ସାବଧାନ , ଠିଆ ହୋଇ କରୁଛନ୍ତି କି ପରିସ୍ରା ? ହୋଇପାରେ ଘାତକ
ସାଧାରଣତଃ ପୁରୁଷମାନେ ଠିଆ ହୋଇ ପରିସ୍ରା କରିଥାନ୍ତି। ହେଲେ ଏପରି କରିବା କେତେ ଭୟଙ୍କର ରୋଗ ହୋଇ ପାରେ । ସେନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଇରାଲ ହେବାରେ ଲାଗିଛି ଏକ ଭିଡିଓ ।

ଏହି ଭିଡିଓଟି ଅନଲାଇନରେ ବହୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ଭିଡିଓଟିକୁ ଅନେକ ଲୋକ ଦେଖିସାରିଲେଣି । କ୍ଷତିକାରକ ସଂକ୍ରମଣରୁ ବର୍ତ୍ତିବା ପାଇଁ ପୁରୁଷମାନେ କାହିଁକି ଠିଆ ହୋଇ ପରିସ୍ରା କରିବା ଉଚିତ ନୁହେଁ । ଏନେଇ ଏହି ଭିଡିଓରେ ବିସ୍ତୃତ ବର୍ଣ୍ଣନା କରାଯାଇଛି ।
ଏହାବ୍ୟତୀତ ଯୁବପିଢି କିପରି ଖରାପ ଅଭ୍ୟାସର ବଶବର୍ତ୍ତୀ ହୋଇ ଅପରିଷ୍କା ଆଡ଼କୁ ମୁହେଁଇଲେଣି, ସେ ବିଷୟରେ ମଧ୍ୟ ଏଥିରେ କୁହାଯାଇଛି । ଭିଡିଓରେ ବର୍ଣ୍ଣନା କରାଯାଇଛି ଯେ କିପରି ପୁରୁଷମାନେ ଠିଆ ହୋଇ ପରିସ୍ରା କରନ୍ତି ସେତେବେଳେ ପରିସ୍ରାର ଧାର ପ୍ରାୟତଃ ଏପଟ ସେପଟ ହୋଇଥାଏ, ଯାହା ଶୌଚାଳୟ ପରିବର୍ତ୍ତେ ଆଖପାଖରେ ଛିଟିକି ପଡ଼ିଥାଏ ।
ଏହା ପ୍ରଥମେ ନିଜ ଗୋଡ଼-ହାତରେ ଛିଡିକି ପଡ଼ିଥାଏ, ଯାହା ଏତେ ଛଟ କଣିକା ଥାଏ ଯେ ଆମକୁ ଜଣାପଡ଼ି ନଥାଏ । ଏଥିସହିତ ବାର୍ଥରୁମରେ ଥିବା ଟୁଥ୍ ବ୍ରସ୍, ଟଏଲେଟ୍ ରୋଲ୍, ଟିସୁ ପେପର କିମ୍ବା ନିକଟରେ ଥିବା କୌଣସି ଜିନିଷରେ ଜୀବାଣୁ ଓ ବ୍ୟାକ୍ଟେରିଆ ବ୍ୟାପିପାରେ । ନିମ୍ନରେ ଦେଖନ୍ତୁ ଏହି ଭାଇରାଲ ହେଉଥିବା ଭିଡିଓକୁ । ପାଦ ସଫା କରିବାଠାରୁ ଆରମ୍ଭ କରି ନିଜ କାଖ ତଳକୁ ସତେଜ ରଖିବା ପର୍ଯ୍ୟନ୍ତ, ଏସବୁ ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ ।












Click it and Unblock the Notifications