ଗ୍ରହଣ କରୁଛନ୍ତି କି ଅଧିକ ପ୍ରୋଟିନ୍ ?

ପ୍ରୋଟିନ୍ ଆମ ଶରୀର ପାଇଁ ଏକ ଅତ୍ୟାବଶ୍ୟକ ପୁଷ୍ଟିକର ପଦାର୍ଥ। ଏହା ମାଂସପେଶୀକୁ ମଜବୁତ କରିବାରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରେ। ତଥାପି, ଆଜିକାଲି ଲୋକମାନେ ସେମାନଙ୍କ ଖାଦ୍ୟରେ ଅତ୍ୟଧିକ ପରିମାଣର ପ୍ରୋଟିନ୍ ଗ୍ରହଣ କରୁଛନ୍ତି କିମ୍ବା ଫିଟନେସ୍ ଏବଂ ଡାଏଟିଂ ପାଇଁ ପ୍ରୋଟିନ ସପ୍ଲିମେଣ୍ଟ୍ ନେଉଛନ୍ତି। ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଛି ।

ଜଳୀୟ ଅଂଶ କମିବା: ଅତ୍ୟଧିକ ପ୍ରୋଟିନ୍ ଗ୍ରହଣ ବୃକକ୍ ଉପରେ ଚାପ ପ୍ରକାଇଥାଏ। ପ୍ରୋଟିନ୍ ଛାଣିବା ପାଇଁ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ, ଯାହା ଦ୍ୱାରା ଜଳୀୟ ଅଂଶ କମିଯାଇପାରେ ।

ପେଟ ସମସ୍ୟା: ଅତ୍ୟଧିକ ପ୍ରୋଟିନ୍ ଗ୍ରହଣ କଲେ କୋଷ୍ଠକାଠିନ୍ୟ, ଏସିଡିଟି ଏବଂ ପେଟ ଫୁଲିବା ଭଳି ସମସ୍ୟା ହୋଇପାରେ । ପ୍ରୋଟିନ୍ ହଜମ୍ ହେବା ପାଇଁ ସମୟ ଲାଗେ ଏବଂ ଫାଇବର ଅଭାବରୁ ଏହି ସମସ୍ୟା ବଢ଼ିଯାଏ ।

food

ଓଜନ ବୃଦ୍ଧି : ଅନେକ ଲୋକ ଭାବନ୍ତି ଯେ, ଅଧିକ ପ୍ରୋଟିନ୍ ଖାଇବା ଦ୍ୱାରା ଓଜନ ହ୍ରାସ ପାଇବ, କିନ୍ତୁ ବାସ୍ତବତା ଏହା ହୋଇନଥାଏ । ପ୍ରୋଟିନ୍ ଗ୍ରହଣରୁ ଅତିରିକ୍ତ କ୍ୟାଲୋରି, ଚର୍ବି ଭାବରେ ସଞ୍ଚିତ ହୁଏ । ଯାହା ଫଳରେ ଓଜନ ବୃଦ୍ଧି ପାଏ ।

ପାଟି ଦୁର୍ଗନ୍ଧ: ଯେତେବେଳେ ଶରୀର କାର୍ବୋହାଇଡ୍ରେଟ୍ ଅଭାବରୁ କେବଳ ପ୍ରୋଟିନ ଉପରେ ନିର୍ଭର କରେ, ସେତେବେଳେ କିଟୋନ ନାମକ ପଦାର୍ଥ ଉତ୍ପାଦନ ହୁଏ । ଏହା ହିଁ ପାଟି ଦୁର୍ଗନ୍ଧର କାରଣ।

ଥକ୍କାପଣ ଏବଂ ଦୁର୍ବଳତା: ଲଗାତାର ଥକ୍କାପଣ କିମ୍ବା ଶକ୍ତିର ଅଭାବ ମଧ୍ୟ ଅତ୍ୟଧିକ ଖାଇବାର ଏକ ଲକ୍ଷଣ ହୋଇପାରେ । କାର୍ବୋହାଇଡ୍ରେଟର ଅଭାବ ଶରୀରକୁ ତୁରନ୍ତ ଶକ୍ତି ପାଇବାରୁ ବାଧା ଦେଇପାରେ।

ଚର୍ମରେ ଫୋଟକା ଏବଂ ବ୍ରଣ: ବିଶେଷକରି କ୍ଷୀର ଏବଂ ସପ୍ଲିମେଣ୍ଟରୁ ଅତ୍ୟଧିକ ପ୍ରୋଟିନ୍ ଶରୀରରେ ହରମୋନ୍ ଅସନ୍ତୁଳନ ସୃଷ୍ଟି କରିପାରେ। ଏହା ଚର୍ମରେ ଦେଖିବାକୁ ମିଳିପାରେ । ଯାହା ଫଳରେ ଫୋଟକା ଏବଂ ବ୍ରଣ ହୋଇପାରେ।

ବୃକକ୍ ପ୍ରଭାବ : ବୃକକ ସବୁଠାରୁ ଅଧିକ ବିପଦରେ ଥାଏ। ଅତ୍ୟଧିକ ପ୍ରୋଟିନ୍ ଗ୍ରହଣ ବୃକକ୍ ପାଇଁ ଛାଣିବା କଷ୍ଟକର କରିପାରେ ଏବଂ ଦୀର୍ଘକାଳୀନ ବୃକକ୍ କ୍ଷତିର ଆଶଙ୍କା ବଢ଼ାଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+