ମୋଟା ପଣ ପାଇଁ ଚିନ୍ତିତ କି ? ଖାଦ୍ୟରେ ସାମିଲ କରନ୍ତୁ ଏହି ଅଟା, କିଛି ଦିନ ପରେ ଦେଖିବେ ଚମତ୍କାରିତା

ଆଜିକାଲି ମୋଟାପା ଏକ ମହାମାରୀ ପରି ବ୍ୟାପିବାରେ ଲାଗିଛି। ସମସ୍ତେ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ କିଛି ଲୋକ ଡାଏଟ୍ କରୁଛନ୍ତି, ତ କେହି ବ୍ୟାୟାମ କରୁଛନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଓଜନ ବୃଦ୍ଧି ହେବା ପାଇଁ ଯେତିକି ସମୟ ଲାଗିଥାଏ, ତା ଠାରୁ ୪ ଗୁଣା ଅଧିକ ସମୟ ଲାଗିଥାଏ ଓଜନ କମାଇବାକୁ। ଅସନ୍ତୁଳିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଯୋଗୁଁ ଚର୍ବି ଦ୍ରୁତ ଗତିରେ ବଢ଼ିବାକୁ ଲାଗେ ।

ata

ଭଲ କଥା ହେଉଛି ଯେ ଯେପରି ଭୁଲ ଜିନିଷ ଖାଇବା ଦ୍ୱାରା ଓଜନ ଏବଂ ଚର୍ବି ବୃଦ୍ଧି ପାଏ, ସେହିପରି କିଛି ସୁସ୍ଥ ଜିନିଷ ଖାଇ ମଧ୍ୟ ଏହାକୁ ହ୍ରାସ କରିପାରିବେ। ଆସନ୍ତୁ ଜାଣନ୍ତୁ ସେମିତି କିଛି ଖାଦ୍ୟ ବିଷୟରେ ଜାଣିବା ଯାହା ଯାହାକୁ ଖାଇଲେ ଆମେ ସୁସ୍ଥ ରହି ପାରିବା।

ଓଜନ ହ୍ରାସ ପାଇଁ ଗହମ ବଦଳରେ ଏହି ଅଟାରେ ତିଆରି ରୁଟି ଖାଆନ୍ତୁ

ଗହମ ରୁଟି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ, କିନ୍ତୁ ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଗହମ ବଦଳରେ ଆପଣ ଯଅ ଅଟାର ତିଆରି ରୁଟି ଖାଇପାରିବେ। ପୁଷ୍ଟିସାର ଯୁକ୍ତ ଯଅ ଅଟାର ରୁଟି ଖାଇଲେ ଏହା ଓଜନ ହ୍ରାସ କରିବାରେ ଅଧିକ ସହାୟକ ହୋଇଥାଏ।

ଯଅ ଅଟା ରୁଟି ଓଜନ ହ୍ରାସ କରିବାରେ କିଭଳି ସାହାର୍ଯ୍ୟ କରେ ?

ଯଅରେ ପ୍ରଚୁର ପରିମାଣର ଡାଏଟ୍ରି ଫାଇବର ରହିଥାଏ ଯାହା ହଜମ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହା ହଜମ ପାଇଁ କମ୍ ସମୟ ନେଉଥିବାରୁ, ଏହାକୁ ସେବନ କଲେ ଓଜନ ହ୍ରାସ ହୁଏ। ଏହା ବ୍ୟତୀତ ଯଅରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ରହିଥାଏ, ଯାହା ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରେ। ଯେତେବେଳେ ମେଟାବୋଲିଜିମ୍ ବୃଦ୍ଧି ପାଏ, କ୍ୟାଲୋରୀ କମ୍ ହୁଏ, ମେଦ ବହୁଳତା ଆପେଆପେ କମିଯାଏ।

ଯଅରେ ଭିଟାମିନ୍ ବି୬ ଥାଏ। ଏଥିରେ ପୋଟାସିୟମ, କ୍ୟାଲସିୟମ ଥାଏ। ଗହମ ତୁଳନାରେ ଯଅ ଗ୍ଲୁଟେନ୍ ମୁକ୍ତ, ତେଣୁ ଓଜନ ହ୍ରାସ ପାଇଁ ଗହମ ଅଟା ତୁଳନାରେ ଯଅର ଅଟା ରୁଟି ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+