ଖାଇବା ପରେ ଏହିସବୁ କାର୍ଯ୍ୟ କରୁଛନ୍ତି କି, ତୁରନ୍ତ ବଦଳାନ୍ତୁ ସେହି ଅଭ୍ୟାସ, ନଚେତ୍‌.....

ଖାଇବା ପରେ ଏହି ସବୁ ଅଭ୍ୟାସ ଥିଲେ ତୁରନ୍ତ ବଦଳାନ୍ତୁ କାରଣ ଖାଇବା ପରେ ଏହି ସବୁ କାର୍ଯ୍ୟ କଲେ ଆସିପ।।ରେ ବଡ଼ ବିପଦ , ତେବେ ଏବେ ଆସନ୍ତୁ ଜାଣିବା କିଛି ଦିଗ ଉପରେ । ଖାଇବା ପରେ ସଙ୍ଗେ ସଙ୍ଗେ ଗରମ ପାଣିରେ ଗାଧାନ୍ତୁ ନାହିଁ। ଖାଇବା ପରେ ଗମର ପାଣିରେ ଗାଧୋଇଲେ ଶରୀରର ତାପମାତ୍ରା ବଢ଼ିଯାଏ। ଏହାକୁ ସନ୍ତୁଳିତ କରିବାକୁ ଯାଇ ଚର୍ମ ଆଡ଼କୁ ରକ୍ତ ପ୍ରବାହିତ ହୋଇଥାଏ। ଫଳରେ ବହୁତ ଗୁଡ଼ିଏ ଏନର୍ଜି ନଷ୍ଟ ହୋଇଯାଏ। ଆହୁରି ମଧ୍ୟ ଖାଇବା ପରେ ଗାଧୋଇବା ଦ୍ୱାରା ହାତ ଓ ଗୋଡ଼କୁ ରକ୍ତ ପ୍ରବାହ ବଢ଼ିଯାଏ, କିନ୍ତୁ ପେଟର ଚାରିପାଖରେ ରକ୍ତର ପରିମାଣ କମିଯାଏ। ଲଗାତାର ଏଭଳି କଲେ ପାଚନ ପ୍ରକ୍ରିୟା ଦୁର୍ବଳ ହୋଇଯାଏ। ଫଳରେ ଆପଣ ଯେତେ ଅଳ୍ପ ଖାଦ୍ୟ ଖାଇଲେ ମଧ୍ୟ ହଜମ ହୁଏ ନାହିଁ।

ଅଧିକାଂଶ ସମୟରେ ଦେଖିବାକୁ ମିଳେ ଲୋକେ ଖାଇବା ପରେ ଚା' ପିଅନ୍ତି। ଯଦି ଆପଣଙ୍କର ଏହି ଅଭ୍ୟାସ ଥାଏ, ତା'ହେଲେ ତୁରନ୍ତ ବଦଳାଇ ଦିଅନ୍ତୁ। ଚା'ରେ ପୋଲିଫିନାଲ୍ସ ଓ ଟେନିଂସ୍ ଭଳି ରସାୟନିକ ପଦାର୍ଥ ରହିଛି। ଏହା ଭୋଜନ ଦ୍ୱାରା ପେଟକୁ ଯାଇଥିବା ନ୍ୟୁଟ୍ରିସନ୍‌କୁ ନଷ୍ଟ କରି ଦିଏ। ପୁଣି ଚା'ର ୫୦ ଗ୍ରାମ ପତିରୁ ୪୦ ଗ୍ରାମରେ ଏସିଡ୍ ଥାଏ। ଏହା ଶରୀରର ପ୍ରୋଟିନ୍ ଅଂଶକୁ ନଷ୍ଟ କରିଥାଏ। ସେହିଭଳି ନିଦ ମଧ୍ୟ ଲାଗେ ନାହିଁ।

Are you doing these things after eating

ଖାଇବା ପରେ ସଙ୍ଗେ ସଙ୍ଗେ ଫଳ ଖାଆନ୍ତୁ ନାହିଁ। କାରଣ ଏହା ପେଟରେ ଲାଖି ରହିଯାଏ ଓ ଠିକ୍ ଭାବେ ପେଟ ଭିତରକୁ ଯାଇ ପାରେ ନାହିଁ। ଫଳରେ ଏଥିରୁ ଆବଶ୍ୟକ ଭିଟାମିନ୍ ମିଳିପାରେ ନାହିଁ। ତେଣୁ ଖାଇବାର ଏକ ଘଣ୍ଟା ପରେ ଅବା କିଛି ଘଣ୍ଟା ପୂର୍ବରୁ ଫଳ ଖାଆନ୍ତୁ।

ଏମିତିରେ ତ ଆଦୌ ସିଗାରେଟ୍ ପିଇବା ଉଚିତ୍ ନୁହେଁ। ଧୂମପାନ ଦ୍ୱାରା ଅନେକ ପ୍ରକାର ରୋଗ ହୋଇଥାଏ। କିନ୍ତୁ ଯେଉଁମାନେ ସିଗାରେଟ୍ ଟାଣୁଛନ୍ତି ସେମାନଙ୍କ ପାଇଁ ଏହି ଟିପ୍ସଟି। ଖାଇବା ପରେ ପରେ ସିଗାରେଟ୍ ଟାଣିବା ଦ୍ୱାରା ୧୦ ଗୁଣା ଅଧିକ ବିପଦ ରହିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+