ଏହି ସବୁ ମସଲାରେ ରହିଛି ରୋଗ ପ୍ରତିରୋଧକ ଶକ୍ତି
କଣ ଆପଣ ଜାଣିଛନ୍ତି ମୁଠାଏ ମସଲା ଆପଣଙ୍କୁ ଅନେକ ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ। ମସଲା ପ୍ରତ୍ୟେକ ଭାରତୀୟ ରୋଷେଇର ଏକ ମହତ୍ତ୍ୱପୂର୍ଣ ଅଂଶ। ଏଠାରେ କିଛି ମସଲା ବିଷୟରେ କୁହାଯାଇଛି ଯାହା ଆପଣଙ୍କୁ ବିଭିନ୍ନ ସ୍ଥିତିରେ ଲଢ଼ିବାକୁ ସାହାଯ୍ୟ କରିପାରିବ ।
ହଳଦୀ : ହଳଦୀ ଔଷଧୀୟ ଗୁଣରେ ଭରପୂର। ଅନେକ ଯୁଗରୁ ଏହାକୁ ଔଷଧୀୟ ପ୍ରୟୋଜନରେ ବ୍ୟବହାର କରାଯାଉଛି । ହଳଦୀମିଶା କ୍ଷୀର ସବୁଠାରୁ ଭଲ ଉପାୟ । ଏହା କକ୍ୟୁମିନ୍ ନାମକ ଏକ ଯୌଗିକ ପଦାର୍ଥରେ ଭରପୂର। ଏହା ଟାଇପ୍ -୨ ଡ଼ାଇବେଟିସ୍ ଓ କ୍ୟାନ୍ସର ସହିତ ଲଢ଼ିବାରେ ସାହାଯ୍ୟ କରେ । ହୃଦୟଜନିତ ରୋଗ, ଫୁଲିବା ଇତ୍ୟାଦିରେ ମଧ୍ୟ ଏହା ରୋଗ ପ୍ରତିଶେଧକ ଭାବରେ ସାହାଯ୍ୟ କରେ ।
ଅଦା: ଅଦାରେ ବହୁତ ବାସ୍ନା ଓ ସ୍ୱାଦ ଅଛି । ଏହା ଅନେକ ଖାଦ୍ୟ ପଦାର୍ଥ ଓ ବିଶେଷ ରୂପରେ ଚା'ର ସ୍ୱାଦ ପାଇଁ ବ୍ୟବହାର କରାଯାଇଥାଏ। ଏହା ସେବନ କରିବା ଦ୍ୱାରା ଶରୀର ଫୁଲିବା ରୋଗ କମ୍ ହୋଇଥାଏ।
ଜାଇଫଳ: ଏହା ଜଏଣ୍ଟ ପେନ୍ ଓ ମାଂଶପେଶୀରେ ହେଉଥିବା ବ୍ୟଥା ପାଇଁ ସାହାଯ୍ୟ କରେ । ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ସାହାଯ୍ୟକାରୀ । ଠିକ୍ ଭାବରେ ନିଦ ଆସିବାରେ ମଧ୍ୟ ସାହାଯ୍ୟ କରେ । ମୁଖରୁ ଆସୁଥିବା ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ଏହା ସାହାଯ୍ୟ କରେ । ବ୍ଲଡ଼୍ ପ୍ରେସର ରୋଗୀ ପାଇଁ ମଧ୍ୟ ଏହା ଫଳପ୍ରଦ ।
ଜିରା: ଏହା ଆଣ୍ଟିଅକ୍ସି ଡ଼େଣ୍ଟ ଓ ଆଣ୍ଟିଇନ୍ ପ୍ଲାମେଟ୍ରୀ ଗୁଣରେ ଭରପୂର। ଗବେଷଣାରୁ ଜଣାପଡ଼ିଛି ଯେ ଏହା ଟ୍ୟୁମରର ବିକାଶକୁ ବନ୍ଦ କରିବାରେ ମଧ୍ୟ ସାହାଯ୍ୟ କରେ । ଏହା ପିତ୍ତ ଏସିଡ଼୍ ଓ ଅନ୍ୟ ପାଚନ ଏଞ୍ଜାଇମ୍ର ଉତ୍ପାଦନ କରେ । ଏହା ତ୍ୱଚାର ସାସ୍ଥ୍ୟରେ ବି ସୁଧାର ଆଣିପାରେ।

ଡ଼ାଲଚିନି: ଏହା ହୃଦ୍ରୋଗୀଙ୍କ ପାଇଁ ବେଶ୍ ଲାଭକାରୀ । ଏହା ହରମୋନ୍କୁ ସ୍ୱାଭାବିକ ରୂପରେ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ। ଏହା ଦ୍ୱାରା ବ୍ୟାକ୍ଟେରିଆ ଓ ଫଙ୍ଗଲ୍ ସଂକ୍ରମଣ ଦ୍ୱାରା ବି ବିଜୟପ୍ରାପ୍ତ କରିହୁଏ ।
ଶୁଖିଲା ଲାଲ୍ ଲଙ୍କା: ଏହାକୁ ସେବନ କରିବା ଦ୍ୱାରା ପେଟରେ କ୍ୟାନ୍ସରର ସମ୍ଭାବନାକୁ କମ୍ କରିହୁଏ। ଆପଣଙ୍କ ମେଟାବୋଲିଜିମ୍କୁ ମଧ୍ୟ ବଢ଼େଇପାରେ । ଏହା ଭୋକ କମ୍ କରିବୋରେ ସାହାଯ୍ୟ କରେ ତେଣୁ ଆପଣଙ୍କ ଓଜନ ମଧ୍ୟ କମିଯିବାର ସମ୍ଭାବନା ଅଛି ।












Click it and Unblock the Notifications