ପାଟି ସ୍ଵାଦ ପାଇଁ ଏହି ସମୟରେ ଖାଉଛନ୍ତି ଛଣାଛଣି ଖାଦ୍ୟ; ଏବେ ଠାରୁ ବଦଳାନ୍ତୁ ଅଭ୍ୟାସ, ନଚେତ୍.....

ଅନେକ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ଶରୀରର ଅନେକ ଆବଶ୍ୟକତା ପୂରଣ ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଶରୀରର ଆବଶ୍ୟକତା ପୂରଣ କରିଥାଏ। ତେବେ କିଛି ଖାଦ୍ୟ ଖାଇବାର ସଠିକ ସମୟ ରହିଛି। ତାହା ହୁଏତ ସଭିଏଁ ଜାଣି ନଥିବେ। ଜାଣନ୍ତୁ..

eaten

ରାତି ସମୟରେ ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀର ପାଇଁ ବେଶ ଲାଭଦାୟକ ହେବା ସହ ଆରାମ ଅନୁଭବ ହୋଇଥାଏ। ମାତ୍ର ଦିନରେ ଅଧିକ ପରିଶ୍ରମ ଓ ସଠିକ ସମୟରେ ବ୍ୟାୟାମ କରୁଥିଲେ ହିଁ କ୍ଷୀର ପିଇବା ଉଚିତ।
ଦିନ ସମୟରେ ଦହିର ସେବନ କରିବା ଦ୍ୱାରା ଏହା ସହଜରେ ହଜମ ହୋଇଥାଏ।
ଖରାବେଳେ କଦଳୀ ଖାଇବା ଉତ୍ତମ ବୋଲି କୁହାଯାଏ।
ଖରାବେଳେ ଡାଲି ଓ ବିନ୍ସ ଖାଇବା ଉତ୍ତମ ।
ମାଂସରେ ପ୍ରୋଟିନର ମାତ୍ରା ଅଧିକ। ତେଣୁ ରାତି ସମୟରେ ଏହାକୁ ଖାଇବା ଉଚିତ ନୁହେଁ। ଖୁବ କମ ପରିମାଣରେ ମାସକୁ ୨ ଥର ଖାଇ ପାରିବେ।
ଦିନ ଭୋଜନରେ ଭାତ ଖାଇବା ସର୍ବୋତ୍ତମ।
ସକାଳ ସମୟରେ ସେଓ ଖାଇବା ଖୁବ ଲାଭଦାୟକ । ମାତ୍ର ରାତି ସମୟରେ ସେଓ ଖାଇବା ଦ୍ୱାରା ପେଟ ଜନିତ କିଛି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥାଏ।
ସକାଳେ କିମ୍ବା ଦିନ ସମୟରେ ପନିର ଖାଇବା ଲାଭଦାୟକ ବୋଲି କୁହାଯାଏ।

ସକାଳେ ଖାଲି ପେଟରେ କିୱି ଖାଇବା ସର୍ବୋତ୍ତମ। ଏହା ଶରୀରରୁ ଅନାବଶ୍ୟକ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ।
ଆଳୁରେ କାବ୍ରୋହାଇଡ୍ରେଟ ଅଧିକ ମାତ୍ରାରେ ରହିଛି। ତେଣୁ ରାତିରେ ଏହାକୁ ଖାଇବା ଦ୍ୱାରା ନିଦରେ ପ୍ରଭାବ ପଡିବାର ସମ୍ଭାବନା ରହିଛି।
ସକାଳ ସମୟରେ ଖାଲି ପେଟରେ କମଳା ଜୁସ ପିଇବା ଉଚିତ ନୁହେଁ। ଏହା ଗ୍ୟାସ ଜନିତ ସମସ୍ୟା ସୃଷ୍ଟି କରିଥାଏ।
ଖରାବେଳର ଖାଦ୍ୟରେ ଛଣାଛଣି ଖାଦ୍ୟ ଯେପରି ପକୁଡି,ସିଙ୍ଗଡା ଆଦି ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ। ଏହି ସମସ୍ତ ଖାଦ୍ୟ ଦ୍ୱାରା ହଜମ କ୍ରିୟା ଉପରେ କୁପ୍ରଭାବ ପଡିଥାଏ। ଏହି ଖାଦ୍ୟ ବଦଳରେ ଅନ୍ୟ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ।
ଖରାବେଳେ ଅନେକ ଲୋକେ ବଜାରରେ ବିକ୍ରି ହେଉଥିବା ପରଟା,ଚାଓମିନ୍‍,ପାସ୍ତା, ବର୍ଗର, ଆଦି ଖାଇ ଥାଆନ୍ତି। ମାତ୍ର ଏହି ସମସ୍ତ ଖାଦ୍ୟରେ ଫାଇବର ନଥାଏ। ମଇଦାରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ବଦହଜମି ସମସ୍ୟା ହୋଇଥାଏ। ତେଣୁ ଏହି ସବୁ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ।
କିଛି ଲୋକେ ଖରାବେଳେ ଭୋକ ଲାଗିଲେ ରାସ୍ତା କଡରେ ହେଉ ଅଥବା ଦୋକାନରୁ ବିଭିନ୍ନ ପ୍ରକାର ପେଟିସ୍‍ ଖାଇଥାଆନ୍ତି। ଅନେକ ପେଟିସ୍‍ ବାସି ମଧ୍ୟ ଥାଏ। ଏହାକୁ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ନ ହେବା ସହ ପେଟ ଖରାପ ହୋଇଥାଏ। ତେଣୁ ଖରାବେଳେ ଏହି ଖାଦ୍ୟ ଖାଆନ୍ତୁ ନାହିଁ।
ଅନେକ ଲୋକେ ଖରାବେଳର ଖାଦ୍ୟରେ ଖାଲି ପେଟରେ ବିଭିନ୍ନ ପ୍ରକାର ଜୁସ୍‍ ମଧ୍ୟ ପିଇଥାଆନ୍ତି। ଏହାଦ୍ୱାରା ପେଟରେ ଗ୍ୟାଷ୍ଟ୍ରିକ୍‍ ହୋଇଥାଏ। ଏଥିରେ ବରଫ ପକାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+