ସାବଧାନ ! ଚା ସାଙ୍ଗରେ ଟାଣୁ ଛନ୍ତିକି ସିଗାରେଟ ? ଆଜି ହିଁ ବଦଳାନ୍ତୁ ଅଭ୍ୟାସ ; ନଚେତ୍ ...
ସିଗାରେଟ ଟାଣିବା ସମୟରେ ମଦ୍ୟପାନ କି ଚା' ପିଇବା ଆପଣଙ୍କ ଆୟୁସକୁ କମାଇପାରେ ଆଉ ବହୁତ ଶିଘ୍ର ଆପଣଙ୍କୁ ଅନେକ ରୋଗରେ ପକାଇପାରେ ଏହି ଖରାପ ଅଭ୍ୟାସ। ଏକ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ସପ୍ତାହରେ ଆପଣ ୭୫୦ ମିଲିମିଟର ମଦ୍ୟପାନ କରିବାରେ ଶରୀରକୁ ଯେତିକି କ୍ଷତି ପହଞ୍ଚିଥାଏ ସେହି ପରିମାଣରେ ଯଦି ଆପଣ ଚା ପିଇବା ସମୟରେ ସିଗାରେଟ ଟାଣୁଛନ୍ତି ତାହା ମଧ୍ୟ ବହୁତ ଖରାପ ହୋଇଥାଏ ।

ଚା କିମ୍ବା କଫି ସହିତ ସିଗାରେଟ୍ ଟାଣିବା କାହିଁକି ବିପଜ୍ଜନକ ଅଟେ
ଚା କିମ୍ବା କଫି ପିଇବା ବେଳେ ସିଗାରେଟ୍ ଟାଣିବା ମଧ୍ୟ ଏହାର ଅର୍ଥ ହେଉଛି ଯେ, ଆପଣ ଏକ ସମୟରେ ଦୁଇଟି ଖରାପ ଜିନିଷକୁ ନିଜ ଶରୀର ମଧ୍ୟକୁ କ୍ଷତି ପହଞ୍ଚାଉଛନ୍ତି। ଯଦି ଆପଣ କଫି ସହିତ ସିଗାରେଟ୍ ଟାଣୁଛନ୍ତି, ତେବେ ଏହା ଆପଣଙ୍କ ଫୁସଫୁସକୁ ଅଧିକ କ୍ଷତି ପହଞ୍ଚାଇଥାଏ । ସିଗାରେଟ୍ ଧୂଆଁରେ ଥିବା କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ରକ୍ତରେ ଅମ୍ଳଜାନ ସ୍ତରକୁ ହ୍ରାସ କରିଥାଏ ଏବଂ ଚା କିମ୍ବା କଫିରେ ଥିବା କ୍ୟାଫେନ୍ ସହିତ ମିଶିଲେ ଏହା ଖରାପ ହୋଇଯାଏ । ଏବଂ ଶରୀରର ସମସ୍ତ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ । ଯେତେବେଳେ ଆପଣ ସିଗାରେଟ୍ ଧୂଆଁ ବାହାର କରନ୍ତି, ସମାନ ପ୍ରକ୍ରିୟା ପୁନର୍ବାର ଘଟେ ଏବଂ କ୍ଷତି ଦ୍ୱିଗୁଣିତ ହୁଏ । ଯଦି ଆପଣଙ୍କର ସିଗାରେଟ୍ ସହିତ ଚା କିମ୍ବା ମଦ୍ୟପାନ କରୁଛନ୍ତି, ତେବେ ତୁରନ୍ତ ବନ୍ଦ କରନ୍ତୁ ।
ଧୂମ୍ରପାନ ଆଜି ଆଧୁନିକ ଦୁନିଆଁରେ ଏକ ଫ୍ୟାସନ ପାଲଟି ଯାଇଛି । କିନ୍ତୁ ଧୂମ୍ରପାନ ଆମ ଶରୀର ପ୍ରତି ବହୁତ କ୍ଷତିକାରକ ବୋଲି କେହି ଭାବୁନାହାନ୍ତି । ବିଡି, ସିଗାରେଟ୍, ଗଞ୍ଜେଇ ଭଳି ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କୁ କ୍ୟାନସର ହେବାର ଆଶଙ୍କା ଅଧିକ ରହିଥାଏ । ଧୂମ୍ରପାନ କରୁଥିଲେ ଫୁସଫୁସ କ୍ୟାନସର, ହାର୍ଟ ରୋଗ, ବ୍ଲକ ଭେସେଲ ନଷ୍ଟ, ଶ୍ୱାସ ପ୍ରଶ୍ୱାସ ନେବାର ଅସୁବିଧା, ପ୍ରଜନନ ସମସ୍ୟା, ଆଖି ରୋଗ ମଧ୍ୟ ହୋଇଥାଏ । ଧୂମ୍ରପାନ ଅଭ୍ୟାସ ମଧ୍ୟ ଛାଡିବା କଷ୍ଟକର । କିନ୍ତୁ ଏହା ଅସମ୍ଭବ ନୁହେଁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ କିଛି ଟିପ୍ସ ଆପଣାଇଲେ ଆପଣ ବି ଧୁମ୍ରପାନ ଛାଡିପାରିବେ।












Click it and Unblock the Notifications