ପ୍ଲାଷ୍ଟିକ୍ ବ୍ୟାଗରେ ଫ୍ରିଜରେ ରଖୁଛନ୍ତି କି ପନିପରିବା ? ଜାଣନ୍ତୁ ଏହା ଆମ ଶରୀର ପାଇଁ ....
ଆପଣ ବି ଘରକୁ ପ୍ରଥମେ ପରିବା ଆଣିଲେ ପ୍ଲାଷ୍ଟିକ ପଲିଥିନରେ ଥିବା ପରିବାକୁ ସେହିପରି ଫ୍ରିଜରେ ରଖିଦିଅନ୍ତି କି । ଆମେ ଭାବୁ ଏପରି କରିବା ଦ୍ବାରା ପରିବା ଅଧିକ ସମୟ ଧରି ସତେଜ ରହିବ । ହେଲେ ଆପଣ ଜାଣନ୍ତି କି ଏପରି କରିବା ଦ୍ୱାରା ପରିବାଗୁଡିକ ଜଲଦି ଖରାପ ହୋଇଯାଏ ।

ପରିବାଗୁଡିକୁ ମଧ୍ୟ ବାୟୁର ଆବଶ୍ୟକତା : ଏଗୁଡିକୁ ପ୍ଲାଷ୍ଟିକ ବ୍ୟାଗରେ ବାନ୍ଧି ରଖିବା ଦ୍ବାରା ବାୟୁ ଚଳାଚଳ ବାଧାପ୍ରାପ୍ତ ହୋଇଥାଏ । ଜରି ମଧ୍ୟରେ ଆର୍ଦ୍ରତା ବୃଦ୍ଧି ପାଇବା ଯୋଗୁଁ ଏହା ଜଲଦି ଶୁଖିଯାଇ ଖରାପ ହୋଇଯାଏ ।
ସ୍ବାଦ ଓ ସତେଜତା ହ୍ରାସ ପାଏ:ଯଦି ଆପଣ ପରିବାରେ ଏହାର ପ୍ରାକୃତିକ ସ୍ବାଦରେ ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି, ତେବେ ଆପଣଙ୍କ ସାଇତି ରଖିବାରେ କୌଣସି ଅସୁବିଧା ରହିଛି । ପଲିଥିନରେ ପରିବା ରଖିଲେ ଏହା ଧୀରେ ଧୀରେ ନିଜର ରଙ୍ଗ, ବାସ୍ନା ଓ ସ୍ବାଦ ହରାଇଥାଏ ।
ଜୀବାଣୁଙ୍କ ପାଇଁ ଉପଯୁକ୍ତ ପରିବେଶ:ଜରିରେ ପରିବା ରଖିବା ଦ୍ବାରା ପରିବାରୁ ଜଳୀୟଅଂଶ ବାହାରିଥାଏ । ଏହା ବ୍ୟାକ୍ଟେରିଆ ଓ ଜୀବାଣୁଙ୍କ ବଂଶ ବିସ୍ତାର ପାଇଁ ପ୍ରକୃଷ୍ଟ ଜଳବାୟୁ ଅଟେ । ବେଳେ ଏକ ପରିବା ବାହାରୁ ବହୁତ ଭଲ ଦେଖାଯାଉଥିଲେ ମଧ୍ୟ ଭିତରୁ ଖରାପ ହୋଇଯାଇଥାଏ ।
ଓଦା ପରିବା ଫ୍ରିଜରେ ରଖନ୍ତୁ ନାହିଁ:ଆମେ ଅନେକ ସମୟରେ ପରିବା ଗୁଡ଼ିକୁ ଧୋଇ ନେଉ ଏବଂ ସାଧାସଳଖ ଫ୍ରିଜରେ ରଖିଥାଉ । ଏପରି ଓଦା ପରିବା ରଖିବା ଦ୍ବାରା ତାହା ଜଲଦି ଖରାପ ହୋଇଯାଇଥାଏ ।
ତେଣୁ ପରିବାଗୁଡିକୁ କପଡ଼ା ବ୍ୟାଗରେ ରଖିବା ଭଲ । ଏହା ବ୍ୟତୀତ ଆପଣ କିଚେନ ଟାୱେଲରେ ମଧ୍ୟ ଗୁଡ଼ାଇ ରଖିପାରିବେ । ଏହା ବାୟୁ ଚଳାଚଳରେ ବାଧା ଦେଇନଥାଏ । ସବୁଜ ପରିବା ଅଧିକ ଦିନ ସତେଜ ରହିଥାଏ । ଆମେ ଅଜାଣତରେ ଫଳ ପରିବା ଏକାଠି ରଖି ଭୁଲ କରିଥାଉ । ଏପରି କରିବା ଦ୍ବାରା ପରିବା ଜଲଦି ଖରାପ ହୋଇଯାଇଥାଏ । ଫଳରୁ ଏକ ପ୍ରକାରର ଗ୍ୟାସ ନିର୍ଗତ ହୋଇଥାଏ । ଯାହା ପରିବାକୁ ଜଲଦି ଖରାପ କରିଦିଏ ।












Click it and Unblock the Notifications