ଆସୁଛି ଅକ୍ଷୟ ତୃତୀୟା ; ଏହି ରାଶିର ଲୋକେ ହେବେ ମାଲେମାଲ୍

ଚଳିତ ବର୍ଷ ଅକ୍ଷୟ ତୃତୀୟା ପର୍ବ ଏପ୍ରିଲ ୩୦ରେ ପାଳନ କରାଯିବ । ଜ୍ୟୋତିଷ ଗଣନା ଅନୁସାରେ ଅକ୍ଷୟ ତୃତୀୟାରେ ଚଳିତ ବର୍ଷ ୮୨ ବର୍ଷ ପରେ ଅତ୍ୟନ୍ତ ଶୁଭ ସଂଯୋଗ ହେବାକୁ ଯାଉଛି । ଏହି ଦିନ ସର୍ବାର୍ଥ ସିଦ୍ଧି ଯୋଗ,ଶୋଭନ ଯୋଗ ଓ ରବି ଯୋଗ ହେବାକୁ ଯାଉଛି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ରହିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ ।

Akshay trutiya

ବୃଷ- ଆର୍ଥିକ ଓ ପାରିବାରିକ କ୍ଷେତ୍ରରେ ବିଶେଷ ଲାଭ ମିଳିବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

କର୍କଟ- ନୂଆ ଚାକିରି ମିଳିବାର ଯୋଗ ରହିଛି । ହଠାତ୍‌ ଅଟକି ଥିବା ଧନ ପ୍ରାପ୍ତି ହେବ । ସୁନା-ରୁପା କିଣିବେ ।

ତୁଳା- ଆୟର ନୂଆ ନୂଆ ସ୍ରୋତ ସାମ୍ନାକୁ ଆସିବ । ନୂଆ ଘର ଓ ଗାଡି କିଣିବାର ଯୋଗ ରହିଛି । ଧନ ପ୍ରାପ୍ତି ହେବ ।

ମକର- ନୂଆ ବ୍ୟବସାୟ ଆରମ୍ଭ କରିବେ । ଅଟକି ଥିବା କାମରେ ସଫଳତା ମିଳିବ । ଚାକିରିରେ ସଫଳତା ମିଳିବ । ହଠାତ୍‌ ଧନ ମିଳିବ ।

କୁମ୍ଭ- ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ । ବ୍ୟବସାୟୀ ଲାଭବାନ୍‌ ହେବେ । ଘରେ ହସଖୁସିର ବାତାବରଣ ରହିବ ।
ଅଧିକ ଲାଭ ପାଇବା ପାଇଁ ଅକ୍ଷୟ ତୃତୀୟା ଦିନ ଘରର ମୁଖ୍ୟ ଦ୍ୱାରରେ ଆମ୍ବପତ୍ରର ତୋରଣ ଟାଙ୍ଗି ଦିଅନ୍ତୁ । ମା'ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+