ରହିଛି କି ଇୟରଫୋନ ବ୍ୟବହାର କରି କଥା ହେବା ଅଭୟ, ଆଜି ବଦଳାନ୍ତୁ ଏହି ଅଭ୍ୟାସ, ନଚେତ୍...

ଅଧିକାଂଶ ଲୋକ କାନରେ ଇୟରଫୋନ ଲଗାଇ କଥା ହେବା କିମ୍ବା ଗୀତ ଶୁଣିବା ସେମାନଙ୍କର ଅଭ୍ୟାସ ଥାଏ। କିନ୍ତୁ ଏହା କାନ ପାଇଁ ଯେ କେତେ କ୍ଷତିକାରକ ତାହା ସେମାନଙ୍କୁ ଜଣା ନଥାଏ। ଦୀର୍ଘ ସମୟ ଧରି ଇୟରଫୋନ ବ୍ୟବହାର କରିବା ଦ୍ୱାରା କାନ ଉପରେ ଖରାପ ପ୍ରଭାବ ପଡ଼େ।

earphones

ଇୟରଫୋନ୍ ଆମ ଶୁଣିବାର କ୍ଷମତା କମାଇ ଦେଇପାରେ, ବିଶେଷତଃ ଯଦି ଆପଣ ଏହାକୁ ଅଧିକ ସମୟ ଏବଂ ଉଚ୍ଚ ସ୍ୱରରେ ବ୍ୟବହାର କରନ୍ତି ତେବେ ଆପଣ ଖୁବ୍‌ ଜଲଦି ଶୁଣିବାର କ୍ଷମତା ହରାଇପାରନ୍ତି । ଆପଣ ଯେତେ ଅଧିକ ସାଉଣ୍ଡରେ ଇୟରଫୋନରେ ଗୀତ ଶୁଣିବେ, ଆପଣଙ୍କ ଶୁଣିବାର କ୍ଷମତା କମ ହେବାର ସମ୍ଭାବନା ସେତେ ଅଧିକ ହେବ । ଯଦି ଆପଣ ଗତ ୮ ରୁ ୧୦ ବର୍ଷ ହେବ ଇୟରଫୋନ୍ ବ୍ୟବହାର କରୁଛନ୍ତି, ତେବେ ଆପଣ ଏବେଠୁ ସାବଧାନ ହୋଇଯିବା ଉଚିତ୍ ।

କାରଣ ଏହା ସମ୍ଭବ ଯେ ଆପଣଙ୍କର ଶୁଣିବାର କ୍ଷମତା ପୂର୍ବ ଅପେକ୍ଷା କମ୍ ହୋଇଯାଇଛି ଏବଂ ଆପଣ ଏହି ବିଷୟରେ ଜାଣି ନାହାନ୍ତି । ପ୍ରୋଗ୍ରାମରେ ହାଇ ସାଉଣ୍ଡ ଡିଜେ ବଜାଯାଏ । ୬୦ ଡେସିବଲରୁ ଅଧିକ ଶବ୍ଦ ଆମ କାନ ପାଇଁ କ୍ଷତିକାରକ । ୭୦ ରୁ ୮୦ ଡେସିବଲ୍ ମଧ୍ୟରେ ଶବ୍ଦର କ୍ରମାଗତ ଏକ୍ସପୋଜର୍ ବଧିରତା ସୃଷ୍ଟି କରେ । ଯଦି ଆପଣ ଗୋଟେ ମାସରେ ୨୦ ମିନିଟ ପାଇଁ ୯୦ ଡେସିବଲରୁ ଅଧିକ ସାଉଣ୍ଡରେ ୨୦ ଥର ମଧ୍ୟ ଶୁଣୁଛନ୍ତି ତେବେ ଏହା ଦ୍ୱାରା ଆପଣଙ୍କ ଶ୍ରବଣ ଶକ୍ତି ହ୍ରାସ ହୋଇପାରେ ।

ଯଦି ଶ୍ରବଣ ଶକ୍ତିର ଚିକିତ୍ସା କରାନଯାଏ, ତେବେ ଏହା ସ୍ଥାୟୀ ରୋଗର କାରଣ ହୋଇପାରେ । କ୍ରୋଧ, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ବାନ୍ତି ଏବଂ ଡିପ୍ରେସନ ହୋଇପାରେ । ଜଣେ ବ୍ୟକ୍ତି ଉଚ୍ଚ-ରକ୍ତଚାପର ଶିକାର ମଧ୍ୟ ହୋଇପାରେ । ଇୟରଫୋନରୁ ବାହାରୁଥିବା ବୈଦ୍ୟୁତିକ ଚୁମ୍ବକୀୟ ତରଙ୍ଗ ମଧ୍ୟ ମୁଣ୍ଡବିନ୍ଧା ଏବଂ ଅନିଦ୍ରା ସୃଷ୍ଟି କରେ ।

ଏହି କାରଣରୁ ପିଲାମାନଙ୍କର ଶିଖିବାର କ୍ଷମତା ମଧ୍ୟ ପ୍ରଭାବିତ ହୋଇଥାଏ । ତାଙ୍କର ରିଡିଂ ପରଫର୍ମାନ୍ସ ଏବଂ ବୁଝିବାର କ୍ଷମତା ମଧ୍ୟ ଏହି କାରଣରୁ ହ୍ରାସ ପାଉଛି । ଡକ୍ଟରଙ୍କ ମତ ଅନୁଯାୟୀ ଆପଣ ଇୟରଫୋନରେ ଗୀତ ଶୁଣିବା ପରେ କାନ ସଫା କରନ୍ତୁ ଏବଂ ଯଦି କାନକୁ କମ ଶୁଣାଯାଉଛି ଏବଂ ଦରଜ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+