• search
For Quick Alerts
Turn On Notification  
For Daily Alerts
Oneindia App Download

Health Tips:ଅଧିକ ପିଜା, ବର୍ଗର ଖାଉଛନ୍ତି କି ? ସାବଧାନ! ହୋଇପାରେ କ୍ୟାନ୍ସର

ଅଧିକ ପିଜା, ବର୍ଗର ଖାଉଛନ୍ତି କି ? ସାବଧାନ! ହୋଇପାରେ କ୍ୟାନ୍ସର
|

ଭୁବନେଶ୍ୱର: କ'ଣ ଆପଣ ବି ଅଧିକ ଫାଷ୍ଟଫୁଡ୍ ଖାଉଛନ୍ତି କି? ପିଜା, ବରଗର କିମ୍ବା ଫ୍ରେଞ୍ଚ୍ ଫ୍ରାଇଜ୍ ଅଧିକ ଖାଉଛନ୍ତି କି ? ଯଦି ହଁ... ତେବେ ଏଥର ହୋଇ ଯାଆନ୍ତୁ ସତର୍କ ନିକଟରେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ 'Ultra Processed Food' ଖାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ବୃଦ୍ଧି ପାଉିଛି ।

ବ୍ରାଜିଲରେ କରାଯାଇଥିବା ଏକ ଅନୁସନ୍ଧାନ ଅନୁଯାୟୀ ଆଜିକା ତାରିଖରେ 'Ultra Processed Food'ର ବ୍ୟବହାର ଅଧିକ ବଢିଯାଇଛି । କିଛି ଲୋକ ଏପରି ଖାଦ୍ୟ ସପ୍ତାହକୁ ଥରେ କି ଦୁଇ ଥର ଖାଇବା ପସନ୍ଦ କରୁଥିବା ବେଳେ କିଛି ପ୍ରାୟ ପ୍ରତିଦିନ ଏହି ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି । ହେଲେ ଆମ ଶରୀରକୁ ଏପରି ଖାଦ୍ୟର ଆବଶ୍ୟକତା ନାହିଁ । ଲୋକମାନେ କେବଳ ସେମାନଙ୍କର ସୁବିଧା ଏବଂ ସ୍ୱାଦ ପାଇଁ ଏହାକୁ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତି । ଏହିପରି ଖାଦ୍ୟ ପଦାର୍ଥରେ ଅଧିକ ପରିମାଣର ଚର୍ବି, ଚିନି ଏବଂ ଲୁଣ ଥାଏ । ଏହି ଖାଦ୍ୟରେ ଫାଇବର ବିଲକୁଲ୍ ନଥାଏ ।

Ultra Processed Food

ଅନୁସନ୍ଧାନ ଅନୁସାରେ ୨୯% ପୁରୁଷ 'Ultra Processed Food' ଯେପରିକି ପିଜା ବରଗର, ଏବଂ ମଇଦାରେ ତିଆରି ଖାଦ୍ୟ ଖାଉଛନ୍ତି । ଯାହା ଫଳରେ ସେମାନେ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଏହି ପ୍ରକାରର ଖାଦ୍ୟ ଖାଉଥିବା ମହିଳାମାନଙ୍କୁ କର୍କଟ ରୋଗ ହେବାର ଆଶଙ୍କା କମ୍ ଥାଏ । ୧୭% ମହିଳାଙ୍କ କ୍ଷେତ୍ରରେ କର୍କଟ ରୋଗ ବୃଦ୍ଧି ପାଇଥିବାର ଦେଖିବା ପାଇଁ ମିଳିଛି ।

ଅଲଟ୍ରା ପ୍ରକ୍ରିୟାକୃତ ଖାଦ୍ୟ କ'ଣ? (Ultra Processed Food)
ଅଲଟ୍ରା ପ୍ରକ୍ରିୟାକୃତ ଖାଦ୍ୟ କ'ଣ ? ଏହି ପ୍ରକାର ଖାଦ୍ୟରେ ରାସାୟନିକ, ସଂରକ୍ଷଣକାରୀ, ମିଠା ଏବଂ ଅତ୍ୟଧିକ ଲୁଣର ବ୍ୟବହାର କରାଯାଇଥାଏ । ଏଥିରେ ସାଧାରଣତଃ ଇନଷ୍ଟାଣ୍ଟ ଖାଦ୍ୟ ଯେପରି, ସୁପ୍, ସ୍ନାକ୍ସ, ଚିପ୍ସ, କୋଲ୍ଡଡ୍ରିଙ୍କସ୍, ବିସ୍କୁଟ, ମିଠା, ପିଜା, ପାସ୍ତା ବରଗର ଇତ୍ୟାଦି ଅନ୍ତର୍ଭୁକ୍ତ । ଏଥିରୁ ଅଧିକ କ୍ୟାଲୋରୀ ମିଳିଥାଏ ଏବଂ ଏହି କାରଣରୁ ଓଜନ ମଧ୍ୟ ବଢିଥାଏ । ୧୩ ହଜାର ଲୋକଙ୍କ ଉପରେ ଏକ ଅଧ୍ୟୟନ କରାଯାଇଥିଲା । ଯେଉଁମାନେ Ultra Processed Food ଖାଉଥିବା ଲୋକଙ୍କ ମୃତ୍ୟୁ ହାର ଅଧିକ ବୋଲି ଜଣାପଡିଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Are you consuming more pizzas ? Alert ! This leads to cancer
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X