ସାବଧାନ ! ଚା ସହିତ ଖାଉଛନ୍ତି କି ଏମିତି ବିସ୍କୁଟ, ଆଜି ହିଁ ବଦଳାନ୍ତୁ ଅଭ୍ୟାସ ; ନଚେତ୍...

ଭାରତରେ ଅନେକ ଚା' ପ୍ରେମୀ ଅଛନ୍ତି । ଆଉ ଚା' ସହ ଟିକେ ବିସ୍କୁଟ ହେଇଗଲେ ଲୋକଙ୍କ ଜଳଖିଆ ହୋଇଯାଏ । ଅଧିକାଂଶ ଲୋକ ଚା'ରେ ବିସ୍କୁଟ ବୁଡ଼ାଇ ଖାଇବାକୁ ବହୁତ ପସନ୍ଦ କରନ୍ତି । ସେ ସନ୍ଧ୍ୟାର ଚା' ହେଉ କିମ୍ବା ସକାଳର ଜଳଖିଆ ହେଉ, କିଛି ଲୋକ ଏହାକୁ ଖାଇବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ କ'ଣ ଆପଣ ଜାଣନ୍ତି ଏକାଠି ଚା' ବିସ୍କୁଟ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇପାରେ?

ଯଦି ଆପଣ ମଧ୍ୟ ଚା ଏବଂ ବିସ୍କୁଟ ଏକାଠି ଖାଇବାକୁ ପସନ୍ଦ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ବିସ୍କୁଟରେ ପ୍ରଚୁର ପରିମାଣରେ ରିଫାଇନ୍ଡ ମଇଦା, ଖରାପ ଫ୍ୟାଟ ଏବଂ ଚିନି ରହିବା ସହ ଚା'ରେ ମଧ୍ୟ କଫିନ୍ ଏବଂ ଚିନି ଥାଏ । ତେଣୁ ଯଦି ଆପଣ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଆନ୍ତି ତେବେ ଏହାଦ୍ୱାରା ଆପଣ ମୋଟା ହୋଇପାରନ୍ତି । ଆଜି ଆମେ ଆପଣଙ୍କୁ ଚା ଓ ବିସ୍କୁଟର କ୍ଷତିକାରକ ଗୁଣ ବିଷୟରେ ଜଣାଇବୁ ।

tea

ଚା ଓ ବିସ୍କୁଟ ଖାଇବା ଦ୍ୱାରା ଦେଖାଦେଇପାରେ ଏହି ସମସ୍ୟା:

ଏସିଡିଟି ଓ ବ୍ଲୋଟିଂ: ଚା ଓ ବିସ୍କୁଟର ମିଶ୍ରଣ ପେଟ ପାଇଁ ମଧ୍ୟ ଭଲ ନୁହେଁ । ଏହାକୁ ଖାଇବା ଦ୍ୱାରା ଗ୍ୟାସ୍, ଏସିଡିଟି ଏବଂ ବ୍ଲୋଟିଂ ହୋଇଥାଏ । କାରଣ ଏଥିରେ ଥିବା ରିଫାଇନ୍ଡ ମଇଦା, ଚିନି ଓ ଫ୍ୟାଟ ଶୀଘ୍ର ହଜମ ହଜମ ହୁଏ ନାହିଁ ଏବଂ ଏହା ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ ।

ସୁଗାର ଲେବଲ ବୃଦ୍ଧି କରେ: ଚା'ରେ କଫିନ୍ ଏବଂ ଚିନି ଥାଏ । ଏଥି ସହିତ ବିସ୍କୁଟରେ ପ୍ରଚୁର ପରିମାଣରେ ରିଫାଇନ୍ଡ ମଇଦା, ଖରାପ ଫ୍ୟାଟ ଏବଂ ଚିନି ରହିଥାଏ । ଏହାକୁ ଖାଇବା ଦ୍ୱାରା ହଠାତ୍ ସୁଗାର ଲେବଲ ବଢିଯାଏ । ସେଥିପାଇଁ ଡାଇବେଟିସ୍ ଓ ଥାଏରୟଡ ରୋଗୀ ଚା' ବିସ୍କୁଟ ଖାଇବା ଆଦୌ ଉଚିତ ନୁହେଁ ।

ମୋଟାପଣ: ଚା-ବିସ୍କୁଟ ଖାଇବା ଦ୍ୱାରା ମଧ୍ୟ ଓଜନ ବଢ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଏହା ଶରୀରକୁ ଅଧିକ ପୋଷକ ତତ୍ତ୍ୱ ଦେଇନଥାଏ କିନ୍ତୁ ଚର୍ବି ଜମା କରିଥାଏ । ଏହା ମେଟାବୋଲିଜିମ୍ କୁ ମଧ୍ୟ ସ୍ଲୋ କରିଦେଇଥାଏ, ଯାହା ଓଜନ ବୃଦ୍ଧି କରିଥାଏ । ଚା' ଏବଂ ବିସ୍କୁଟ ଉଭୟରେ ସୁଗାର ରହିବା କାରଣରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ୍‌ କରିଥାଏ ।

ଚା' ସହିତ କ'ଣ ଖାଇବେ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଆପଣ ଚା ସହିତ କିଛି ଖାଇବାକୁ ଚାହୁଁଛନ୍ତି, ତେବେ ମଖାନା ହେଉଛି ସର୍ବୋତ୍ତମ ବିକଳ୍ପ । ଏହା ବ୍ୟତୀତ ଆପଣ ଭଜା ବୁଟ, ଚିନାବାଦାମ କିମ୍ବା ଘରେ ପ୍ରସ୍ତୁତ କୌଣସି ସ୍ୱାସ୍ଥ୍ୟକର ଜଳଖିଆ ଖାଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+