ପିଲାମାନେ ବୟସ୍କଙ୍କ ଟୁଥ୍ ବ୍ରସ ବ୍ୟବହାର କରୁଛନ୍ତି କି ?
ପାର୍ଟିର ସଚ୍ଛତାକୁ ଅଧିକ ଗମ୍ଭୀରତାର ସହ ନେବା ଆବଶ୍ୟକ । ବିଶେଷକରି ପିଲାମାନଙ୍କ ପାଟିର ଯତ୍ନ ସଠିକ୍ ଉପାୟରେ ନେବା ନିତ୍ୟାନ୍ତ ଜରୁରୀ। ଏଥିପାଇଁ ପିଲାମାନେ ବ୍ୟବହାର କରୁଥିବା ଟୁଥ ବ୍ରଶ ପ୍ରତି ଧ୍ୟାନ ଦେବା ଉଚିତ । ସାଧାରଣତଃ ଭାରତୀୟମାନେ ନିଜ ପିଲାଙ୍କ ପାଇଁ ସମାନ ପ୍ରକାରର ଟୁଥ୍ ବ୍ରଶ ବାଛିଥାନ୍ତି ।
ଯାହାକୁ ବୟସ୍କମାନେ ବ୍ୟବହାର କରିଥାନ୍ତି ସେମିତି ବ୍ରଶ ପିଲାଙ୍କ ପାଇଁ ମଧ୍ୟ ଆଣିଥାନ୍ତି । ଏପରି କରିବା ଦ୍ୱାରା ଟଥ୍ ବ୍ରଶ ପିଲାଙ୍କ ପାଇଁ ଫିଟ୍ ହୋଇ ନ ଥାଏ । କାରଣ ଶିଶୁର ପାଟି, ଦାନ୍ତ, ଜିଭ ସମେତ ବୟସ୍କଙ୍କ ତୁଳନାରେ ଅଧିକ କୋମଳ ଅଟେ । ତେଣୁ ଏଥିରୁ ଦୂରେଇ ରହିବା ଦରକାର ।

ବୟସ୍କଙ୍କ ତୁଳନାରେ ଶିଶୁଙ୍କର ପାଟି ଛୋଟ । ଅଭିଭାବକମାନେ ଏପରି ଏକ ଟୁଥ ବ୍ରଶ ବାଛିବା ଉଚିତ ଯାହାକି ପିଲାଙ୍କ ପାଟିରେ ଆରାମରେ ଫିଟ୍ ହେବ ଏବଂ ସେମାନେ ଭଲ ଭାବରେ ବ୍ରଶ କରିପାରିବେ । ବୟସ୍କମାନଙ୍କ ବ୍ରଶ ସାଧାରଣତଃ ଟାଣ ହୋଇଥାଏ । ଏହାକୁ ଶିଶୁମାନେ ବ୍ୟବହାର କଲେ ପାଟିରେ ଆଘାତ ଲାଗେ ।
ତେଣୁ ଶିଶୁମାନଙ୍କ ପାଇଁ ସର୍ବଦା ନରମ, ଗୋଲାକାର, ପଲିସ ଟୁଥିବଶ ବାଛିବା ଦରକାର। ଏପରିକି ହ୍ୟାଣ୍ଡେଲର ଆକାର ଏବଂ ଡିଜାଇନ ଏପରି ହେବା ଉଚିତ ଯେ, ପିଲାଟି ସହଜ ପରିଚାଳନା ପାଇଁ ଟୁଥବ୍ରଶକୁ ଆରାମରେ ଧରିପାରିବ । ଶିଶୁର ଛୋଟ ହାତ ପାଇଁ ଡିଜାଇନ ହୋଇଥିବା ଟୁଥବ୍ରଶ ବାଛନ୍ତୁ ।
ଏବେ ବଜାରରେ ପିଲାମାନଙ୍କ ପାଇଁ ଲାଇଟ୍, ମ୍ୟୁଜିକ କିମ୍ବା ହ୍ୟାଣ୍ଡେଲରେ ଖୋଦିତ ସେମାନଙ୍କର ପ୍ରିୟ କାର୍ଟୁନ ଚିତ୍ର ଥିବା ବ୍ରଶ୍ ଆସିଲାଣି । ଏପରି ବ୍ରଶ ଦେଲେ ସେମାନଙ୍କୁ ଖୁସି ହିଁ ଲାଗିଥାଏ । ପିଲାମାନଙ୍କୁ ଅତି କମ୍ରେ ଦୁଇ ମିନିଟ ପାଇଁ ବ୍ରଶ କରିବାକୁ ଉତ୍ସାହିତ କରନ୍ତୁ । ୩ ମାସରେ ଥରେ ବ୍ରଶ୍ ବଦଳାନ୍ତୁ ।












Click it and Unblock the Notifications