ସକାଳେ ଉଠିବା ମାତ୍ରେ ତୁରନ୍ତ କରନ୍ତୁ ଏହି ୬ଟି କାମ, ପାଖ ମାଡ଼ିବନି ଡାଇବେଟିସ
ଜୀବନ ଯଦି ବଞ୍ଚିବାରେ ଅଛି ତେବେ ଏହାକୁ ଖୋଲାଖୋଲି ଭାବରେ ବଞ୍ଚିବା ଉଚିତ। ଏହି କଥାକୁ ଅନେକ ହୁଏତ ମାନିବେ, କିନ୍ତୁ ଏକ ମୁକ୍ତ ଜୀବନ ବଞ୍ଚିବା ପାଇଁ ଶରୀର ସୁସ୍ଥ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଜୀବନର କିଛି ନିୟମ ମାନିବା ମଧ୍ୟ ଜରୁରୀ।

ଏଠାରେ ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ କହିବ ଯେ, ଆମ ଶରୀରକୁ ଫିଟ୍ ରଖିବା ପାଇଁ ଆମେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛୁ। ସେଥିପାଇଁ ଆଜିକାଲି ଅଧିକାଂଶ ଲୋକ କିଛି ନା କିଛି ରୋଗର ଶିକାର ହେଉଛନ୍ତି, ଯାହା ସେମାନଙ୍କ ଜୀବନକୁ ଅସାର କରିଦେଉଛି।
ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ଇଛା ଅଛି ଏବଂ ଡେଡିକେଶନ ଅଛି, ତେବେ ଆପଣଙ୍କ ଶରୀରକୁ ଫିଟ୍ ରଖିବା ପାଇଁ ଆପଣ ସକାଳେ ଅତି କମରେ ୬ଟି କାମ କରିପାରିବେ। ଏହା କରିବା ଦ୍ୱାରା, ଆପଣ ନିଜକୁ ବହୁ ପରିମାଣରେ ସୁସ୍ଥ ରଖିପାରିବେ ଏବଂ ଆପଣଙ୍କ ଜୀବନକୁ ଉପଭୋଗ କରିପାରିବେ।
ପାଣି ସହିତ ଦିନ ଆରମ୍ଭ:
ଯଦି ଆପଣଙ୍କ ଦିନକୁ ପାଣିରୁ ଆରମ୍ଭ କରନ୍ତି, ତେବେ ଆପଣଙ୍କ ଶରୀରର ସମସ୍ତ ସମ୍ଭାବ୍ୟ ଆବଶ୍ୟକତା ପୂରଣ ହୋଇପାରିବ। ଦୀର୍ଘ ସମୟ ଶୋଇବା ପରେ ଶରୀରରୁ ଜଲୀୟ ଅଂଶ କମିଯାଇଥାଏ। ଏପରି ପରିସ୍ଥିତିରେ, ଶରୀରକୁ ପାଣିର ଆବଶ୍ୟକତା ପଡେ।
ଉଷୁମ ପାଣିରେ ଲେମ୍ବୁ/ମହୁ:
ଶରୀର ଶକ୍ତି ଉତ୍ପାଦନ ପାଇଁ ମେଟାବୋଲିଜିମ୍ ପ୍ରକ୍ରିୟା ଆବଶ୍ୟକ ହୋଇହାଏ ଏବଂ ଏହି ମେଟାବୋଲିଜିମ୍ ପାଇଁ ପାଣି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ, ଆପଣ ସକାଳୁ ଉଠିବା ମାତ୍ରେ ଦୁଇ ଗ୍ଲାସ୍ ଉଷୁମ ପାଣି ପିଅନ୍ତୁ। ଯଦି ଏଥିରେ ଲେମ୍ବୁ/ମହୁ ମିଶାଯାଏ ତେବେ ଏହା ଆହୁରି ଭଲ ହୋଇଥାଏ।
ଶାରୀରିକ ବ୍ୟାୟାମ:
ଆପଣ ଯାହା ବି କରନ୍ତୁ ନା କାହିଁକି, ଶରୀର ସକ୍ରିୟ ରହିବା ପାଇଁ ଶାରୀରିକ ବ୍ୟାୟାମ ଆବଶ୍ୟକ କରେ। ଏଥିପାଇଁ ନିଜ ଶରୀରକୁ ଯେକୌସି ଉପାୟରେ ପରିଶ୍ରମ କରାନ୍ତୁ। ଏପରି କିଛି ବ୍ୟାୟାମ କରନ୍ତୁ ଯାହା ଦ୍ୱାରା ଦେହରୁ ଝାଳ ବୋହିବ ଏବଂ ହାର୍ଟ ବିଟ୍ ବଢିବ।
ପୋଷକ ଖାଦ୍ୟ:
ଦିନସାରା ଯେପରି ଶକ୍ତିର ଅଭାବ ନ ପଡେ ଏନେଇ ସକାଳେ ପୋଷକ ଭରା ଖାଦ୍ୟ ଖାଇବା ଜଉରୀ। ସକାଳ ଜଳଖିଆରେ ଗହମ, ଚାଉଳ, ଜୋୱାର, ବ୍ରାଜରା, ରାଗି, ବେସନ ମଇଦା ଇତ୍ୟାଦିରେ ଘରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ଏହା ସହିତ ଲିନ୍ ପ୍ରୋଟିନ୍, ତାଜା ଫଳ, ବଟରମିଲ୍କ, ଦହି, ଏହିସବୁ ଜିନିଷକୁ ମଧ୍ୟ ଜଳଖିଆରେ ଖିଆଯାଇପାରେ।
ଧ୍ୟାନ ଏବଂ ଯୋଗ:
ଆଜିର ବ୍ୟସ୍ତବହୁଳ ଦୁନିଆରେ ଏପରି କୌଣସି ବ୍ୟକ୍ତି ନାହାଁନ୍ତି ଯେଉଁମାନେ ଚାପ ଭଳି ସମସ୍ୟାରୁ ମୁକ୍ତ। ଏହି ଚାପକୁ କିନ୍ତୁ ପରିଚାଳନା କରିବା ଜରୁରୀ। ଚାପକୁ ଦୂରେଇ ରଖିବା ପାଇଁ ପ୍ରତିଦିନ ଯୋଗ ଏବଂ ଧ୍ୟାନ କରନ୍ତୁ। ଏହା ମନକୁ ଶାନ୍ତ କରେ।
ସୂର୍ଯ୍ୟ କିରଣ ଉପଭୋଗ:
ଆଜିର ଜୀବନରେ ସମସ୍ତେ କୁହନ୍ତି ଯେ ଆମେ ବହୁତ ବ୍ୟସ୍ତ। ଏହା ଭଲ ଲୋକଙ୍କ ସଙ୍କେତ ନୁହେଁ। ଆପଣ ଯେତେ ବ୍ୟସ୍ତ ହୁଅନ୍ତୁ ନା କାହିଁକି, ପ୍ରତିଦିନ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ସକାଳର ବାହାର ସୂର୍ଯ୍ୟ କିରଣକୁ ଉପଭୋଗ କରିବା ଜରୁରୀ।












Click it and Unblock the Notifications