Get Updates
Get notified of breaking news, exclusive insights, and must-see stories!

ସାବଧାନ ! ଖାଇବା ପରେ ତୁରନ୍ତ ଶୋଇ ପଡୁଛନ୍ତି କି ? ଏବେଠୁ ବଦଳାନ୍ତୁ ଅଭ୍ୟାସ, ନଚେତ୍...

ପ୍ରତ୍ୟକ ମଣିଷ ପାଇଁ ହେଲ୍ଦି ଏବଂ ଫିଟ୍ ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏଥିପାଇଁ ସଠିକ ସମୟରେ ସଠିକ ପରିମାଣର ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଆବଶ୍ୟକ ହୋଇଥାଏ । କିନ୍ତୁ ଖାଦ୍ୟ ଖାଇବା ପରେ ଆପଣଙ୍କର କିଛି ଖରାପ ଅଭ୍ୟାସ ହେତୁ ଆପଣ ଅସୁସ୍ଥ ହୋଇପାରନ୍ତି । ଆପଣଙ୍କ ହଜମ ପ୍ରକ୍ରିୟା ନଷ୍ଟ ହୋଇପାରେ । ତେବେ ଆସନ୍ତୁ ଜାଣିବା ଖାଇବା ପରେ ତୁରନ୍ତ କ'ଣ ସବୁ କରିବା ଉଚିତ୍ ନୁହେଁ ।

asleep

ତୁରନ୍ତ ଶୋଇଯିବା:

ଖାଦ୍ୟ ଖାଇବା ପରେ ତୁରନ୍ତ ଶୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଏହା କରିବା ଦ୍ୱାରା ଏସିଡ୍ ରିଫ୍ଲକ୍ସ ସମସ୍ୟା ଦେଖାଦେଇପାରେ । ଖାଦ୍ୟ ଖାଇବା ପରେ ଆପଣ କିଛି ସମୟ ଚାଲିପାରିବେ ଯାହା ଦ୍ୱାରା ଶରୀର ସୁସ୍ଥ ମଧ୍ୟ ରହିଥାଏ ।

ଚା କିମ୍ବା କଫି ପିଇବା:

କିଛି ଲୋକ ଖାଇବା ପରେ ଚା' ଏବଂ କଫି ପିଇଥାନ୍ତି । ଖାଇବା ପରେ ଚା' ପିଇବା ଦ୍ୱାରା ଶରୀରରେ ଆଇରନ୍ ଅବଶୋଷଣ ହ୍ରାସ ପାଇଥାଏ । ଖାଇବା ପରେ କଫି ଏବଂ ଚା ପିଇବା ଦ୍ୱାରା ଶରୀରରେ ମିନେରାଲ୍ସର ଅଭାବ ହୋଇପାରେ ।

ଧୂମପାନ କରିବା:

କିଛି ଲୋକ ଖାଇବା ପରେ ଧୂମପାନ କରନ୍ତି । ଖାଇବା ପରେ ଧୂମପାନ କରିବା ଦ୍ୱାରା ଏହା ଫୁସଫୁସକୁ କ୍ଷତି ପହଞ୍ଚାଇପାରେ । ଏହା ବ୍ୟତୀତ ଏହା ଆପଣଙ୍କ ହଜମ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଭାବ ପକାଇଥାଏ । କୌଣସି ବି ସମୟରେ ଧୂମପାନ କରିବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇନଥାଏ । କିନ୍ତୁ ଯଦି ଆପଣ ଏହି ଖରାପ ଅଭ୍ୟାସରେ ଲିପ୍ତ ଅଛନ୍ତି ତେବେ ଖାଇବା ପରେ ଆଦୌ ଧୂମପାନ କରନ୍ତୁ ନାହିଁ ।

ଜିମ୍ ଯିବା:

କିଛି ଲୋକ ଖାଇବା ପରେ ସାଙ୍ଗେ ସାଙ୍ଗେ ଜିମ୍ ଚାଲି ଯାଆନ୍ତି । କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଆଦୌ ଠିକ ନୁହେଁ । ଖାଇବା ପରେ ତୁରନ୍ତ ଜିମ୍ ଯାଆନ୍ତୁ ନାହିଁ । ଜିମ୍ ଯିବା ହଜମ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ । ବାସ୍ତବରେ, ଜିମ୍ ଯିବା ଦ୍ୱାରା ହଜମ ପ୍ରକ୍ରିୟାରେ ତଥା ରକ୍ତ ସଞ୍ଚାଳନରେ ଉନ୍ନତି ହୁଏ ନାହିଁ । ତେଣୁ ସର୍ବଦା ଖାଇବାର ୧ ରୁ ୨ ଘଣ୍ଟା ପରେ ଜିମ୍ କରାଯିବା ଉଚିତ୍ । ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+