ଏହି ସମୟରେ ଆପଣ ପିଉଛନ୍ତି କି ପଇଡ ପାଣି?
କୁହାଯାଏ ମଣିଷ ଶରୀର ପାଇଁ ପଇଡ ଏକ ଲାଭ ଦାୟକ ଉପଦ୍ରବ | ତେବେ ଆପଣ କେବେ ଶୁଣିଛନ୍ତିକି ଏହି ପଇଡ ପାଣିକୁ ସଠିକ ଭାବରେ ନପିଇବା ଦ୍ୱାରା କେତେକାଂଶରେ ଏହା ମଣିଷ ଶରୀର ପାଇଁ ଘାତକ ମଧ୍ୟ ସାବ୍ୟସ୍ତ ହୋଇପାରେ | ତେବେ ଆଜି ଆସନ୍ତୁ ଜାଣିବା କେଉଁ କେଉଁ ପରିସ୍ଥିତିରେ ପଇଡ ପାଣି ଆପଣଙ୍କ ଶରୀର ପାଇଁ କଣ କଣ କ୍ଷତି କ୍ଷତି ଘଟିପାରେ |
1-ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ଗୋଟିଏ ଗ୍ଲାସ ପଇଡ ପାଣିଠୁ ଅଧିକ ପିଅନ୍ତୁ ନାହିଁ , ଏହା ଆପଣଙ୍କ ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇପାରେ
2 - ନଡ଼ିଆ ପାଣିରେ ଡାଇୟୁରେଟିକ୍ ଗୁଣ ଅଧିକ ରହିଥାଏ , ତେଣୁ ଅଧିକ ପଇଡ ପାଣି ପିଇବା ଦ୍ୱାରା ଆପଣ ବାରମ୍ବାର ୱାଶରୁମ୍କୁ ମଧ୍ୟ ଯାତ୍ରା କରି ପାରନ୍ତି |

3 - ପ୍ଲାଷ୍ଟିକ ବୋତଲ କିମ୍ବା ପ୍ଲାଷ୍ଟିକ ଗ୍ଲାସରେ ପଇଡ ପାଣି ରଖିକି ପିଅନ୍ତୁ ନାହିଁ , ଏବଂ ଯଥା ସମ୍ଭବ ଚେଷ୍ଟା କରନ୍ତୁ କି ପଇଡ଼ ପିଇବା ବେଳେ ଷ୍ଟ୍ର ((ନଳୀ)ର ଯଥା ସମ୍ଭବ କାମ ବ୍ୟବହାର କରିବା ପାଇଁ ,କାରଣ ପ୍ଲାଷ୍ଟିକର୍ବ୍ୟବହାର ସର୍ବଦା ଶରୀର ପାଇଁ କ୍ଷତି କାରକ ହୋଇଥାଏ |
4 - ଯଦି ଆପଣଙ୍କର ଗ୍ୟାସ୍ଟ୍ରିକ ସମସ୍ୟା ଅଛି ତାହାଲେ ଭୁଲରେ ମଧ୍ୟ ଖାଲି ପେଟରେ ପଇଡ ପାଣି ପିଅନ୍ତୁ ନାହିଁ,ଏହା ଆପଣଙ୍କର ଶରୀର ପାଇଁ କ୍ଷତିକାରକ ହୋଇପାରେ , ତେଣୁ କୌଣସି ପେଟ ରୋଗ ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ପଇଡ ପାଣି ପିଅନ୍ତୁ |
5 - ସାଧାରଣତଃ ଡାଇଟ କରୁଥିବା ଲୋକମାନେ ପଇଡ ପାଣିର ଅଧିକ ବ୍ୟବହାର କରିଥାନ୍ତି , କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପଇଡ ପାଣିରେ କ୍ୟାଲୋରିଜ଼ର ମାତ୍ରା ଅଧିକ ରହିଥାଏ | ଆମେରିକାର କିଛି ଡାକ୍ତରଙ୍କ ଗବେଷଣା ଅନୁସାରେ ପଇଡ ପାଣିରେ ଅନ୍ୟ ଫଳ ରସ ଅପେକ୍ଷା ମାତ୍ରାଧିକ କ୍ୟାଲୋରିଜ଼ ରହିଥାଏ |
6 - କଠିନ ବ୍ୟାୟାମ କିମ୍ବା କୌଣସି କ୍ରୀଡା ଅଭ୍ୟାସ ଅଧିବେଶନ ପରେ ତୁରନ୍ତ ପଇଡ ପାଣି ପିଅନ୍ତୁ ନାହିଁ, କାରଣ ବ୍ୟାୟାମ ପରେ ଶରୀର ଡିହାଇଡ୍ରେଟ୍ ହୋଇଯାଏ ତେଣୁ ଏହି ସମୟରେ ପଇଡ ପାଣି ଆପଣଙ୍କ ଶରୀର ପାଇଁ କ୍ଷତି ସାବ୍ୟସ୍ତ ହୋଇପାରେ | ତେଣୁ ଏହି ସମୟରେ ପଇଡ ପାଣି ପରିବର୍ତ୍ତେ ଇନଅରଜି ଡ୍ରିଙ୍କର ବ୍ୟବହାର ଆପଣଙ୍କ ଶରୀର ପାଇଁ ଲାଭଦାୟକ ହୋଇଥାଏ |
7 - ନଡ଼ିଆ ପାଣି ରେ ଚିନି କମ୍ ହୋଇପାରେ କିନ୍ତୁ ଏଥିରେ କ୍ୟାଲୋରୀ ଏବଂ କାର୍ବୋହାଇଡ୍ରେଟ୍ ଅଧିକ ଥାଏ ଯାହା ମଧୁମେହ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟକର ନୁହେଁ | ନିୟମିତ ପଇଡ ପାଣି ପିଇବା ଦ୍ୱାରା ଏହା ସେମାନଙ୍କ ଶରୀର ପାଇଁ କ୍ଷତି ଘଟାଇପାରେ |
ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ନେବା ଜରୁରୀ ।












Click it and Unblock the Notifications