ରୋଷେଇ କଲା ବେଳେ ଘଟୁଛି ଏହି ସବୁ ଘଟଣା, ଆସିପାରେ ବଡ ବିପଦ
ରୋଷେଇ ଘରେ କାମ କରିବା ବେଳେ ହାତରୁ ଜିନିଷ ଖସିବା ସାଧାରଣ ଘଟଣା। ରୋଷେଇ କରିବା ବେଳେ କ୍ଷୀର ଉତୁରିଯିବା, ଖାଦ୍ୟ ପୋଡ଼ିଯିବା ବି ପ୍ରାୟତଃ ସମସ୍ତଙ୍କ ଘରେ ହୋଇଥାଏ। ମାତ୍ର ଆପଣ ଜାଣିଛନ୍ତି କି, ରୋଷେଇ ଘରେ ଏପରି କିଛି ଜିନିଷ ଅଛି ଯାହାକି ବାରମ୍ବାର ହାତରୁ ଖସିବା ଅର୍ଥ ଆପଣଙ୍କ ଜୀବନରେ କିଛି ବଡ଼ ବିପଦ ଘନେଇ ଆସୁଛି। ଅର୍ଥାତ ଆପଣଙ୍କ ଜୀବନରେ ସବୁ କିଛି ଠିକ୍ ନାହିଁ । ହଠାତ୍ ଘଟିପାରେ କିଛି ଅଘଟଣ। ତେଣୁ ଏପରି ସୂଚନା ପାଇଲେ ଆଗୁଆ ସତର୍କ ହୋଇଯିବା ଭଲ।

-ରୋଷେଇ କରିବା ବେଳେ କେବେହେଲେ ହାତରୁ ଲୁଣ ଖସିଯିବା ଭଲ ଲକ୍ଷଣ ନୁହେଁ। ଏହା ଚନ୍ଦ୍ର ତଥା ଶୁକ୍ର ଗ୍ରହଙ୍କ ପ୍ରତିନିଧିତ୍ୱ କରିଥାନ୍ତି। ତେଣୁ ବାରମ୍ବାର ହାତରୁ ଲୁଣ ଖସିବା ଶୁଭ ଲକ୍ଷଣ ନୁହେଁ। ଏପରି ବାରମ୍ବାର ହେଲେ ଆପଣ ଖୁବ୍ ଶୀଘ୍ର ଏକ ବଡ଼ ସମସ୍ୟାରେ ପଡ଼ିବେ ବୋଲି ଜାଣି ରଖନ୍ତୁ।
-ସେହିପରି ଚୁଲାରେ କ୍ଷୀର ଗରମ କରୁଥିଲେ ତାହା ଉତୁରିଯିବା ଶୁଭ ଲକ୍ଷଣ ନୁହେଁ। କାରଣ କ୍ଷୀରର ସମ୍ପର୍କ ଚନ୍ଦ୍ର ସହ ଥାଏ। କ୍ଷୀର ବାରମ୍ବାର ଉତୁରିବା ଅର୍ଥ ଆପଣଙ୍କ ଚନ୍ଦ୍ର ଗ୍ରହ ଦୁର୍ବଳ ହୋଇ ପଡ଼ିଥିବା ସୂଚନା ଦିଏ।
-ସେହିପରି ରୋଷେଇ ସମୟରେ ସୋରିଷ ତେଲ ତଳେ ପଡ଼ିବା ବି ଶୁଭ ଲକ୍ଷଣ ନୁହେଁ। କାରଣ ସୋରିଷ ତେଲର ସମ୍ପର୍କ ଶନି ଦେବତା ସହ ଥାଏ। ତେଣୁ ବିନା କାରଣରେ ହାତରୁ ସୋରିଷ ତେଲ ଖସିବା ଶୁଭ ସଙ୍କେତ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏପରି ହେଲେ ଆପଣଙ୍କ ଉପରେ ଶନିଙ୍କ କୋପ ପଡ଼ିବାର ଆଶଙ୍କା ଅଧିକ ବଢ଼ିଯାଏ ।












Click it and Unblock the Notifications