Banana Peel for Skin Care: କଦଳୀ ଚୋପାର ଏପରି କରନ୍ତୁ ବ୍ୟବହାର
Banana Peel for Skin Care: ଉତ୍ତମ ସ୍ବାସ୍ଥ୍ୟ ପାଇଁ କଦଳୀକୁ ସଭିଏଁ ଗ୍ରହଣ କରିଥାନ୍ତି । ଏହା ମୁଖ୍ୟତଃ ସବୁ ଋତୁରେ ଦେଶର ବିଭିନ୍ନ ସ୍ଥାନରେ ଉପଲବ୍ଧ ହୋଇଥାଏ । ପ୍ରାୟ ସମସ୍ତେ କଦଳୀ ଖାଇବା ପରେ ଏହାର ଚୋପାକୁ ଫିଙ୍ଗିଦେଇଥାନ୍ତି । ମାତ୍ର ଆପଣ ଜାଣି ନ ଥାଇପାରନ୍ତି ଏହି ସାମାନ୍ୟ ଚୋପାରେ ଭରି ରହିଛି ଅନେକ ଉପାଦେୟ ଗୁଣ । ଏଥିରେ ରହିଥିବା ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଏବଂ ଫ୍ୟାଟି ଏସିଡ ଆପଣଙ୍କ ତ୍ବଚା ଏବଂ କେଶକୁ ବହୁଳ ଭାବେ ସହାୟତା କରିଥାଏ । ଏଥିରେ ମହଜୁଦ ଥିବା ଜଳୀୟ ଅଂଶ ଓ ପୋଟାସିୟମର ମାତ୍ରା ତ୍ବଚା ଓ କେଶର ରୁକ୍ଷତାକୁ ଦୂର କରିଥାଏ ।
କଦଳୀ ଚୋପାର ଏପରି କରନ୍ତୁ ବ୍ୟବହାର:
15 ମିନିଟ ମସାଜ:
କଦଳୀ ଚୋପା ଚେହେରାରେ ଥିବା କଳା ଦାଗ, ରୁକ୍ଷତା ଏବଂ କୁଞ୍ଚନକୁ ଦୂର କରିବାରେ ସହାଯ୍ୟ କରିଥାଏ । ଏହି ଲାଭ ପାଇବା ପାଇଁ ଏପରି କରନ୍ତୁ ମସାଜ ।

ମୁହଁକୁ ପ୍ରଥମେ ଭଲ ଭାବରେ ଧୋଇ ପୋଛି ନିଅନ୍ତୁ ।
କଦଳୀ ଚୋପାର ଭିତର ଅଂଶକୁ ନିଜ ଚେହେରାରେ 15ମିନିଟ ମସାଜ କରନ୍ତୁ ।
ଏହା ପରେ ସଫା ପାଣିରେ ମୁହଁ ଧୋଇ ନିଅନ୍ତୁ ।
ଆପଣ ପ୍ରତିଦିନ ଗୋଟିଏ କଦଳୀ ଖାଇବା ପରେ ଏହି ମସାଜ କରିଲେ ନିଜେ କିଛି ଦିନ ମଧ୍ୟରେ ପରିବର୍ତ୍ତନ ଦେଖିପାରିବେ । ଏପରି କରିଲେ ଏହା ଆପଣଙ୍କ ଚେହେରାର ଦାଗ ହଟାଇବାରେ ସାହାଯ୍ୟ କରିଥାଏ ।
ଫେସ୍ ମାସ୍କ:
ଯେଉଁମାନେ ପ୍ରତିଦିନ ମସାଜ କରିପାରିବେ ନାହିଁ ତେବେ ସେମାନେ ଏହାକୁ ଫେସ ମାସ୍କ ଭାବେ ବ୍ୟବହାର କରିପାରିବେ । ଏପରି ପ୍ରସ୍ତୁତ କରନ୍ତୁ ମାସ୍କ:
- କଦଳୀ ଚୋପାକୁ ଛୋଟ ଛୋଟ ଖଣ୍ଡରେ କାଟି ନିଅନ୍ତୁ ।
- ଏଥିରେ କ୍ଷୀର ମିଶାଇ ଚିକ୍କଣ କରି ବାଟି ନିଅନ୍ତୁ ।
- ଏହି ପେଷ୍ଟକୁ ଭଲ ଭାବେ ମୁହଁ ଏବଂ ବେକରେ ଲଗାଇ ନିଅନ୍ତୁ ଓ 20 ମିନିଟ ଶୁଖିବା ପାଇଁ ଛାଡି ଦିଅନ୍ତୁ ।
- ଆପଣ ଚାହିଁଲେ ଏଥିରେ ଦହି କିମ୍ବା ମହୁ ମିଶାଇ ପାରିବେ ।
- ମାସ୍କ ଶୁଖିବା ପରେ ଏହାକୁ ଧୋଇ ମସ୍ଚରାଇଜର ଲଗାଇ ନିଅନ୍ତୁ ।
- ସପ୍ତାହରେ ଦୁଇ ଥର ଏପରି ପ୍ରୟୋଗ କରିଲେ ଆପଣ ନିଜ ଚେହେରାରେ ପରିବର୍ତ୍ତନ ଦେଖିପାରିବେ ।
ସ୍କ୍ରବ:
କଦଳୀ ଚୋପାକୁ ସ୍କ୍ରବ ଭାବେ ବ୍ୟବହାର କରିଲେ ଏହା ଆପଣଙ୍କ ଚେହେରାରେ ଜମା ହୋଇଥିବା ମଇଳାକୁ ସଫା କରିବାରେ ସାହାଯ୍ୟ କରିଥାଏ । ଏପରି ପ୍ରସ୍ତୁତ କରନ୍ତୁ ସ୍କ୍ରବ:
- ପ୍ରଥମେ କଦଳୀ ଚୋପାର ଭିତର ଅଂଶକୁ କୋରି ବାହାର କରିନିଅନ୍ତୁ ।
- ଏଥିରେ ମହୁ ଏବଂ ଚିନି ମିଶାଇ ନିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍କ୍ରବ ।
- ଏହି ସ୍କ୍ରବକୁ ଚେହେରାରେ ଲଗାଇ 5 ମିନିଟ ପର୍ଯ୍ୟନ୍ତ ସ୍କ୍ରବ କରନ୍ତୁ ।
- ଏହାପରେ ଭଲ ଭାବେ ମୁହଁ ଧୋଇ ମସ୍ଚରାଇଜର ଲଗାଇ ନିଅନ୍ତୁ ।
- ସପ୍ତାହରେ ଏପରି ଦୁଇଥର ସ୍କ୍ରବ କରିଲେ ଆପଣଙ୍କ ଚେହେରାରେ ଉଜ୍ଜଳତା ଆସିବ ।
ଋପି ସମସ୍ୟାରୁ ମୁକ୍ତି ଦିଏ:
କଦଳୀ ଚୋପା କେବଳ ତ୍ବଚା ନୁହେଁ ବରଂ ଏହା କେଶର ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । କେଶର ସମସ୍ୟା ପାଇଁ କଦଳୀ ଚୋପା ଖୁବ ଉପାଦେୟ ଅଟେ । ଏଥିପାଇଁ ଆପଣଙ୍କୁ ଏକ ହେୟାର ପ୍ୟାକ ତିଆରି କରିବାକୁ ହେବ । ଏପରି ପ୍ରସ୍ତୁତ କରନ୍ତୁ ହେୟାର ପ୍ୟାକ:
- ଦୁଇ ବଡ଼ ଚାମଚ ନଡିଆ କ୍ଷୀର ସହିତ କଦଳୀ ଚୋପାକୁ ପେଶି ନିଅନ୍ତୁ ।
- ଏଥିରେ ଦୁଇ ଚାମୁଚ ଦହି ମିଶାଇ ମୁଣ୍ଡରେ ଲଗାଇରଖନ୍ତୁ ।
- ଅଧଘଣ୍ଟା ଏହାକୁ ମୁଣ୍ଡରେ ରହିବାକୁ ଦିଅନ୍ତୁ ଏବଂ ଏକ ମାଇଲ୍ଡ ସାମ୍ପୁର ବ୍ୟବହାର କରି ଏହାକୁ ଧୋଇ ନିଅନ୍ତୁ ।
- ସପ୍ତାହକୁ ଏହି ପ୍ୟାକ ଦୁଇଥର ବ୍ୟବହାର କରିବା ଦ୍ବାରା ଆପଣ ଋପି ସମସ୍ୟା କମିବାର ଲକ୍ଷ୍ୟ କରିପାରିବେ ।
- ଏହି ରିପୋର୍ଟରେ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ ।












Click it and Unblock the Notifications