ଶରୀରରୁ କମିଯାଉଛି ଏହି ସବୁ ଉପାଦାନ, ଜାଣନ୍ତୁ କିପରି କରିବେ ଉପଚାର ?

ଲୌହ ବା ଆଇରନ, କ୍ୟାଲସିୟମ ଏବଂ ଫୋଲେଟର ଅଭାବ ବେଳେବେଳେ ଶରୀରରେ ଦେଖାଯାଏ । ତେଣୁ ଏହି ତିନି ଉପାଦନ ସ୍ୱାସ୍ଥ୍ୟ ପାଇଁ ନିହାତି ଜରୁରୀ। ଏସବୁର ଅଭାବକୁ ରୋକିବା ପାଇଁ କେଉଁ କେଉଁ ଖାଦ୍ୟ ଗ୍ରହଣ କରିବେ, ଜାଣନ୍ତୁ...

ଲୌହ ଅଭାବକୁ କିପରି ରୋକିବେ

ଲୌହ ଅଭାବକୁ ଦୂର କରିବା ପାଇଁ, ଖାଦ୍ୟରେ ଲୌହଯୁକ୍ତ ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ। ଏଥିପାଇଁ ବିନ୍ସ, ଡାଲି, ଛୋଲେ, ସାଇଟ୍ରସ୍ ଫଳ, ପାଳଙ୍ଗ ଭଳି ଖାଦ୍ୟ ଗ୍ରହଣ କରନ୍ତୁ। ଏହା ବ୍ୟତୀତ ଲୌହ ଅଭାବକୁ ଦୂର କରିବା ପାଇଁ କଖାରୁ ମଞ୍ଜି ଏବଂ କାଜୁ ବାଦାମ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଏ। ଯଦି ଶାକାହାରୀ ନୁହଁନ୍ତି, ତେବେ ରେଡ୍ ମିଟ୍, ସାମୁଦ୍ରିକ ଖାଦ୍ୟ ଏବଂ ମାଂସ ଖାଇପାରିବେ। କିନ୍ତୁ ରେଡ୍ ମିଟ୍ ଖାଇବାକୁ ଚାହୁଁଥିଲେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ୍।

elements are decreasing in the body

କ୍ୟାଲସିୟମ ଅଭାବକୁ ଦୂର କରିବାର ଉପାୟ
କ୍ୟାଲସିୟମ ଅଭାବ ଅସ୍ତି ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। କ୍ୟାଲସିୟମ ଅଭାବରୁ ମୁକ୍ତି ପାଇବା ପାଇଁ ଦୁଗ୍ଧ, ଛେନା, ଦହି, ଘିଅ ଆଦି ଖାଇବା ଆବଶ୍ୟକ। ଏହା ବ୍ୟତୀତ ଟୋଫୁ (ସୋୟା ପନିର)ରେ ଉତ୍ତମ ପରିମାଣର କ୍ୟାଲସିୟମ୍ ମଧ୍ୟ ମିଳିଥାଏ। କ୍ୟାଲସିୟମ ଅଭାବକୁ ଦୂର କରିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ବାଦାମ ଖାଇବାକୁ ପରାମର୍ଶ ଦିଅନ୍ତି।

ଫୋଲେଟ୍ ଅଭାବକୁ କିପରି ଦୂର କରିବେ
ଶରୀରରେ ଫୋଲେଟର ଅଭାବ କାରଣରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଉପୁଜିପାରେ। ଯଦି ଫୋଲେଟ୍ ଅଭାବରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ଡାଏଟରେ ପାଳଙ୍ଗ, ବ୍ରୋକୋଲି ଏବଂ ଉଲକୋବି ଖାଇବା ଉଚିତ୍। କମଳା, ଲେମ୍ବୁ, ଅଙ୍ଗୁର ଏବଂ ଆଭୋକାଡୋରେ ମଧ୍ୟ ଉତ୍ତମ ପରିମାଣର ଫୋଲେଟ୍ ମିଳିଥାଏ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+