ପାଖ ମାଡ଼ିବନି ଏସିଡ଼ିଟି! ଜଳଖିଆରେ ଖାଆନ୍ତୁ ଏହି ଜିନିଷ
ଆଜିକାଲିର ଭୁଲ ଖାଦ୍ଯପେୟ ପାଇଁ ଲୋକଙ୍କ ପାଖରେ ଅନେକ ପ୍ରକାରର ରୋଗ ଦେଖିବାକୁ ମିଳୁଛି। ବେଳେବେଳେ କିଛି ଭୁଲ ଖାଦ୍ଯ ବା ବଦଳୁଥିବା ପାଗ ପାଇଁ ଛାତି ଜଳିବା, ପାଚନ କ୍ରିୟାରେ ଅସୁବିଧା ଏବଂ ଏସିଡ଼ିଟି ଆଦି ସମସ୍ଯା ଦେଖିବାକୁ ମିଳିଥାଏ। ଆଜି ଆମେ ସକାଳ ଜଳଖିଆ ସମୟରେ କିଛି ସାଧାରଣ ଖାଦ୍ଯ ଗ୍ରହଣ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ବାରା ଆପଣଙ୍କୁ ବିଲକୁଲ ଏସିଡ଼ିଟି ହେବ ନାହିଁ।
-ଏସିଡ଼ିଟି ସମସ୍ଯାରୁ ରକ୍ଷା ପାଇବା ପାଇଁ ଦୈନିକ ଥଣ୍ଡା କ୍ଷୀର ପିଅନ୍ତୁ। ଥଣ୍ଡା କ୍ଷୀର ପିଇବା ଦ୍ବାରା ଏସିଡ଼ିଟିରୁ ପେଟରେ ହୋଇଥିବା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
-ଯଦି ଆପଣଙ୍କୁ ସବୁବେଳେ ଏସିଡ଼ିଟିର ସମସ୍ଯା ରହିଥାଏ ତେବେ ସକାଳ ଜଳଖିଆରେ ଓଟମିଲ ଏବଂ ବ୍ରାଉନ୍ ବ୍ରେଡ଼ର ସେବନ କରନ୍ତୁ।

-ରାତିରେ ଶୋଇବା ପୂର୍ବରୁ ହାଲୁକା ଉଷୁମ୍ ପାଣି ସହିତ ଗୁଜୁରାତୀ ସେବନ କରନ୍ତୁ। ଏହା ଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ଯା ଦୂର ହେବା ସହ ଏସିଡ଼ିଟିର ସମସ୍ଯା ମଧ୍ୟ ଦୂର ହୋଇଥାଏ।
-ଯଦି ଆପଣଙ୍କୁ ଏସିଡ଼ିଟିର ସମସ୍ଯା ରହିଛି ତେବେ ଖଟା ଜିନିଷ ଠାରୁ ଦୂରରେ ରୁହନ୍ତୁ। ଏହାର ସେବନ ଦ୍ବାରା ଏସିଡ଼ିଟିର ସମସ୍ଯା ଅଧିକ ବଢ଼ିଥାଏ।












Click it and Unblock the Notifications