ଶ୍ୱାସ ରୋଗୀଙ୍କ ପାଇଁ ଉତ୍ତମ ଖାଦ୍ୟ
ଶ୍ୱାସ ରୋଗୀଙ୍କ ପାଇଁ ଏପରି କିଛି ଖାଦ୍ୟ ନାହିଁ ଯାହା ନିଃଶ୍ୱାସ ପ୍ରଶ୍ୱାସକୁ ଠିକ୍ କରିପାରିବ । କିନ୍ତୁ କିଛି ଫଳ ଓ ପରିବା ରହିଛି ଯାହା ଶ୍ୱାସରୋଗୀ ପାଇଁ ବିଶେଷ ଉପକାରୀ। ଏହି ଫଳ ଓ ପରିବାରେ ରହିଛି ଶ୍ୱାସରୋଗୀ ପାଇଁ ବିଶେଷ ଉପକାରୀ। ଏଥୁରେ ଆଣ୍ଟିଅକ୍ସିଡେଣ୍ଟ ନାମକ ତତ୍ତ୍ୱ ରହିଛି ଯେଉଁଥିରେ ଭରପୂର ମାତ୍ରାରେ ଭିଟାମିନ୍ ଇ ଓ ସି ବ୍ୟତୀତ କ୍ୟାରୋଟିନ ମିଳିଥାଏ ।
ତେବେ ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ବିଷୟରେ ଯାହା ଶ୍ୱାସ ରୋଗୀଙ୍କ ପାଇଁ ଉପକାରୀ ଓ ଭିଟାମିନ୍ ଡି : ସୂର୍ଯ୍ୟଙ୍କ କିରଣରୁ ଆମକୁ ଭରପୂର ମାତ୍ରାରେ ଭିଟାମିନ୍ ଡି ମିଳିଥାଏ। କିନ୍ତୁ କିଛି ଏପରି ଖାଦ୍ୟ ରହିଛି ଯେଉଁଥୁରେ ଭିଟାମିନ୍ ଡି ଭରପୂର ମାତ୍ରାରେ ମିଳିଥାଏ । ଏହା ମଧ୍ୟରୁ ସାଲମନ, ଅଣ୍ଡା, କ୍ଷୀର, କମଳା ଜୁସ୍ ଆପଣ ଖାଇପାରିବେ। ଏହା ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ଠିକ୍ କରିବ । ଯେଉଁମାନଙ୍କ ମଧ୍ୟରେ ଭିଟାମିନ୍ ଡିର ଅଭାବ ଥାଏ ସେମାନଙ୍କୁ ଶ୍ୱାସ ହେବାର ବେଶୀ ବିପଦ ଥାଏ ।

ଟମାଟୋ : ଶ୍ୱାସରୋଗୀଙ୍କ ପାଇଁ ଟମାଟୋ ବହୁତ ଉପକାରୀ ଓ ଏଥିରେ ଲାଇସୋପେନ୍ ନାମକ ତତ୍ତ୍ୱ ମିଳିଥାଏ । ଏହି ତତ୍ତ୍ୱ ନିଃଶ୍ୱାସ ନେବାର ସମସ୍ୟାକୁ ଅନେକ ମାତ୍ରାରେ ଠିକ୍ କରିଥାଏ। ନଟ୍ସ ଓ ମଞ୍ଜିଜାତୀୟ : ଭିଟାମିନ୍ ଇ ଶ୍ୱାସରୋଗୀଙ୍କ ପାଇଁ ଉପକାରୀ ବୋଲି ଅନେକ ଜାଣିଥାନ୍ତି ।
ସେଥିପାଇଁ ଆପଣ ବାଦାମ, ଅଖରୋଟ କଞ୍ଚା ମଞ୍ଜି ବ୍ୟତୀତ କ୍ରୋକଲୀ ବା କଞ୍ଚା କଦଳୀ ପରି ପରିବା ଖାଆନ୍ତୁ । ଭିଟାମିନ୍ ଇ ରେ ଟେକୋଫେରାଲ ନାମକ ତତ୍ତ୍ୱ ରହିଛି । ଏହି ତତ୍ତ୍ୱ ଆପଣଙ୍କୁ ଶ୍ୱାସର କାରଣରୁ କାଶ ଓ ବେଚୈନୀକୁ କମ୍ କରିବାରେ ସାହାଯ୍ୟ କରିଥାଏ ।












Click it and Unblock the Notifications