Health Tips: ଏହି କାରଣରୁ ବିନ୍ଧିଥାଏ ଅଣ୍ଟା, ଏଥିରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି କାମ
Health tips: ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ଅଣ୍ଟା ବିନ୍ଧା ସାଧାରଣ ସମସ୍ୟା । ପ୍ରତ୍ୟେକ ମହିଳା ଏହି ସମସ୍ୟା ଦେଇ ଗତି କରୁଛନ୍ତି । ଆଘାତ, ଓଜନିଆ ଜିନିଷ ଉଠାଇବା, ଅଧିକ ସମୟ ନଇଁକି କାମ କରିବା, ଗୋଟିଏ ଜାଗାରେ ଅଧିକ ସମୟ ବସି ରହିବା ଯୋଗୁ ମଧ୍ୟ ଅଣ୍ଟା ବିନ୍ଧା ସମସ୍ୟା ହେଉଛି । ତେବେ ଏକ ରିସର୍ଚ୍ଚରୁ ଜଣା ପଡିଛି ଯେ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ଅଧିକ ଅଣ୍ଟା ବିନ୍ଧା (ବ୍ୟାକ୍ ପେନ୍) ହୋଇଥାଏ। ମହିଳାମାନଙ୍କର ଅଣ୍ଟା ବିନ୍ଧା ପଛରେ ଅନେକ କାରଣ ରହିଛି । ତେବେ ଆସନ୍ତୁ ଜାଣିବା ସେହି କାରଣ ବିଷୟରେ । ଅଷ୍ଟିଓପୋରୋସିସ୍ - ୪୦ ବର୍ଷ ଡେଇଁବା ପରେ ମହିଳାଙ୍କ କ୍ଷେତ୍ରରେ ଅଷ୍ଟିଓପୋରୋସିସ୍ ସମସ୍ୟା ଦେଖାଯାଇଥାଏ । ଏହି ବୟସ ଅତିକ୍ରାନ୍ତ ହେବା ପରେ ପ୍ରାୟ ମହିଳାମାନେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ମହିଳାଙ୍କର ଅଣ୍ଟା, ପିଠି ଓ ବେକରେ ଯନ୍ତ୍ରଣା ହୋଇଥାଏ । ଏହା ସହ ଅଧିକ ସମୟ ନଇଁକି କାମ କରିବା ଓ ଗୋଟିଏ ଜାଗାରେ ଅଧିକ ସମୟ ବସି ରହିବା ଯୋଗୁ ମଧ୍ୟ ଅଣ୍ଟା ବିନ୍ଧା ହୋଇଥାଏ।
ମୋଟାପଣ - ମୋଟାପଣ ମଧ୍ୟ ଅଣ୍ଟା ବିନ୍ଧା ହେବାର ଏକ ମୁଖ୍ୟ କାରଣ। ମହିଳାମାନେ ଅଧିକ ମୋଟା ହେବା ଦ୍ୱାରା ଠିକରେ ଚାଲିବୁଲି ପାରନ୍ତି ନାହିଁ । କୌଣସି କାର୍ଯ୍ୟ ଶୀଘ୍ର କରିପାରନ୍ତି ନାହିଁ । ଏଥିପାଇଁ ମହିଳାଙ୍କ ଅଣ୍ଟା ଓ ଆଣ୍ଠୁ ବିନ୍ଧା ହୋଇଥାଏ । ବିଶେଷ କରି ବସିଥିବା ସମୟରେ ମେରୁଦଣ୍ଡକୁ ସିଧା ରଖିବା ବସିବା ଉଚ୍ଚିତ୍ । ଏହା ସହିତ ପ୍ରତିଦିନ ବ୍ୟାୟାମ କରିବା ଉଚିତ୍ ।
ଋତୁସ୍ରାବ- ମହିଳାମାନଙ୍କ ଋତୁସ୍ରାବ ବା ପିରିୟଡ ପାଇଁ ଅଣ୍ଟା ବିନ୍ଧା ହୋଇଥାଏ । ଠିକ୍ ସମୟରେ ଋତୁସ୍ରାବ ନହେଲେ ଅଣ୍ଟା ବିନ୍ଧା ହୋଇଥାଏ । ଅନିୟନ୍ତ୍ରିତ ଜୀବନଶୈଳୀ- ଆମ ସୁସ୍ଥ ଜୀବନଶୈଳୀରେ ସାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଉ। ଯେମିତିକି ଆମକୁ ପ୍ରତ୍ୟେକ ଦିନ ବ୍ୟାୟମ କରିବା ଉଚିତ୍ କିନ୍ତୁ ବ୍ୟସ୍ତତା ଭିତରେ ଆମେ ଏଥପ୍ରତି ଧ୍ୟାନ ଦେଉନା। ଏ ନେଇ ମୋଟାପଣ ବୃଦ୍ଧି ପାଏ ଏବଂ ଅଣ୍ଟା ବନ୍ଧା ସମସ୍ୟା ମଧ୍ୟ ଦେଖାଦିଏ ।

ବିଳମ୍ବିତ ଗର୍ଭଧାରଣ- ସବୁ ଜିନିଷ ଯେପରି ନିର୍ଦ୍ଦିଷ୍ଟ ସମୟ ରହିଛି। ସେହିପରି ମହିଳାମାନଙ୍କର ଗର୍ଭ ଧାରଣ କରିବାର ମଧ୍ୟ ନିର୍ଦ୍ଦିଷ୍ଟ ସମୟ ରହିଛି । ଯଦି ମହିଳାଟି ବିଳମ୍ବିତ ସମୟରେ ଗର୍ଭଧାରଣ କରେ, ତାହାହେଲେ ଅଣ୍ଟା ବିନ୍ଧିବାର ମୁଖ୍ୟ କାରଣ ହୋଇଥାଏ । ଏହାସହ ଗର୍ଭଧାରଣ ସମୟରେ ଅଣ୍ଟା ମଧ୍ୟ ବିନ୍ଧିଥାଏ ।












Click it and Unblock the Notifications