ଲେମ୍ବୁ ପାଣି ଅଧିକ ପିଉଛନ୍ତି କି ?

ଲେମ୍ବୁ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ହିତକର। ଖରା ଦିନେ ତ ଏହା ଅମୃତ ସମାନ। ମାତ୍ର ଜାଣିଛନ୍ତି କି ଏହାର ଅତ୍ୟଧିକ ସେବନ ଘାତକ ସାବ୍ୟସ୍ତ ହୋଇପାରେ । ଆପଣ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ପାରନ୍ତି। ତେଣୁ ଖରାରୁ ମୁକ୍ତି ପାଇବାକୁ ଲେମ୍ବୁ ପାଣି ପିଇବାକୁ ଚାହୁଁଥିଲେ ଜଗି ରଖି ଏହାର ସେବନ କରନ୍ତୁ, ନ ହେଲେ ଭୋଗିବେ ଯନ୍ତ୍ରଣା ।

ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ଡିହାଇଡ୍ରେସନ ସମସ୍ୟା ବଢ଼ିପାରେ। କାରଣ ଆପଣଙ୍କ ଶରୀରରେ ଥିବା ପାଣିର ଅଧିକ ମାତ୍ରା ପରିସ୍ରା ଆକାରରେ ବାହାରି ଯାଇଥାଏ। ତେଣୁ ଶରୀରରେ ପାଣିର ଅଭାବ ପରିଲକ୍ଷିତ ହୋଇଥାଏ। ଏଥିଯୋଗୁ ଆପଣ କ୍ଲାନ୍ତ ଅନୁଭବ କରି ପାରନ୍ତି।

lemon water

ଅତ୍ୟଧିକ ଲେମ୍ବୁ ପାଣି ପିଇଲେ ଆପଣଙ୍କ ଗଳା ଦରଜ ହୋଇପାରେ। ଟନସିଲ ବଢ଼ିପାରେ, କାଶ ଆରମ୍ଭ ହୋଇପାରେ
ଏଥିଯୋଗୁ ଆପଣଙ୍କ ଦାନ୍ତ ସମସ୍ୟା ମଧ୍ୟ ଆରମ୍ଭ ହୋଇପାରେ। ଲେମ୍ବୁରେ ଥିବା ଏସିଡ ଯୋଗୁ ଦାନ୍ତ କ୍ଷୟ ହେବା ସହ ପ୍ରବଳ ଯନ୍ତ୍ରଣା ହୋଇପାରେ । ଏପରିକି ଥଣ୍ଡା କିମ୍ବା ଗରମ ଜିନିଷ ଖାଇଲେ ଆପରଙ୍କ ଦାନ୍ତ ଝିମଝିମ ହୋଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+