ଆର୍ଟିଫିସିଆଲ୍ ସ୍ଵିଟନରର ବ୍ୟବହାର: ଡାୟାବେଟିସ୍ ରୋଗୀଙ୍କ ପାଇଁ ଭଲ ନା ଖରାପ? ବିଶେଷଜ୍ଞମାନେ କ’ଣ କହୁଛନ୍ତି?
ବିଶ୍ୱରେ ଡାଇବେଟିସ୍ରେ ପୀଡ଼ିତ ଲୋକଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି କାରଣରୁ ଅନେକ ଲୋକ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ଓ ଓଜନ କମାଇବା ପାଇଁ ସାଧାରଣ ଚିନି ବଦଳରେ କୃତ୍ରିମ ମିଠା ବ୍ୟବହାର କରୁଛନ୍ତି।
କୃତ୍ରିମ ମିଠା ପାନୀୟ, ମିଠା ଖାଦ୍ୟ ଓ ବିଭିନ୍ନ ପ୍ରସ୍ତୁତ ଖାଦ୍ୟରେ ବ୍ୟବହାର ହୁଏ। କିନ୍ତୁ ପ୍ରଶ୍ନ ହେଉଛି-ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ସତରେ ସୁରକ୍ଷିତ କି? ଆସନ୍ତୁ, ବିଶେଷଜ୍ଞ ଓ ବର୍ତ୍ତମାନର ଗବେଷଣା କ'ଣ କହୁଛି ଜାଣିବା।

'Gyaan by Ganesh - Making India Win Over Diabetes' ହେଉଛି Sun Pharmaର ଏକ ସଚେତନତା ଅଭିଯାନ। ଏହାର ଲକ୍ଷ୍ୟ ହେଉଛି ବିଶେଷଜ୍ଞଙ୍କ ପରାମର୍ଶ ଆଧାରିତ ତଥ୍ୟ ମାଧ୍ୟମରେ ଭାରତୀୟମାନଙ୍କୁ ଡାଇବେଟିସ୍କୁ ବୁଝିବା, ରୋକିବା ଓ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା।
କୃତ୍ରିମ ମିଠା କାହିଁକି ଲୋକପ୍ରିୟ?
କୃତ୍ରିମ ମିଠାର ସବୁଠାରୁ ବଡ଼ ଲାଭ ହେଉଛି-ଏଥିରେ ସାଧାରଣ ଚିନି ଭଳି ଅଧିକ କ୍ୟାଲୋରି ନଥାଏ ଏବଂ ଏହା ରକ୍ତରେ ଶର୍କରା ସ୍ତରକୁ ତୁରନ୍ତ ବଢ଼ାଏ ନାହିଁ। ଏହି କାରଣରୁ ଡାଇବେଟିସ୍ ରୋଗୀ ଓ ଓଜନ କମାଇବାକୁ ଚାହୁଁଥିବା ଲୋକେ ଏହାକୁ ଚିନିର ବିକଳ୍ପ ଭାବେ ବ୍ୟବହାର କରନ୍ତି।
"ଡାଇବେଟିସ୍ ରୋଗୀଙ୍କ ପାଇଁ କୃତ୍ରିମ ମିଠା ଏକ ଉପଯୋଗୀ ବିକଳ୍ପ ହୋଇପାରେ, ଯଦି ଏହାକୁ ଅତିରିକ୍ତ ଚିନିର ବଦଳରେ ବ୍ୟବହାର କରାଯାଏ। ଅଧିକାଂଶ ଅନୁମୋଦିତ କୃତ୍ରିମ ମିଠା ରକ୍ତରେ ଶର୍କରା ସ୍ତର ଉପରେ ତୁରନ୍ତ ବଡ଼ ପ୍ରଭାବ ପକାଏ ନାହିଁ। କିନ୍ତୁ ଏହାକୁ ସୀମିତ ପରିମାଣରେ ନେବା ଉଚିତ। 'ସୁଗାର ଫ୍ରି' ଲେଖା ଥିବା ଖାଦ୍ୟକୁ ଅସୀମିତ ଭାବେ ଖାଇବା ଠିକ୍ ନୁହେଁ, କାରଣ ଏଥିରେ କାର୍ବୋହାଇଡ୍ରେଟ୍, କ୍ୟାଲୋରି ଓ ଅସ୍ୱାସ୍ଥ୍ୟକର ଚର୍ବି ଥାଇପାରେ। ତେଣୁ ଖାଦ୍ୟର ପୂରା ନ୍ୟୁଟ୍ରିସନ୍ ଲେବଲ୍ ଯାଞ୍ଚ କରନ୍ତୁ ଏବଂ ଅତ୍ୟଧିକ ମିଠା ଖାଦ୍ୟ ଖାଇବା ଅଭ୍ୟାସ କମାଇବା ଉପରେ ଧ୍ୟାନ ଦିଅନ୍ତୁ।"
Dr. Sweekruti Jena, M.D.( Medicine) , D.M. (Endocrinology), Consultant Endocrinologist, Care Hospital, Bhubaneswar

କୃତ୍ରିମ ମିଠା କ୍ଷତିକାରକ ହୋଇପାରେ କି?
କୃତ୍ରିମ ମିଠାର ସୁରକ୍ଷାକୁ ନେଇ ଗବେଷକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ଦୀର୍ଘଦିନ ଧରି ଆଲୋଚନା ଚାଲିଛି।
କେତେକ ଗବେଷଣା ଅନୁସାରେ, କୃତ୍ରିମ ମିଠା ଚିନି ଖାଇବା କମାଇବାରେ ସାହାଯ୍ୟ କରିପାରେ। ତେବେ ଅନ୍ୟ କେତେକ ଗବେଷଣାରୁ ଜଣାପଡ଼ିଛି ଯେ, ବିଶେଷକରି ଅଧିକ ପରିମାଣରେ ଏବଂ ପ୍ରସ୍ତୁତ ଖାଦ୍ୟ ବା ପାନୀୟ ମାଧ୍ୟମରେ କୃତ୍ରିମ ମିଠା ନେଲେ ଦୀର୍ଘକାଳରେ କିଛି ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ।
ଅଧିକ ପରିମାଣରେ ନେଲେ ଏହା ସହ ନିମ୍ନଲିଖିତ ସମସ୍ୟାର ସମ୍ଭାବନା ନେଇ କିଛି ଅଧ୍ୟୟନରେ ଉଲ୍ଲେଖ ହୋଇଛି:
● ପେଟରେ ଅସୁବିଧା ଓ ହଜମ ସମସ୍ୟା
● ଆନ୍ତ୍ରିକ ସ୍ୱାସ୍ଥ୍ୟରେ ପରିବର୍ତ୍ତନ
● ଉଚ୍ଚ ରକ୍ତଚାପର ସମ୍ଭାବନା ବଢ଼ିବା
● ହୃଦ୍ରୋଗ ସମ୍ବନ୍ଧୀୟ ସମସ୍ୟାର ଅଧିକ ଝୁମ୍ପ
ତେବେ ବିଶେଷଜ୍ଞମାନେ କହୁଛନ୍ତି ଯେ, ଏହି ସମ୍ପର୍କିତ ପ୍ରମାଣ ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ। ଏହାକୁ ନିଶ୍ଚିତ କରିବା ପାଇଁ ଆହୁରି ଦୀର୍ଘକାଳୀନ ଗବେଷଣା ଆବଶ୍ୟକ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ କ'ଣ?
ଡାଏଟିସିଆନ୍ ଓ ପୋଷଣ ବିଶେଷଜ୍ଞଙ୍କ ମତ ଅନୁସାରେ, ଡାଇବେଟିସ୍ ରୋଗୀମାନେ କୃତ୍ରିମ ମିଠାକୁ ସୀମିତ ପରିମାଣରେ ନେଇପାରନ୍ତି।
ଏହାର ଦୀର୍ଘକାଳୀନ ପ୍ରଭାବକୁ ନେଇ ବୈଜ୍ଞାନିକ ପ୍ରମାଣ ମିଶ୍ରିତ ଥିଲେ ମଧ୍ୟ, ଅନୁମୋଦିତ କୃତ୍ରିମ ମିଠାକୁ ସୁପାରିଶ କରାଯାଇଥିବା ସୀମା ମଧ୍ୟରେ ନେଲେ ସାଧାରଣତଃ ସୁରକ୍ଷିତ ବୋଲି ଧରାଯାଏ।
ସାଧାରଣତଃ ବ୍ୟବହୃତ କୃତ୍ରିମ ଓ କମ୍ କ୍ୟାଲୋରି ଥିବା ମିଠା ହେଲା:
● ସୁକ୍ରାଲୋଜ୍
● ଆସ୍ପାର୍ଟେମ୍
● ଏସିସଲଫେମ୍ ପୋଟାସିୟମ୍ (Ace-K)
● ଷ୍ଟେଭିଆ
ଏହି ମିଠାଗୁଡ଼ିକ ରକ୍ତରେ ଶର୍କରା ସ୍ତରକୁ ବହୁତ ଅଧିକ ପ୍ରଭାବିତ ନକରି ମୋଟ ଚିନି ଖାଇବା କମାଇବାରେ ସାହାଯ୍ୟ କରିପାରେ।
ତେବେ କୃତ୍ରିମ ମିଠା ଡାଇବେଟିସ୍ କିମ୍ବା ମୋଟାପଣର କୌଣସି ଚମତ୍କାରୀ ସମାଧାନ ନୁହେଁ। କିନ୍ତୁ ଦାୟିତ୍ୱବୋଧ ସହ ବ୍ୟବହାର କଲେ ଏହା ଚିନିର ଏକ ବିକଳ୍ପ ହୋଇପାରେ। ଡାଇବେଟିସ୍ ନିୟନ୍ତ୍ରଣ ପାଇଁ କେବଳ କୃତ୍ରିମ ମିଠା ଉପରେ ନିର୍ଭର ନକରି ସନ୍ତୁଳିତ ଖାଦ୍ୟ ଖାଇବା, ନିୟମିତ ଶାରୀରିକ ବ୍ୟାୟାମ କରିବା ଏବଂ ଡାକ୍ତରଙ୍କ ପରାମର୍ଶ ମାନିବା ସବୁଠାରୁ ଭଲ ଉପାୟ। ଯଦି ଆପଣଙ୍କୁ ଡାଇବେଟିସ୍ ଅଛି କିମ୍ବା ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ କୃତ୍ରିମ ମିଠାକୁ ନିୟମିତ ଖାଦ୍ୟର ଅଂଶ କରିବା ପୂର୍ବରୁ ଡାକ୍ତର କିମ୍ବା ପଞ୍ଜୀକୃତ ଡାଏଟିସିଆନ୍ଙ୍କ ପରାମର୍ଶ ନିଅନ୍ତୁ।
ଦୀର୍ଘକାଳୀନ ସ୍ୱାସ୍ଥ୍ୟ ପାଇଁ ସୀମିତ ପରିମାଣରେ ବ୍ୟବହାର ଓ ସଠିକ୍ ତଥ୍ୟ ଆଧାରିତ ନିଷ୍ପତ୍ତି ନେବା ଅତ୍ୟନ୍ତ ଜରୁରୀ।
ଅସ୍ୱୀକାରୋକ୍ତି (Disclaimer): ଏହି ସାମଗ୍ରୀ କେବଳ ରୋଗୀ ଶିକ୍ଷା ଓ ସଚେତନତା ପାଇଁ ଉଦ୍ଦିଷ୍ଟ। ଏହା ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶର ବିକଳ୍ପ ନୁହେଁ। Sun Pharmaceuticals Laboratories Limited (SPLL) ସଠିକ୍ ଓ ସମୟୋପଯୋଗୀ ତଥ୍ୟ ଦେବା ପାଇଁ ସମସ୍ତ ପ୍ରୟାସ କରେ। ତଥାପି ଏହି ତଥ୍ୟର ସମ୍ପୂର୍ଣ୍ଣ ସଠିକତାର କୌଣସି ଗ୍ୟାରେଣ୍ଟି ଦିଆଯାଉନାହିଁ। ଆପଣ ନିଜ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେଇ ତାହା ଅନୁସରଣ କରନ୍ତୁ। Sun Pharmaceuticals Laboratories Limited (SPLL)ଙ୍କୁ ପୂର୍ବରୁ ସୂଚନା ନଦେଇ ଏହି ସାମଗ୍ରୀର କୌଣସି ଅଂଶକୁ ଯାନ୍ତ୍ରିକ କିମ୍ବା ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପୁନଃପ୍ରକାଶ, ପ୍ରେରଣ କିମ୍ବା ସଂରକ୍ଷଣ କରାଯାଇପାରିବ ନାହିଁ।
SPI-IN-CVD-ZT---07-20260102


Click it and Unblock the Notifications
