Get Updates
Get notified of breaking news, exclusive insights, and must-see stories!

ବାସି ରୁଟିର ଚମତ୍କାରୀ ଫାଇଦା: ଏଥିରେ ଥିବା ପୋଷକ ତତ୍ତ୍ବ ଅନେକ ରୋଗକୁ କରିଥାଏ ଦୂର

ସୁସ୍ଥ ଶରୀର ପାଇଁ କିଏ ବା ନ ଚାହେଁ । କାହିଁକିନା ସ୍ବାସ୍ଥ୍ୟକୁ ସମ୍ପଦ ବୋଲି କୁହାଯାଇଥାଏ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ସେମାନଙ୍କ ସ୍ବାସ୍ଥ୍ୟକୁ ନେଇ ସଚେତନ ରହିଥାନ୍ତି । ନିଜ ଖାଇବାକୁ ନେଇ ମଧ୍ୟ କିଛି ଲୋକ ଅଡୁଆରେ ପଡିଥାନ୍ତି । କାରଣ ପ୍ରାୟତଃ ଲୋକ ସଠିକ୍ ଖାଦ୍ୟ ପ୍ରଣାଳୀ ସମ୍ପର୍କରେ ଜାଣି ନଥାନ୍ତି ।

ସାଧାରଣତଃ ରାତି ଖାଇବାରେ ସମସ୍ତେ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି । ବେଳେବେଳେ ରାତିରେ ହୋଇଥିବା ରୁଟି ସକାଳୁ ବଳକା ରହିଯାଇଥାଏ । ତେଣୁ ଅନେକ ଲୋକ ଏହାକୁ ଫିଙ୍ଗି ଦେଇଥାନ୍ତି ତ ଆଉ ପୁଣି କିଏ ଗାଈ କିମ୍ବା କୁକୁରକୁ ଖାଇବାକୁ ଦେଇଦେଇଥାନ୍ତି । କିନ୍ତୁ ବାସି ରୁଟିକୁ ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି ମନାଯାଇଥାଏ । ବାସି ରୁଟିରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଅଛି । ଯାହା ଆପଣଙ୍କୁ ଖୁବ ଫାଇଦା ଦେଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ତାଜା ରୁଟି ଅପେକ୍ଷା ବାସି ରୁଟି ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ ।

Amazing benefits of stale bread

ବାସି ରୁଟିରେ ସାଧାରଣତଃ ଭିଟାମିନ୍ସ , ମିନେରାଲ୍ସ , କ୍ୟାଲସିୟମ୍ , ଫସଫରସ୍ , ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ଭଳି ପୋଷାକ ତତ୍ତ୍ବ ଭରପୁର ମାତ୍ରାରେ ରହିଥାଏ । ବିନା ତେଲରେ ରୁଟି ପ୍ରସ୍ତୁତ ହେଉଥିବାରୁ ଏହା ସ୍ବାସ୍ଥ୍ୟପ୍ରଦ ଅଟେ । ତେଣୁ ଏହାକୁ ସକାଳ ଜଳଖିଆ ଭାବେ ଖାଇପାରିବେ । ଏହା ଖାଇଲେ ହଜମ ପ୍ରକ୍ରିୟା ଭଲ ରଖିବା ସହ ବ୍ଲଡପ୍ରେସର ଏବଂ ଓଜନ ନିୟନ୍ତ୍ରଣ ମଧ୍ୟ କରିଥାଏ ।ବାସି ରୁଟି ୧୨ ଘଣ୍ଟା ଯାଏଁ ଥଣ୍ଡା ସ୍ଥାନରେ ରହିଲେ, ଏହାର କମ୍ପୋଜିସନ ବଦଳିଯାଏ । ଯାହାଦ୍ୱାରା ଅନେକ ସ୍ବାସ୍ଥ୍ୟଗତ ଫାଇଦା ମିଳିଥାଏ । ଏହା ଶରୀରରେ ଭଲ ବ୍ୟାକ୍ଟେରିଆ ସଂଖ୍ୟା ବଢାଇବା ସହିତ ହଜମ କରିବାରେ ସାହାଯ୍ୟ କରେ । ତେବେ ଆସନ୍ତୁ ଏହାର ଫାଇଦା ସମ୍ପର୍କରେ ଜାଣିବା ।

ବାସିରୁଟିରୁ ପ୍ରଚୁର ପରିମାଣର ପ୍ରୋଟିନ ମିଳିଥାଏ । ଯାହା ଭଲ ମସଲସ୍ ବନାଇବା ସହ ଶରୀରକୁ ଶକ୍ତି ଯୋଗାଇଥାଏ । ଏଥିରେ କାର୍ବୋହାଇଡ୍ରେଟ୍ ଗୁଣ ଥିବାରୁ ଦୁର୍ବଳ ଏବଂ ଥକ୍କାପଣକୁ ଦୂର କରିଥାଏ । ହଜମ ଜନିତ ସମସ୍ୟା ପାଇଁ ବାସିରୁଟି ବେଷ୍ଟ ହୋଇଥାଏ । ଏଥିରେ ଫାଇବର ଥିବାରୁ ଗ୍ୟାସ, ପେଟ ଫୁଲିବା ଭଳି ସମସ୍ୟାରୁ ମଧ୍ୟ ଆରାମ ମିଳିଥାଏ ।

ଏତିକି ନୁହେଁ ବରଂ ଏହାକୁ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ । ଏହା ବ୍ୟତୀତ ରକ୍ତ ପ୍ରବାହକୁ ଠିକ୍ କରି ଶ୍ବାସନଳୀ ବ୍ଲକେଜକୁ ଦୂର କରିଥାଏ । ଯେଉଁମାନଙ୍କର ଶରୀରର ତାପମାତ୍ରା ଅନିୟନ୍ତ୍ରିତ ରହିଥାଏ ସେମାନଙ୍କ ପାଇଁ ବାସିରୁଟି ଉପଯୋଗୀ ହୋଇଥାଏ । ଡାଇବେଟିସ ରୋଗୀଙ୍କ ପାଇଁ ଲାଭକାରୀ ହୋଇଥାଏ ବାସି ରୁଟି ।

ଆମର ସାଧାରଣତଃ ଭିଟାମିନ୍ ଅଭାବ ଦେଖାଦେଇଥାଏ । ଯାହାକୁ ଖାଇବା ଦ୍ବାରା ଭିଟାମିନ୍ ଅଭାବ ଦୂର କରିବା ସହିତ ମୁଣ୍ଡବିନ୍ଧାରୁ ମଧ୍ୟ ଛୁଟକାରା ଦେଇଥାଏ । ଏଥିରେ କ୍ୟାଲସିୟମ ମଜବୁତ ହାଡ଼ ଗଠନ କରିବାରେ ସହାୟକ କରେ । ତେଣୁ ବାସି ରୁଟିକୁ ଜଳଖିଆ ପାଇଁ ଲାଭକାରୀ ବୋଲି ବିବେଚେନା କରାଯାଏ । ଏହି ସବୁ ସମସ୍ୟା ଦେଖାଦେଉଥିଲେ ପ୍ରତିଦିନ ବାସି ରୁଟିକୁ ନିଜ ଖାଇବା ଲିଷ୍ଟରେ ସାମିଲ୍ କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+