ଗ୍ରହ ଦୋଷ ପାଇଁ ରତ୍ନ ପିନ୍ଧୁଛନ୍ତି କି ?
ଜ୍ୟୋତିଷଶାସ୍ତ୍ରରେ ଗ୍ରହ ଦୋଷ ପାଇଁ ଅନେକ ଉପାୟ ରହିଛି। ନବ ଗ୍ରହ ଉପାୟ ପାଇଁ ନବ ରତ୍ନ ଓ ବିଭିନ୍ନ ଉପରତ୍ନ ସମ୍ପର୍କରେ ମଧ୍ୟ ବର୍ଣନା ରହିଛି। ଏହି ନବ ରତ୍ନ ମଧ୍ୟରୁ ସବୁଠାରୁ ମହତ୍ତ୍ୱପୂର୍ଣ ହେଲା ହୀରା, ମାଣିକ, ପୋଖରାଜ, ନିଲମ ଓ ପାନ୍ନା। ପ୍ରତ୍ୟେକ ଗ୍ରହ ପାଇଁ ଭିନ୍ନ ଭିନ୍ନ ରତ୍ନ ରହିଛି। ମଙ୍ଗଳଙ୍କ ପାଇଁ ରତ୍ନ ହେଲା ମୁଙ୍ଗା । ଏହା କୋରାଲ ରିଫରୁ ତିଆରି ହୁଏ । ଚନ୍ଦ୍ରମା ପାଇଁ ଧାରଣ କରାଯାଏ ମୋତି। ମୋତି ସମୁଦ୍ରରୁ ଶାମୁକା ଭିତରୁ ମିଳିଥାଏ।
ଶାମୁକାର ଜୈବ ଗଠନରୁ ମୋତି ନିର୍ମାଣ ହୋଇଥାଏ। ଆଂଶିକ ଗ୍ରହ ଦୋଷ ଥିଲେ ମୁଙ୍ଗା ଓ ମୋତି ଧାରଣ କରାଯାଇପାରେ। ହୀରା, ମାଣିକ, ପୋଖରାଜ, ନିଲମ ଓ ପାନ୍ନା ପୃଥିବୀରେ ବିଭିନ୍ନ ଧାତୁ ସହ ସମାନ । ଏଥିରେ ରେଖା, ଘର ଥାଏ। ଏହାକୁ ଗଭୀର ଭାବେ ପରଖି କିଣାଯିବା ଉଚିତ। ଯୋଗ୍ୟ ବିଦ୍ୱାନଙ୍କ ଯାଞ୍ଚ ବିନା ଦୋଷପୂର୍ଣ୍ଣ ରତ୍ନ ଧାରଣ କରିବା ଦ୍ୱାରା ବ୍ୟକ୍ତିଙ୍କୁ ଲାଭ ଅପେକ୍ଷା ଅଧିକ କ୍ଷତି ହୋଇଥାଏ। ବିଶେଷକରି ନିଲମ ଓ ପୋଖରାଜ ଉପରେ ଅଧିକ ଦୃଷ୍ଟି ଦେବା ଆବଶ୍ୟକ ।

ଦୋଷଯୁକ୍ତ ପୋଖରାଜ ଯୋଗୁଁ ଧନହାନୀ ଅଥବା ପଦ ପ୍ରତିଷ୍ଠା ସ୍ଥିତି ଉପରେ ପ୍ରଭାବ ପଡିଥାଏ। ନିଲମରେ ଦୋଷ ଥିଲେ ଆକସ୍ମିକ ଘଟଣା ହେବାର ଆଶଙ୍କା ଥାଏ। ସେହି ଭୟରେ ଅଧୁକାଂଶ ଲୋକ ନିଲମ ଧାରଣ କରିନଥାନ୍ତି । ସେଥିପାଇଁ ରତ୍ନ ଧାରଣ କରିବା ପୂର୍ବରୁ ବିଦ୍ୱାନଙ୍କୁ ପରାମର୍ଶ କରିବା ଉଚିତ। ରତ୍ନରେ କଲା, ଲାଲ ଓ ହଳଦିଆ ଚିହ୍ନ ମଧ୍ୟ ଥାଏ ।
ଉଚ୍ଚମାନର ରତ୍ନ କଟ, ରଙ୍ଗ ଓ କ୍ୱାଲିଟିରେ ଫାଇନ୍ ଥାଏ । ହୀରା, ପୋଖରାଜ ଓ ମାଣିକ ଉପରେ ଗମ୍ଭୀରତାର ସହ ବିଚାର କରାଯାଏ । ହୀରା ଶୁକ୍ର ଗ୍ରହ ପାଇଁ ଧାରଣ କରାଯାଏ । ପୋଖରାଜ ବୃହସ୍ପତିଙ୍କ ପାଇଁ ଓ ମାଣିକ ସୂର୍ଯ୍ୟଙ୍କ ପାଇଁ। ପାନ୍ନା ବୁଧଙ୍କ ରତ୍ନ୍। ବୁଧ ଦୋଷ ଥିଲେ ପାନ୍ନା ଧାରଣ କରିବାକୁ ପରାମର୍ଶ ଦିଆଯାଇଥାଏ ।












Click it and Unblock the Notifications