ଶରୀରର ଏଭଳି ସମସ୍ୟା ଦୂର କରେ ଗୁଜୁରାତି
ଗୁଜୁରାତି ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଥାଏ। ଖାଦ୍ୟକୁ ସ୍ବାଦିଷ୍ଟ ଏବଂ ସୁଗନ୍ଧିତ କରିବା ପାଇଁ ଗୁଜୁରାତିର ବ୍ୟବହାର କରାଯାଇଥାଏ। ଏହା ମୁଖ ଦୁର୍ଗନ୍ଧ ମଧ୍ୟ ଦୂର କରେ। ଏଥିସହିତ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଜାଣନ୍ତୁ ଏ ସମ୍ପର୍କରେ... କୋଲେଷ୍ଟରଲ : ଗୁଜୁରାତି ଖାଲି ମସଲା ନୁହେଁ ଏଥିରେ ଔଷଧୀୟ ଗୁଣ ଭରିରହିଛି। କୋଲେଷ୍ଟରଲ ସମସ୍ୟା ଥିଲେ ଏହାକୁ ପ୍ରତିଦିନ ଚା' ପିଇବା ସମୟରେ ବ୍ୟବହାର କରନ୍ତୁ। ଏହା ଶରୀରରୁ କୋଲେଷ୍ଟରଲ କମାଇବାରେ ସହାୟକ ହେବ।
ବାନ୍ତି : ଗୁଜୁରାତିକୁ ପାଣିରେ ଭିଜାଇ ସେହି ପାଣି ଫୁଟାଇ ପିଇଲେ ବାନ୍ତି ଭଲ ହୋଇଥାଏ। ଗର୍ଭାବସ୍ଥା ସମୟରେ ବାରମ୍ବାର ଆସୁଥିବା ବାନ୍ତିକୁ ମଧ୍ୟ ଗୁଜୁରାତି ରୋକିଥାଏ। ଗାଡ଼ିମୋଟରରେ ଯିବା ସମୟରେ ବାନ୍ତି ହେଉଥିଲେ ସାଥୀରେ ଗୁଜୁରାତି ପାଣି ନେଇ କି ଯାଆନ୍ତୁ। ଏହାକୁ ପିଇଲେ ବାନ୍ତି ବନ୍ଦ ହୋଇଥାଏ।
ମୁଖବ୍ରଣ : ମୁହଁରେ ବ୍ରଣ ହେଉଥିଲେ ଗୁଜୁରାତିକୁ ଗୁଣ୍ଡ କରି ଏହାର ପେଷ୍ଟ ଲଗାଇଲେ ବ୍ରଣ ଦୂର ହୋଇଥାଏ।

ଚର୍ମରୋଗ : ମେଡିସିନ ଖାଇଲା ପରେ ଯଦି ଚର୍ମରୋଗ ଭଲ ହେଉନାହିଁ ତେବେ ଗୁଜୁରାତିକୁ ଗୁଣ୍ଡ କରି ଏହାର ପାଣି ଶରୀରରେ ସ୍ପ୍ରେ କରନ୍ତୁ। ତୁରନ୍ତ ଚର୍ମରୋଗ ସମସ୍ୟା ଦୂରେଇ ଯିବ।












Click it and Unblock the Notifications