ଗାଡିଲେ ବସିଲେ ହେଉଛି କି ବାନ୍ତି ; ଆପଣାନ୍ତୁ ଏହି ସବୁ ଟିପ୍ସ, ଶାନ୍ତିରେ କରିବେ ଯାତ୍ରା

ବୁଲିଯିବାକୁ କାହାକୁ ବା ଭଲ ନ ଲାଗେ। ଏହା ଏକ ମଜ୍ଜାଦର ସମୟ। କିନ୍ତୁ ଅନେକ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ସେତେ ଉପଭୋଗ୍ୟ ହୋଇ ନଥାଏ। ଭ୍ରମଣ ସମୟରେ ଅନେକ ଲୋକ ନର୍ଭସ ହୋଇଯାଆନ୍ତି, କେହି କେହି ଗାଡିରେ ବାନ୍ତି ମଧ୍ୟ କରନ୍ତି। ଆଉ କିଛିଙ୍କର ମୁଣ୍ଡ ମଧ୍ୟ ବୁଲାଇବା ଆରମ୍ଭ ହୁଏ।

health tips

ସେ ବିମାନ ହେଉ କି ଟ୍ରେନ୍, କାର୍ କିମ୍ବା ଡଙ୍ଗା ଗତି ମୋସନ ସିକ୍‌ନେସ୍(ବାନ୍ତି ସମସ୍ୟା) ଯେକୌଣସି ସମୟରେ ବି ହୋଇପାରେ। ଏହା ଭ୍ରମଣକୁ ପୂରା ବେକାର କରିଦିଏ। ଖାଲି ବାନ୍ତି କରୁଥିବା ବ୍ୟକ୍ତି ନୁହେଁ ସାଙ୍ଗରେ ଥିବା ପରିବାର ଲୋକଙ୍କ ପାଇଁ ମଧ୍ୟ ଏହା ବିଗାଡି ଦିଏ।

ଯଦି ଭ୍ରମଣ ସମୟରେ ଆପଣ ବି ବାନ୍ତି ପରି ସମସ୍ୟା ଭୋଗୁଛନ୍ତି, ତେବେ ଏଠାରେ କିଛି ଟିପ୍ସ ଏବଂ ଘରୋଇ ଉପଚାର ଅଛି, ଯାହାକୁ ଆପଣେଇ ଆପଣ ଏହି ସମସ୍ୟାକୁ ଦୂର କରିପାରିବେ। ଏହି ଟିପ୍ସ ଆପଣଙ୍କ ବାନ୍ତିକୁ ନିୟନ୍ତ୍ରଣ କରିବ ଏବଂ ଆପଣଙ୍କର ଯାତ୍ରା ଉପଭୋଗ କରିବାରେ ସାହାଯ୍ୟ କରିପାରିବ।

ଏହି ଟିପ୍ସଗୁଡିକ ଅନୁସରଣ କରନ୍ତୁ:

ତାଜା ପବନ ଆସିବା ପାଇଁ ଏକ ଗାଡିର ଝରକା ଖୋଲି ରଖନ୍ତୁ କିମ୍ବା ଏକ ଏୟାର ଭେଣ୍ଟ ବ୍ୟବହାର କରନ୍ତୁ। ସତେଜ ବାୟୁ ଗତିର ତୀବ୍ରତାକୁ ହ୍ରାସ କରି ମୁଣ୍ଡ ବୁଲାଇବା ଏବଂ ସ୍ନାୟୁ ଭଳି ସମସ୍ୟାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ଗାଡି ଭିତରେ ପଢିବା କିମ୍ବା ମୋବାଇଲ୍ ଦେଖିବା ଠାରୁ ଦୂରେଇ ରୁହନ୍ତୁ, କାରଣ ଏହା ମୋସନ୍ ସିକ୍‌ନେସ୍ ରୋଗର ଅନୁଭବକୁ ଆହୁରି ଖରାପ କରିପାରେ। ଏହା ବଦଳରେ ଝରକା ବାହାରେ ଦେଖନ୍ତୁ କିମ୍ବା ଆଖି ବନ୍ଦ କରି ଆରାମ କରନ୍ତୁ।

ନିୟମିତ ଭାବେ ଢୋକେ ଢୋକେ ପାଣି ପିଅନ୍ତୁ। ଡିହାଇଡ୍ରେସନ୍ ବାନ୍ତି ସମସ୍ୟାକୁ ବଢେଇଦିଏ, ତେଣୁ ହାଇଡ୍ରେଟେଡ୍ ରୁହନ୍ତୁ।

ଯାତ୍ରା ପୂର୍ବରୁ ଏବଂ ଯାତ୍ରା ସମୟରେ ଅଳ୍ପ ପରିମାଣରେ ଖାଆନ୍ତୁ। ଭାରୀ, ତେଲିଆ କିମ୍ବା ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ ଯାହା ଆପଣଙ୍କ ପେଟକୁ ଖରାପ କରିପାରେ।

ଅଦା ଏବଂ ପୋଦିନା ପତ୍ର ବିଶେଷ ଭାବରେ ଲାଭଦାୟକ ହୋଇପାରେ। ଏହି ସମୟରେ ଏହାର ସେବନ କରନ୍ତୁ।

ନିଜ ଧ୍ୟାନକୁ ଭଟକେଇବା ପାଇଁ ସଙ୍ଗୀତ ଶୁଣିବା, କଥାବାର୍ତ୍ତା ହେବା, କିମ୍ବା ଛୋଟମୋଟ ଖେଳ ଖେଳନ୍ତୁ

ଆଖି ବନ୍ଦ କରି ଧୀର, ଗଭୀର ନିଶ୍ୱାସ ନିଅନ୍ତୁ

ଅଦାର ଏକ ଛୋଟ ଖଣ୍ଡ ଚୋବାନ୍ତୁ କିମ୍ବା ଅଦା ଚା' ପିଅନ୍ତୁ।

ଯାତ୍ରା ସମୟରେ ଚା' ପାଇଁ ଥର୍ମୋ ବ୍ୟବହାର କରନ୍ତୁ।

ପୋଦିନା କାଣ୍ଡକୁ ଚୁଚୁମନ୍ତୁ କିମ୍ବା ପୋଦିନା ଚା' ପିଅନ୍ତୁ।

ଫାଳେ ଲେମ୍ବୁ ଚୋବାନ୍ତୁ କିମ୍ବା ଲେମ୍ବୁ ପାଣି ପିଅନ୍ତୁ।

ପାଟିରେ ଅଳ୍ପ କିଛି ଲବଙ୍ଗ ରଖି ଧୀରେ ଧୀରେ ଚୋବାନ୍ତୁ।

ଗୋଟିଏ ଚାମଚ ମଧୁରୀ ଚୋବାନ୍ତୁ। ଏହା ଗ୍ୟାସ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+