Get Updates
Get notified of breaking news, exclusive insights, and must-see stories!

ମନସୁନରେ ଯାଆନ୍ତୁ ନାହିଁ ଏହିସବୁ ସ୍ଥାନ

ଆମେ ଆପଣଙ୍କୁ ଆଜି ଏମିତି ସ୍ଥାନ ସମ୍ବନ୍ଧରେ ସୂଚନା ଦେବୁ ଯେଉଁଠି ଛୁଟି କାଟିବା ମହଙ୍ଗା ହୋଇପାରେ ।ଖାସକରି ଜୁଲାଇ ମାସରେ ଏସବୁ ଜାଗା ଯିବା ବିପଦପୂର୍ଣ୍ଣ ହୋଇଥାଏ ।

ବାହାରକୁ ବୁଲି ଯିବା କାହାକୁବା ପସନ୍ଦ ନୁହେଁ। ନିଜର ବିଜି ସ୍କ୍ୟୁଡ଼ଲ ଭିତରୁ ସମୟ ବାହାର କରି ବୁଲିବା ପ୍ଲାନ କରିଥାନ୍ତି ଲୋକେ। ତେବେ ବର୍ଷା ଦିନରେ କେଉଁ କେଉଁ ସ୍ଥାନ ଆପଣଙ୍କୁ ଯିବା ଉଚିତ୍ ନୁହେଁ ସେ ବିଷୟର ନ ଜାଣି , ଯଦି ଆପଣ ଯାଉଛନ୍ତି। ତେବେ ଅସୁବିଧାରେ ନିଶ୍ଚୟ ସାମ୍ନା କରିପାରନ୍ତି। ଲୋକେ ସାଧାରଣତଃ ପାହାଡିଆ ଅଞ୍ଚଳ ବୁଲିବା ପାଇଁ ବେଶୀ ପସନ୍ଦ କରନ୍ତି। ତେବେ ବାକି ସବୁ ସମୟ ରେ ଏହି ଅଞ୍ଚଳ ରେ ବୁଲିବାରେ କୌଣସି ସମସ୍ୟା ନାହିଁ। କିନ୍ତୁ ବର୍ଷା ଦିନରେ ଭୁଲ ରେ ବି ପାହାଡିଆ ଅଞ୍ଚଳ ଯାଆନ୍ତୁ ନାହିଁ। କାରଣ ଜୁନ ଓ ଜୁଲାଇରେ ଏହି ସବୁ ରାଜ୍ୟରେ ପ୍ରବେଶ କରିଥାଏ ମୋସୁମୀ ।

ଆମେ ଆପଣଙ୍କୁ ଆଜି ଏମିତି ସ୍ଥାନ ସମ୍ବନ୍ଧରେ ସୂଚନା ଦେବୁ ଯେଉଁଠି ଛୁଟି କାଟିବା ମହଙ୍ଗା ହୋଇପାରେ ।ଖାସକରି ଜୁଲାଇ ମାସରେ ଏସବୁ ଜାଗା ଯିବା ବିପଦପୂର୍ଣ୍ଣ ହୋଇଥାଏ ।

mansoon

ଆସାମ:

ଉତ୍ତର-ପୂର୍ବ ଭାରତ ବୁଲିବା ପାଇଁ ପ୍ରାୟ ଲୋକ ପସନ୍ଦ କରିଥାନ୍ତି ତେବେ ଜୁଲାଇ ମାସରେ ଏହି ରାଜ୍ୟରେ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ଆଉ ଏଠିକାର ଅନେକ ପର୍ଯ୍ୟଟନ ସ୍ଥଳୀ ବୁଲିବା ଉପରେ ରୋକ ଲଗାଯାଇଥାଏ। ଏଭଳି ସ୍ଥିତିରେ ଆସାମ ଯିବା ପାଇଁ ଯୋଜନା କରନ୍ତୁ ନାହିଁ । ଜୁଲାଇ ପରେ ଅଗଷ୍ଟ କିମ୍ବା ସେପ୍ଟେମ୍ବରରେ ଆସାମ ବୁଲିବା ପାଇଁ ଯାଆନ୍ତୁ। ଏହା ବୁଠାରୁ ଉତ୍କୃଷ୍ଟ ସମୟ ।

କଲିମ୍ପୋଙ୍ଗ:

ପଶ୍ଚିମବଙ୍ଗରେ ରହିଛି ସୁନ୍ଦର ହିଲ ଷ୍ଟେସନ କଲିମ୍ପୋଙ୍ଗ । ଜୁଲାଇରେ ଏଠାରେ ପ୍ରବଳ ବର୍ଷା ହୋଇଥାଏ । ବର୍ଷାଦିନେ ଏହା ସବୁଠାରୁ ସୁନ୍ଦର ଜାଗା ଭିତରେ ଗୋଟିଏ ହୋଇଥାଏ ସତ କିନ୍ତୁ ବାଗଡୋଗରାରୁ କଲିମ୍ପୋଗ ଯିବା ସମୟରେ ଭୂସ୍ଖଳନର ଅନେକ ଆଶଙ୍କା ରହିଥାଏ । l ଯାହା ଦ୍ଵାରା ଆପଣ ଫସି ଯିବାର ସମ୍ଭାବନା ରହିଛି

ଗୋଆ:

ବର୍ଷା ସମୟରେ ଆପଣ ଗୋଆକୁ ଯେତିକି ଅନୁଭବ କରିବାକୁ ଚାହାଁନ୍ତି, ଆମେ ଆପଣଙ୍କୁ ତାହା ନକରିବାକୁ ପରାମର୍ଶ ଦେବୁ । କାରଣ ପ୍ରାୟ ସମୁଦ୍ରରେ ଅଧିକ ଜୁଆର ଆସିଥାଏ। ଏହି ସମୟରେ ସମୁଦ୍ରରେ ପହଁରିବା ଜୀବନ ପ୍ରତି ବିପଦ। ଏଥିସହ ବର୍ଷା ଯୋଗୁଁ ଗୋଆରେ ସମସ୍ତ ଜଳକ୍ରୀଡା ଆଦି ବନ୍ଦ ରହିଥାଏ। ତେଣୁ ଏଠିକୁ ଯାଇ ଆପଣ କିଛି ଉପୋଭୋଗ କରି ପାରିବେ ନାହିଁ।

ହିମାଚଳ ପ୍ରଦେଶ:

ହିମାଚଳର ଶିମଲା, କୁଲ୍ଲୁ ଏବଂ ମନାଲି ଆଦି ସ୍ଥାନ ପର୍ଯ୍ୟଟକନକର ଖୁବ୍ ପସନ୍ଦ। କିନ୍ତୁ ଜୁଲାଇରେ ଏହି ସବୁ ସ୍ଥାନ ଯିବା ଅନୁଚିତ। କାରଣ ଜୁଲାଇରେ ଏଠାରେ ଅଧିକାଂଶ ସମୟ ଭୂସ୍ଖଳନ ହୋଇଥାଏ । ଅନେକ ଏହି ଭୂସ୍ଖଳନ ରେ ପ୍ରାଣ ହରାଇଛନ୍ତି। ତେଣୁ ଯଦି କିଛି ଯୋଜନା କରିଛନ୍ତି , ତେବେ ନିଶ୍ଚୟ ବଦଳାନ୍ତୁ।

ରାଜସ୍ଥାନ:

ରାଜସ୍ଥାନରେ ମଧ୍ୟ ଜୁଲାଇରେ ପହଞ୍ଚିଥାଏ ମୌସୁମୀ । ଏହି ସମୟରେ ରଥାମ୍ବୋର ନ୍ୟାସନାଲ ପାର୍କକୁ ବନ୍ଦ କରି ଦିଆଯାଇଥାଏ । ଡିସେମ୍ବରରୁ ଜାନୁଆରୀ ରଥାମ୍ବୋର ଯିବା ପାଇଁ ସଠିକ ସମୟ ରହିଥାଏ । ରାଜସ୍ଥାନରେ ବୁଲିବା ପାଇଁ ହେଲେ ଶୀତ ସମୟ ଉପଯୁକ୍ତ। ଏବେ ଯଦି ଆପଣ ଯିବାକୁ ଚାହୁଁଥାନ୍ତି, ବହୁତ୍ କମ୍ ସ୍ଥାନ ବୁଲି ପାରିବେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+