ବିହାରର ଆଶ୍ଚର୍ଯ୍ୟଜନକ କାରନାମା! ଘର କାନ୍ଥରେ ପୁରେଇ ଦେଲେ 11 KV ବିଦ୍ୟୁତ ତାର
ବିହାରର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ୍ ହେଉଛି, ଯାହାକୁ ଦେଖି ଯେକୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ଏବଂ ସ୍ତବ୍ଧ ହୋଇଯିବେ। ଭିଡିଓରେ ଏକ 11 କିଲୋୱାଟ୍ ଉଚ୍ଚ-ଭୋଲଟେଜ୍ ବିଦ୍ୟୁତ୍ ତାର ଏକ କାନ୍ଥ ଭିତରେ ପୋତା ଯାଇଥିବା ଏବଂ ଏହା ଚାରିପାଖରେ ନିର୍ମିତ ସମ୍ପୂର୍ଣ୍ଣ ଘର ଦେଖାଯାଉଛି। ଏହା ବ୍ୟତୀତ, ଏହି ତାର ଘରର ପୁଲ ସହିତ ସଂଯୁକ୍ତ, ଯାହା ଯେକୌଣସି ସମୟରେ ଏକ ବଡ଼ ଦୁର୍ଘଟଣା ଘଟାଇପାରେ।
ଏହି ପରିସ୍ଥିତି ବୈଦ୍ୟୁତିକ ସୁରକ୍ଷା ଏବଂ କୋଠା ନିୟମାବଳୀକୁ ଅଣଦେଖା କରିବାର ଏକ ଗମ୍ଭୀର ଉଦାହରଣ। ସୁରକ୍ଷା ବ୍ୟବସ୍ଥା ବିନା ଘର ଭିତରେ ଉଚ୍ଚ-ଭୋଲଟେଜ୍ ତାର ଲଗାଇବା କେବଳ ବାସିନ୍ଦାଙ୍କ ପାଇଁ ନୁହେଁ ବରଂ ନିକଟରେ ରହୁଥିବା ଲୋକଙ୍କ ପାଇଁ ମଧ୍ୟ ଘାତକ ହୋଇପାରେ।

ଭିଡିଓ ଫୁଟେଜରେ ବିଦ୍ୟୁତ ତାର ବିଲ୍ଡିଂର କାନ୍ଥ ଓ ଛାତର ଖୁବ୍ ନିକଟରେ ଦେଖାଯାଉଛି। ଏହା ଅତ୍ୟନ୍ତ ବିପଦଜନକ, କାରଣ ୧୧ କେଭି ତାରରେ ବହୁମାତ୍ରାରେ ବିଦ୍ୟୁତ ପ୍ରବାହୀତ ହୋଇଥାଏ। ଏଣୁ ଏହି ବିଦ୍ୟୁତ ଲାଇନକୁ ସାଧାରଣତଃ ଆବାସୀୟ କ୍ଷେତ୍ରରୁ ଦୂରରେ ରଖା ଯାଏ। ଭିଡିଓରୁ ସ୍ପଷ୍ଟ ହୋଇ ପାରୁନି ଘରର ନିର୍ମାଣ କେବେ ହୋଇଥିଲା, ସେହିପରି ବିଦ୍ୟୁତ ତାର ଘରର ନିର୍ମାଣ ପରେ ନା ପୂର୍ବରୁ ବିଛା ଯାଇଛି ତାହା ବି ସ୍ପଷ୍ଟ ଜଣାପଡୁ ନାହିଁ। ତେବେ ଅନଲାଇନରେ ଭିଡିଓକୁ ଲୋକେ ସମାଲୋଚନା କରୁଛନ୍ତି।
WTF!! In Bihar, an 11 kV high-voltage power line was enclosed inside a wall and a house was built around it. pic.twitter.com/yINWRk237l
— Aditya (@Warlock_Aditya) February 17, 2026
କେତେକ ୟୁଜର ୧୧ କେଭି ତାରର ଏପରି ସ୍ଥିତିକୁ ଦେଖି କ୍ରୋଧିତ ହେଉଛନ୍ତି। କାରଣ ଏପରି ବିଦ୍ୟୁତ ଲାଇନ ଆଖାପାଖରେ ଘର ନିର୍ମାଣ କରିବା ମାନବ ଜୀବନ, ସୁରକ୍ଷା କୋଡ ଓ ଏପରିକି ବିଦ୍ୟୁତ ନିୟମ ପ୍ରତି ଶୂନ୍ୟ ସମ୍ମାନ ଦର୍ଶାଉଥିବା ନେଟିଜେନ୍ସ କହିଛନ୍ତି। ଏଣୁ ମାମଲାର ତୁରନ୍ତ ସମାଧାନ ନିତ୍ୟାନ୍ତ ଆବଶ୍ୟକ ବୋଲି ୟୁଜର ଲେଖିଛନ୍ତି। ତେବେ ଭାଇରାଲ ଭଡିଓ ସମ୍ପର୍କରେ ସ୍ଥାନୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ଆସି ନାହିଁ। ହେଲେ ହାଇଭୋଲଟେଜ ତାରରୁ ସୁରକ୍ଷିତ ଦୂରତା ଅବଲମ୍ବନ କରାନଗଲେ ବିପଦ ଉପୁଜିପାରେ ବୋଲି କହୁଛନ୍ତି।
ଏପରି ତାରର ସିଧା ସମ୍ପର୍କରେ ଆସିଲେ ପୋଡିଯିବା, ବିଦ୍ୟୁତ ଆଘାତ ଲାଗିବା ଓ ଅନ୍ୟ ଗୁରୁତର ଦୁର୍ଘଟଣାର ସମ୍ଭାବନା ରହିଛି। ସିଧା ସମ୍ପର୍କରେ ନ ଆସିଲେ ବି ବିଦ୍ୟୁତ ଚାର୍ଜ ହୋଇଯିବାର ମଧ୍ୟ ଅନେକ ଭୟ ରହୁଛି। ଖାସ କରି ବର୍ଷା ଓ ଶୀତ କାକର ଦିନରେ ଏପରି ଦୁର୍ଘଟଣାର ଭୟ ସର୍ବାଧିକ। ଏଣୁ ବିଶେଷଜ୍ଞମାନେ ସାଧାରଣତଃ ହାଇଭୋଲଟେଜ୍ ଲାଇନ ନିକଟରେ ଗୃହ ନିର୍ମାଣ ନ କରିବାକୁ ପରାମର୍ଶ ଦେଇଥାନ୍ତି। ଏହି ଭିଡିଓ ଅପଲୋଡ ହେବା ପରଠାରୁ ଏ ପର୍ଯ୍ୟନ୍ତ ୧ଲକ୍ଷ ୯୨ ହଜାର ଥର ଦେଖାଯାଇ ସାରିଲାଣି।












Click it and Unblock the Notifications