ମଦ ପିଇଲେ ହେବନି ହାର୍ଟ ଆଟାକ୍‌ ! ଜାଣନ୍ତୁ କ'ଣ କହୁଛି ଅଧ୍ୟୟନ ?

ମଦ ପିଇଲେ ହେବନି ହାର୍ଟ ଆଟାକ୍‌ ! ଆଜ୍ଞା ଆମେ ସମସ୍ତେ ଜାଣିଛେ ମଦ ଆମ ଦେହ ପାଇଁ ଖରାପ । ମଦ ପିଇଲେ ଆମ ଶରୀର ଖରାପ ହୁଏ । ଏହା ଆମ ସ୍ବାସ୍ଥ୍ୟ ପ୍ରତି ହାନିକାରକ । ମଦ ପିଇବା ଅର୍ଥ ବିଷ ପିଇବା ସମାନ ବୋଲି ଲୋକେ କୁହନ୍ତି । ତେବେ ଏକ ଅଧ୍ୟୟନରୁ ଆସିଛି ଅନେକ ତଥ୍ୟ ସାମ୍ନାକୁ ଆସିଛି ।

ଅଳ୍ପ ମଦ ପିଉଥିବା ବ୍ୟକ୍ତିଙ୍କ କ୍ଷେତ୍ରେ ହାର୍ଟଆଟାକ୍‌ ବା ହୃଦ୍‌ଘାତ ହେବାର ଆଶଙ୍କା କମ୍ । ଯେଉଁ ମହିଳାମାନେ ଦିନକୁ ଗୋଟିଏ ପେଗ୍ ଓ ଯେଉଁ ପୁରୁଷମାନେ ଦିନକୁ ମାତ୍ର ୨ ପେଗ୍‌ ମଦ ପିଅନ୍ତି । ସେମାନଙ୍କୁ ଅତ୍ୟଧିକ ମଦ୍ୟପାନ କରୁଥିବା ଲୋକଙ୍କ ତୁଳନାରେ ହୃଦ୍‌ଘାତ ହେବାର ଆଶଙ୍କା କମ୍ ରହିଥାଏ ।

ସବୁ ଜିନିଷର ମାତ୍ରାଧିକ ସେବନ ବି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ , ସ୍ବଳ୍ପ ମଦ୍ୟପାନକାରୀଙ୍କ ତୁଳନାରେ ଅତ୍ୟଧିକ ମଦ୍ୟପାନ କରୁଥିବା ଲୋକଙ୍କ କ୍ଷେତ୍ରରେ ହୃଦ୍‌ଘାତ ବା ଷ୍ଟ୍ରୋକ୍‌ ଆଶଙ୍କା ଅଧିକ ।

ଆମେରିକାର ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲର ହୃଦ୍‌ରୋଗ ବିଶେଷଜ୍ଞ ଡକ୍ଟର ଅହମ୍ମଦ ତାୱାକୋଲ କହିଛନ୍ତି, ଯେଉଁମାନେ ସ୍ବଳ୍ପ ମାତ୍ରାରେ ମଦ୍ୟପାନ କରନ୍ତି, ସେମାନଙ୍କ ମସ୍ତିଷ୍କ ଏକ ସ୍ବତନ୍ତ୍ର ଧରଣର ପ୍ରୋଟିନ୍ କ୍ଷରଣ ହୋଇଥାଏ । ଯାହା ହୃଦ୍‌ରୋଗ ଆଶଙ୍କାକୁ କମ୍ କରିଥାଏ ।

alchol

ଯେତେବେଳେ ଆମିଗଡାଲ ସକ୍ରିୟ ଥାଏ, ସେତେବେଳେ ସ୍ନାୟୁ ପ୍ରଣାଳୀ ଠିକ୍‌ରେ କାମ କରିଥାଏ । ଫଳରେ ରକ୍ତଚାପ ନିୟନ୍ତ୍ରଣରେ ରୁହେ ଏବଂ ହୃଦ୍‌ସ୍ପନ୍ଦନ ବୃଦ୍ଧିପାଏ । ଆମର ସ୍ବାସ୍ଥ୍ୟାବସ୍ଥା ଭଲ ରୁହେ ।

ଅତ୍ୟଧିକ ଚାପରେ ରହୁଥିବା ଲୋକଙ୍କଠାରେ ହୃଦ୍‌ଘାତର ଆଶଙ୍କା ଅଧିକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସେହିଭଳି ଯେଉଁମାନେ ଅଧିକ ମଦ୍ୟପାନ କରନ୍ତି ସେମାନେ ମଧ୍ୟ ହୃଦଘାତର ଶିକାର ହୋଇଥାନ୍ତି । ଏ ନେଇ ଅନେକ ରିସର୍ଚ୍ଚ ବି ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+