ଅକ୍ଷୟ ତୃତୀୟା ୨୦୨୩: ଜାଣନ୍ତୁ ଶୁଭ ସମୟ, କରନ୍ତୁ ନାହିଁ ଏହି କାର୍ଯ୍ୟ
ଭୁବନେଶ୍ୱର:ବୈଶାଖ ମାସର ଶୁକ୍ଳ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଓଡ଼ିଶାର କୃଷକ ମାନେ ଏହି ଦିନ ବଡ଼ ଶୁଦ୍ଧି ଓ ସିଦ୍ଧିର ସହ ପୂଜାର୍ଚ୍ଚନା କରି କୃଷି କାର୍ଯ୍ୟ ଆରମ୍ଭ କରନ୍ତି । ଅକ୍ଷୟ ତୃତୀୟାକୁ ଶୁଭଦିନ ଭାବେ ବିବେଚନା କରାଯାଏ । ଏହି ଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପରି ଶୁଭକାର୍ଯ୍ୟ ମଧ୍ୟ କରାଯାଏ ।
ଅକ୍ଷିମୁଠି କ'ଣ
କାହିଁ କେଉଁ କାଳୁ ମାନ୍ୟତା ରହିଛି ଯେ ଏହି ଦିନ ଚାଷୀ ହଳଦୀ, ଚନ୍ଦନ, ସିନ୍ଦୂର ଲେପିତ ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ସଜେଇ
ହୁଳହୁଳି ଶଙ୍ଖ ନାଦରେ କ୍ଷେତକୁ ବାହାରିଥାଏ । ସେହିପରି ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ଯେଉଁଠି ସେ ମା ଲକ୍ଷ୍ମୀଙ୍କ ଆରାଧନା କରିଥାଏ, ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କୁହାଯାଏ ।

ଅକ୍ଷୟ ତୃତୀୟା ୨୦୨୩ର ଶୁଭ ସମୟ
ହିନ୍ଦୁ ପାଞ୍ଜି ଅନୁସାରେ, ଚଳିତବର୍ଷ ଏପ୍ରିଲ ୨୨ ତାରିରେ ଅକ୍ଷୟ ତୃତୀୟା ପଡୁଛି । ତୃତୀୟ ତିଥି ଶନିବାର ଅର୍ଥାତ୍ ୨୨ ତାରିଖ ସକାଳ ୦୭.୪୯ ଆରମ୍ଭ ହୋଇ ଏପ୍ରିଲ ୨୩ ତାରିଖ ସକାଳ ୦୭.୪୭ ପର୍ଯ୍ୟନ୍ତ ଚାଲିବ ।
ଅକ୍ଷୟ ତୃତୀୟା ଦିନ କରନ୍ତୁ ନାହିଁ ଏହି କାର୍ଯ୍ୟ
- ଅକ୍ଷୟ ତୃତୀୟା ଦିନ କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ । ଖାଦ୍ୟ ସମାଗ୍ରୀ ନଷ୍ଟ କରନ୍ତୁ ନାହିଁ କି କାହାକୁ ଦିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଜୀବନରେ ଆର୍ଥିକ ସମସ୍ୟା ବୃଦ୍ଧି ପାଇଥାଏ ।
- ଅକ୍ଷୟ ତୃତୀୟା ଦିନ ମଦ୍ୟପାନ, ଜୁଆ ଖେଳିବା, ଚୋରି କରିବା ପରି କାର୍ଯ୍ୟ କରନ୍ତୁ ନାହିଁ । ଯାହାଫଳରେ ଜୀବନରେ ସୁଖ ସମୃଦ୍ଧି କମିଯାଇଥାଏ ।
- ଅକ୍ଷୟ ତୃତୀୟା ଦିନ ସୁନା, ଝାଡୁ, ରୁପା ଆଦି କିଣିବା ଶୁଭ ହୋଇଥିବା ବେଳେ ସୋରିଷ ତେଲ, କଳା କପଡା, କୋଇଲା ଆଦି କିଣିବା ଉଚିତ୍ ନୁହେଁ । ଏପରିକି ଲୁହା, ପ୍ଲାଷ୍ଟିକ୍ ସାମଗ୍ରୀ ମଧ୍ୟ ଘରକୁ ଆଣିବା ଉଚିତ୍ ନୁହେଁ ।












Click it and Unblock the Notifications