୋଇ ଫଳି ଯାଇଥାଏ। ବେଳେବେଳେ ଏହି ଜାଗାରେ ଘା' ମଧ୍ୟ ସୃଷ୍ଟି ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+