ପ୍ରତିଦିନ ପିଲାଙ୍କୁ ପଚାରନ୍ତୁ ଏହି 7 ପ୍ରଶ୍ନ; ବଢିବ ସେମାନଙ୍କ କନଫିଡେନ୍ସ

ଆଜିକାଲି ଶିଶୁମାନଙ୍କ ମଧ୍ୟରେ ମାନସିକ ସମସ୍ୟା ବଢ଼ୁଥିବା ଘଟଣା ଏକ ଚିନ୍ତାର କାରଣ ହୋଇଯାଇଛି। ପିଲାମାନଙ୍କର କ୍ରୋଧ, ପ୍ରେମ, ଇମୋଶନାଲ ଏବଂ ଅନ୍ୟାନ୍ୟ ଫିଲିଙ୍ଗ୍ସ ସେମାନଙ୍କ ଆଚରଣରୁ ଅନୁମାନ କରାଯାଇପାରିବ। କିନ୍ତୁ କାମରେ ବ୍ୟସ୍ତ ଥିବା ଅନେକ ଅଭିଭାବକ ଶିଶୁଙ୍କୁ ପୂରାପୁରି ସମୟ ଦେଇପାରୁନାହାନ୍ତି, ଯାହାର ଫଳରେ ଶିଶୁମାନେ ନିଜକୁ ଅଲଗା ଓ ଏକା ମନେ କରନ୍ତି।

7 questions every day

ବିଶେଷକରି ସିଙ୍ଗଲ୍ ପାରେଣ୍ଟସ୍ ପାଇଁ ଶିଶୁଙ୍କ ପାଳନପୋଷଣ, ସଠିକ୍ ସଂସ୍କାର ଓ ନୈତିକ ଶିକ୍ଷା ଦେବା ଆହୁରି କଠିନ ହେଉଛି। ସୋସିଆଲ୍ ମିଡିଆର ଖରାପ ପ୍ରଭାବରୁ ଶିଶୁଙ୍କୁ ବଞ୍ଚାଇବା ପାଇଁ ଅଭିଭାବକଙ୍କୁ ପ୍ରତିଦିନ କିଛି ସମୟ ଶିଶୁଙ୍କ ସହ କାଟିବା ଅତ୍ୟନ୍ତ ଆବଶ୍ୟକ।

ଶିଶୁର ମନରେ କ'ଣ ଚାଲିଛି, ତାହା ଜାଣିବା ପାଇଁ ଅଭିଭାବକମାନେ ପ୍ରତିଦିନ ଏହି 7ଟି ପ୍ରଶ୍ନ ପଚାରିବା ନିହାତି ଜରୁରୀ, ଯାହା ଆପଣଙ୍କୁ ସେମାନଙ୍କ ଭାବନାକୁ ବୁଝିବାରେ ସାହାଯ୍ୟ କରିପାରିବ।

ଆପଣଙ୍କ ପିଲାକୁ ପ୍ରତିଦିନ ଏହି ପ୍ରଶ୍ନଗୁଡ଼ିକ ପଚାରନ୍ତୁ:

1- ତୁମେ କେବେ ସବୁଠାରୁ ଅଧିକ ପ୍ରେମ ବା ଭଲପାଇବା ଅନୁଭବ କର?
ଏହା ଦ୍ୱାରା ଶିଶୁ କେଉଁ ସମୟରେ ଓ କିପରି ଭଲପାଇବା ଅନୁଭବ କରେ, ତାହା ବୁଝିହେବ।

2- ଆଜି ତୁମ ଦିନର ସବୁଠାରୁ ଭଲ ମୁହୂର୍ତ୍ତ କ'ଣ ଥିଲା?
ଶିଶୁ ପାଇଁ କ'ଣ ଗୁରୁତ୍ୱପୂର୍ଣ୍ଣ ଓ ସେ କ'ଣ କରିବାକୁ ଭଲ ପାଏ, ତାହା ଜଣାପଡ଼େ।

3- ଯଦି ତୁମେ ପୃଥିବୀରେ ଗୋଟିଏ ଜିନିଷ ବଦଳାଇପାର, ତେବେ କ'ଣ ବଦଳାଇବ?
ଶିଶୁର ସ୍ୱପ୍ନ, ଚିନ୍ତାଧାରା ଓ ଠିକ୍-ଭୁଲ ବୋଧକୁ ବୁଝିବାର ସୁଯୋଗ ମିଳେ।

4- ବଡ଼ମାନେ ଶିଶୁମାନଙ୍କ ବିଷୟରେ କ'ଣ ଭଲଭାବେ ବୁଝିବା ଉଚିତ?
ଏହା ଶିଶୁକୁ ଖୋଲାମନରେ କଥା କହିବାର ସୁଯୋଗ ଦିଏ ଓ ସେ ନିଜକୁ ବୁଝିବାକୁ ଅନୁଭବ କରେ।

5- ତୁମେ ଯେତେବଳେ ଦୁଃଖରେ କିମ୍ବା ରାଗ ମୁଡରେ ଥାଓ, ତେବେ କ'ଣ କର?
ଶିଶୁର ଭାବନା ଓ ସେମାନଙ୍କୁ ସମ୍ଭାଳିବାର ଉପାୟ ବୁଝିବାରେ ସାହାଯ୍ୟ ମିଳେ।

6- ପରିବାର ସହ ତୁମେ କେଉଁ ନୂଆ କାମ କରିବାକୁ ଚାହୁଁଛ?
ପରିବାର ସହ ଭାବନାତ୍ମକ ସମ୍ପର୍କ ମଜବୁତ ହୁଏ ଓ ସ୍ମୃତି ସୃଷ୍ଟି ହୁଏ।

7- ଆଜି ପର୍ଯ୍ୟନ୍ତ କେହି ତୁମ ପାଇଁ ସବୁଠାରୁ ଭଲ କ'ଣ କରିଛି?
ଏହା ଦ୍ୱାରା ଶିଶୁମାନଙ୍କ ମଧ୍ୟରେ କୃତଜ୍ଞତା ଓ ଦୟାଭାବ ଗଢ଼ିଉଠେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+