ଆପଣ ହେୟାର କଲର୍ କରୁଛନ୍ତି କି ? ଥରେ ପଢ଼ିନିଅନ୍ତୁ.....

ପୂର୍ବରୁ କେବଳ ଧଳା କେଶ ଲୁଚାଇବାକୁ ଲୋକମାନେ ହେୟାର କଲର୍ କରୁଥିଲେ କିନ୍ତୁ ଏବେ କେଶକୁ କଲର କରିବା ଫେସନ୍‌ର ଅଂଶ ହୋଇଗଲାଣି । ଆଜିକାଲି ଯୁବବର୍ଗ କେଶରେ ଅଲଗା ଅଲଗା ରଙ୍ଗର ଏକ୍ସପେରି ମେଣ୍ଟ କରିବାର କ୍ରେଜ୍ ଖୁବ ଦେଖିବାକୁ ମିଳୁଛି । କେଶକୁ ଗୁଣ୍ଡ ଠାରୁ ନିଅନ୍ ସେଡ୍ ଦେବା ଟ୍ରେଣ୍ଡ ଅଧିକ ଚାଲିଛି, ଯାହାକୁ ବେଶ ଫଲୋ କରା ଯାଇଛି । କିନ୍ତୁ ଅନେକ ସମୟରେ ଲୋକମାନେ କେଶକୁ କଲର କରି ସାରିବା ପରେ କେଶର ଯତ୍ନ ନେବା ଭୁଲି ଯାଇଥାନ୍ତି, ଯାହା ଫଳରେ କେଶ ଶୁଖୁଲା ଏବଂ କ୍ୟାମେଜ୍ ହେବାକୁ ଲାଗେ । ବୋଲ୍ଡ କଲର୍ ପାଇବା ପାଇଁ ହାର୍ଡ କେମିକାଲ୍ ଯୁକ୍ତ ପ୍ରଡକ୍ଟର ବ୍ୟବହାର କରାଯାଏ, ସେଥିଲାଗି ଯଦି କେଶ କଲର, କରିବାର ଅଛି ତେବେ ତାହାର ଯତ୍ନ ନେବା ନିହାତି ଆବଶ୍ୟକ । କୌଣସି ଅଣପେଶାଦାର ହେୟାର ଡିଜାଇନରଙ୍କ ନିକଟରେ କିମ୍ବା ନିଜେ କଲର୍ କରିବା ସବୁଠାରୁ ବଡ ଭୁଲ୍ । ଏହି କାମ ପାଇଁ ସର୍ବଦା ହେୟାର ଏକ୍ସପର୍ଟଙ୍କର ସହାୟତା ନେବା ଆବଶ୍ୟକ ।

କାରଣ ଏକ୍ସପର୍ଟଙ୍କୁ ଏହି କାମ ବିଷୟରେ ଭଲ ଭାବରେ ଜଣାଥାଏ, ଯେପରିକି ଆପଣଙ୍କ କେଶରେ କେଉଁ କଲର ସୁଟ୍ କରିବ, ଆପଣଙ୍କ କେଶର ଟେକ୍ସଟର କଣ . କଲରକୁ କେମିତି ଆଉ କେତେ ସମୟ ପର୍ଯ୍ୟନ୍ତ ଲଗାଇବା ଆବଶ୍ୟକ ଏବଂ ଏହା ପରେ କିପରି କେଶର ଯତ୍ନ ନେବା ଆବଶ୍ୟକ ଇତ୍ୟାଦି । ହେୟାର କଲର କରିବା ପରେ ତାହାର ଯତ୍ନ ନେବା ଜରୁରୀ । ତାହା କିପରି ଅଧିକ ଦିନ ପର୍ଯ୍ୟନ୍ତ ରହିବ ସେଥିଲାଗି ଏକ୍ସପର୍ଟ କହିବା ଅନୁଯାୟୀ ସ୍ୟାମ୍ପୁ ଏବଂ କଣ୍ଡିସନର ବ୍ୟବହାର କରିବା ଆବଶ୍ୟକ । ଅଧିକ ମାତ୍ରାରେ ହାର୍ଡ କେମିକାଲ ଯୁକ୍ତ ସ୍ୟାମ୍ପୁ ବ୍ୟବହାରରୁ ଦୂରେଇ ରୁହନ୍ତୁ, କାରଣ ଏହାଦ୍ୱାରା କଲର ଛାଡି ଯାଇଥାଏ । ଯଦି ନୂଆନୂଆ କଲର କରିଥିବେ ତେବେ ଖରାରୁ କେଶକୁ ବଞ୍ଚାଇ ରଖିବେ କାରଣ ଏହାଦ୍ୱାରା ହେୟାର କଲର ଶୀଘ୍ର ଛାଡି ଯାଇଥାଏ । ଯଦି ବାହାରକୁ ଯାଉଛନ୍ତି ତେବେ ସ୍କାର୍ଟ ରେ କେଶକୁ ଘୋଡାଇ ରଖନ୍ତୁ । ଡ୍ରାୟର ଷ୍ଟେଟନର, ହଟ ରୋଲର ଭଳି ହିଟିଙ୍ଗ୍ ହେୟାର ପ୍ରଡକ୍ଟର ବ୍ୟବହାରରୁ ଦୂରେଇ ରୁହନ୍ତୁ । ଗାଧୋଇବା ପୂର୍ବରୁ ଯଦି ଆପଣ ତେଲ ଲଗାଉଥିବେ ତେବେ କେଶରେ ନଡ଼ିଆ ତେଲକୁ ଲଗାନ୍ତୁ ଯେପରିକି କଲର ଖରାପ ନହେବ । କେମିକାଲ୍ ଯୁକ୍ତ ହେୟାର କଲର କରିବା ପରେ କେଶ ଶୁଖିଲା ହେବା ସଭାବିକ ତେଣୁ ଏଥିଲାଗି ନିୟମିତ ହେୟାର ସ୍ପା କରିବାକୁ ପରାମର୍ଶ ଦିଆ ଯାଇଥାଏ । ଏହାଦ୍ୱାରା କେଶକୁ ପୋଷଣ ମିଳିଥାଏ । ହେୟାର ସ୍ପା ଦ୍ୱାରା କେଶର ଭଲ ମସାଜ୍ ହୋଇଥାଏ ଯେଉଁଥିରେ କେଶ ସାଇନ୍ ଏବଂ ସୁଥନେସ ରହିଥାଏ । କେଶ ଧୋଇବା ପାଇଁ ସର୍ବଦା ଥଣ୍ଡା ପାଣି ବ୍ୟବହାର କରିବା ଆବଶ୍ୟକ । କେଶରେ ନିୟମିତ ହେୟାର ସେରମ୍ ଲଗାନ୍ତୁ ଏମୋନିଆ ଏବଂ କେମିକାଲ୍ ଫ୍ରି ସ୍ୟାମ୍ପୁ, କଣ୍ଡିସନର ବ୍ୟବହାର କରନ୍ତୁ । . ସପ୍ତାହରେ ଥରେ କିମ୍ବା ଦୁଇଥର ହାଲୁକା ଅଲିଭ୍ ଅଏଲ କିମ୍ବା ଅନ୍ୟ ହେୟାର ଅଏଲ ରେ କେଶକୁ ମସାଜ କରନ୍ତୁ । ପ୍ରତ୍ୟେକ ଦିନ କେଶକୁ ଧୁଅନ୍ତୁ ନାହିଁ । ଆପଣ ଘରେ ମଧ୍ୟ ହେୟାର ମାସ୍କ କରି ଲଗାଇପାରିବେ । ଏଥିପାଇଁ ଦୁଇଟି କଦଳୀ, ସେଥିରେ କିଛି ମହୁ, ଘିକୁଆଁରୀ, କ୍ଷୀର, ଅଣ୍ଡା, ବାଦାମ କିମ୍ବା ନଡ଼ିଆ ତେଲ ମିଶାଇ ୧୫ ରୁ ୩୦ ମିନିଟ ପରେ କେଶରେ ଲଗାଇ ଧୋଇଦିଅନ୍ତୁ । ହେୟାର କଲର କରିବା ପୂର୍ବରୁ କଲରକୁ ହାତ ଉପରେ କିଛି ସମୟ ଲଗାଇ ତାହାକୁ ଟେଷ୍ଟ କରନ୍ତୁ ଯାହାଫଳରେ, କଲର ରିଆକ୍ଟ କରୁଛି କି ନାହିଁ ଜଣାପଡ଼ିଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+