ବଢୁଛି ଅନୁଭବ ମହାନ୍ତିଙ୍କ 'ଚାରିଧାମ' ଫିଲ୍ମର କ୍ରେଜ; ଭାଙ୍ଗିବ 'ବୋଉ ବୁଟୁ ଭୂତ' ରେକର୍ଡ, କମାଇଲା ଏତିକି ଟଙ୍କା
ବଢୁଛି ଅନୁଭବ ମହାନ୍ତିଙ୍କ ଓଡ଼ିଆ ଫିଲ୍ମ 'ଚାରିଧାମ' କ୍ରେଜ । ଫିଲ୍ମ ଗତ 25ରେ ରିଲିଜ ହୋଇଥିବା ବେଳେ ଦଜିନକୁ ଦିନ ଫିଲ୍ମକୁ ନେଇ ଲୋକପ୍ରିୟତା ବଢିବାରେ ଲାଗିଛି । ବାପା ଓ ମାଆଙ୍କ ଉପରେ ନିର୍ମିତ ଏହି ଫିଲ୍ମକୁ ଲୋକେ ପସନ୍ଦ କରିବା ସହ ଅନୁଭବଙ୍କୁ ପୁଣି ପରଦାରେ ଦେଖି ଉତ୍ସାହିତ ଦର୍ଶକ । ତେବେ କେବଳ ଏତିକି ନୁହେଁ ଫିଲ୍ମ ବମ୍ପର କଲେକ୍ସନ ସହ ଏକ ମାଇଲଖୁଣ୍ଟ ମଧ୍ୟ ସ୍ଥାପନ କରିଛି । ରିଲିଜର ସପ୍ତାହକରେ 6 କୋଟିରୁ ଅଧିକ ଆୟ କରି ବନିଛି ସର୍ବାଧିକ ଆୟ କରିଥିବା 2ୟ ଓଡ଼ିଆ ଫିଲ୍ମ ।
'ଚାରିଧାମ' ଫିଲ୍ମ ବିଷୟରେ କହିବାକୁ ଗଲେ, ଫିଲ୍ମକୁ ନିର୍ଦ୍ଦେଶକ ତାପସ ସରଗରିଆ ନିର୍ଦ୍ଦେଶନା ଦେଇଛନ୍ତି । ହିମାଦ୍ରି ତନୟା ଦାସ ଏହାକୁ ପ୍ରଯୋଜନା କରିଛନ୍ତି । ଏଥିରେ ମୁଖ୍ୟ ଭୂମିକାରେ ଅନୁଭବ ନଜର ଆସିବାକୁ ଥିବା ବେଳେ ତାଙ୍କ ବିପକ୍ଷରେ ଅନୁରାଧା ପାଣିଗ୍ରାହୀ ନଜର ଆସିବେ । ଅନୁଭବ ଓ ଅନୁରାଧାଙ୍କ ସମେତ ଏହି ଫିଲ୍ମରେ ସୁକାନ୍ତ ରାଧା, ଅଶୋକ ଦାସ, ମମତା ତ୍ରିପାଠୀ, ପ୍ରଦ୍ୟୁମନା ଲେଙ୍କା, ଆଶିଷ (ଗୁଲୁଆ), ସୁଜିତ ପାଇକରାୟ, ଶକ୍ତି ବାରଲା ଏବଂ କାଳିଆ ଷଣ୍ଢ ନଜର ଆସିଛନ୍ତି । ଏଥିସହ କ୍ୟାମେରା କୁଇନ ପ୍ରଡକ୍ସନ ବ୍ୟାନରରେ ଏହି ଚଳଚିତ୍ରଟି ପ୍ରସ୍ତୁତ ହୋଇଥିବା ବେଳେ ପ୍ରଯୋଜନା କରିଛନ୍ତି ହିମାଦ୍ରୀ ତନୟା ଦାସ । ବାପା ମା'ଙ୍କ ପ୍ରତି ଥିବା ପିଲାଙ୍କର ଭଲପାଇବା କର୍ତ୍ତବ୍ୟ ସହ ବାପା ମାଆ କିଭଳି ଆମ ପାଇଁ ଚଳନ୍ତି ଦେବତା ସାଜିଥାନ୍ତି, ତାଙ୍କ ପରାମର୍ଶ ଆମକୁ କ'ଣ ଶିକ୍ଷା ଦିଏ ଆଉ ତାଙ୍କ ସ୍ନେହ ପ୍ରେମ ଭଲପାଇବା କେଉଁ ସ୍ତରକୁ ମଣିଷକୁ ନେଇ ଯାଏ ଜୀବନ ବାସ୍ତବତାର ସେହି ସବୁ ସ୍ତର ଏଥିରେ ଦେଖିବାକୁ ମିଳିଛି ।
'ଚାରିଧାମ' ବକ୍ସ ଅଫିସ କଲେକ୍ସନ
ନିର୍ମାତାଙ୍କ ଫିଲ୍ମର କଲେକ୍ସନ ନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ସେ ସେୟାର କରିଥିବା ପୋଷ୍ଟରରେ ଫିଲ୍ମ ପ୍ରଥମ ସପ୍ତାହରେ ଭାରତରେ 6.38 କୋଟି ଆୟ କରିଥିବା ଜଣାପଡିଛି । ଏହା ସେୟାର କରି ସେ ଲେଖିଛନ୍ତି, ''କଠିନ ପରିଶ୍ରମ ଫଳ ଦିଏ । ପ୍ରଥମ ସପ୍ତାହର ସର୍ବଭାରତୀୟ ମୋଟ କଲେକ୍ସନ 6.38 କୋଟିରୁ ଅଧିକ । ଏକ ପ୍ରକୃତ ଚାମ୍ପିଅନ ସମସ୍ତଙ୍କ ଉପରେ ଉଠିଯାଏ ।'' କହିରଖୁଛୁ କି, ପ୍ରଥମ ଦିନରେ ଏହି ଫିଲ୍ମ 61.21 ଲକ୍ଷ, ଦ୍ୱିତୀୟ ଦିନ 76.39 ଲକ୍ଷ ଓ ତୃତୀୟ ଦିନ 89.56 ଲକ୍ଷ ଆୟ କରିଥିଲା । ଫିଲ୍ମ 25 ରେ ରିଲିଜ ହୋଇଥିବା ବେଳେ ପ୍ରଥମ ସପ୍ତାହରେ 6 କୋଟିରୁ ଅଧିକ ଆୟ କରି ସଫଳତା ହାତେଇଛି ।

'ବୋଉ ବୁଟୁ ଭୂତ' କଲେକ୍ସନ
ସୂଚନା ଥାଉ କି, ବାବୁସାନ ମହାନ୍ତିଙ୍କ 'ବୋଉ ବୁଟୁ ଭୂତ' ଫିଲ୍ମ ପ୍ରଥମ ସପ୍ତାହରେ 7 କୋଟି ପାର୍ କରିଛି । ଏହା 51 ଲକ୍ଷ ସହ ଫିଲ୍ମ ଓପନିଂ କରିଥିବା ବେଳେ 2ୟ ଦିନ 41 ଲକ୍ଷ ଆୟ କରିଥିଲା । ଏହା ପରେ ରଜରେ ଫିଲ୍ମ କୋଟି କୋଟି ଟଙ୍କା ଆୟ କଲା । 3ୟ, 4ର୍ଥ ଓ 5ମ ଦିନ 1.17, 1.53 ଓ 1.14 କୋଟି ଆୟ କରିଥିଲା । 6ଷ୍ଠ ଓ 7ମ ଦିନରେ ଫିଲ୍ମ 93 ଓ 78 ଳକ୍ଷ ଆୟ କରିଥିଲା । ତେବେ ନିର୍ମାତାଙ୍କ ଅନୁଯାୟୀ ଫିଲ୍ମର ଏକ ସପ୍ତାହରେ ମୋଟ 7.15 କୋଟି ଆୟ କରି ପ୍ରଥମ ସର୍ବାଧିକ ଆୟ କରିଥିବା ଓଡ଼ିଆ ଫିଲ୍ମ ବନିଥିଲା । ଏହି ଅନୁସାରେ, ଚାରିଧାମ ବର୍ତ୍ତମାନ ଦ୍ୱିତୀୟ ସର୍ବାଧିକ ଓଡ଼ିଆ ଫିଲ୍ମ ହୋଇଛି ।












Click it and Unblock the Notifications