Get Updates
Get notified of breaking news, exclusive insights, and must-see stories!

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଏହି ୪ ଟି ଗୁଣରେ ପୁରୁଷଙ୍କଠାରୁ ବହୁ ଆଗରେ ମହିଳା

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟଙ୍କ ଅର୍ଥନୀତି, କୂଟନୀତି ଏବଂ ରାଜନୀତି ବିଶ୍ୱ ପ୍ରସିଦ୍ଧ, ଯାହା ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ। ଜଣେ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସରଣ କରି ଜୀବନରେ କେବେ ବିଫଳ ହୋଇପାରିବ ନାହିଁ। ଆଜିର ଦିନରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପୂର୍ବ ପରି ପ୍ରଭାବଶାଳୀ ଅଟେ।

'ଚାଣକ୍ୟ ନୀତି'ର ଏକ ପଦରେ ଚାଣକ୍ୟ କହିଛନ୍ତି ଯେ ମହିଳାମାନଙ୍କରେ ଏପରି ଚାରୋଟି ଗୁଣ ଅଛି ଯେଉଁଥିରେ ପୁରୁଷମାନଙ୍କଠାରୁ ଅନେକ ଗୁଣ ଆଗରେ ଅଛନ୍ତି। ଆସନ୍ତୁ ଜାଣିବା ସେହି ୪ ଗୁଣ କେଉଁଗୁଡିକ ...

ଦୁଇଗୁଣ ଭୋକ ଲାଗେ

ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ଭୋକ ଲାଗିଥାଏ। ଖାଦ୍ୟ ଗ୍ରହଣ ଦୃଷ୍ଟିରୁ ସେମାନେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି। ଚାଣକ୍ୟ କହିଛନ୍ତି ଯେ ମହିଳାମାନେ ପୁରୁଷଙ୍କ ତୁଳନାରେ ଦୁଇଗୁଣ ଭୋକିଲା ଅନୁଭବ କରନ୍ତି। କାରଣ ସେମାନଙ୍କ ଶରୀରର ଗଠନ ହେତୁ ମହିଳାମାନେ ଅଧିକ କ୍ୟାଲୋରୀ ଆବଶ୍ୟକ କରନ୍ତି। ସେଥିପାଇଁ ମହିଳାମାନଙ୍କୁ ପୂର୍ଣ୍ଣ ଭୋଜନ କରିବାକୁ ପରାମର୍ଶ ଦିଆଯାଇଥାଏ।

According to Acharya Chanakya

ପୁରୁଷଙ୍କ ଅପେକ୍ଷା ଅଧିକ ଚାଲାକ୍

ମହିଳାମାନଙ୍କର ଦ୍ୱିତୀୟ ଗୁଣ ବିଷୟରେ ବାଖ୍ୟା କରି ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି ଯେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ହେଉଛନ୍ତି ଅଧିକ ଚାଲକ ବା ଚତୁର । ସବୁବେଳେ ମହିଳାମାନେ ନିଜ ଜୀବନର ବହୁ କଠିନ ପରିସ୍ଥିତିକୁ ସମ୍ମୁଖୀନ ହୁଅନ୍ତି। ସେହି ଭିତରୁ ବାହାରିବା କୌଶଳ ମଧ୍ୟ ନିଜ ବୁଦ୍ଧି ଦ୍ବାରା ସେମାନେ ହାସଲ କରିଥାନ୍ତି। ସାଧାରଣତଃ କୁହାଯାଏ ଯେ, ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ଚାଲାକ। ହେଲା ଚାଣକ୍ୟ ଏହାର ବିପରୀତ କଥା କହିଛନ୍ତି।

ପୁରୁଷମାନଙ୍କ ଅପେକ୍ଷା ଅଧିକ ସାହସୀ

ଚାଣକ୍ୟ ନୀତି ଅନୁଯାୟୀ ପୁରୁଷଙ୍କ ତୁଳନାରେ ମହିଳାମାନେ 6 ଗୁଣା ଅଧିକ ସାହସୀ ଅଟନ୍ତି। ମହିଳାମାନେ କୌଣସି ପରିସ୍ଥିତିକୁ ଭୟ କରନ୍ତି ନାହିଁ। ଦୈନ୍ୟନ୍ଦିନ ଜୀବନରେ ସେମାନେ ବିଭିନ୍ନ ସମସ୍ୟାକୁ ମୁକାବିଲା କରି ନିଜ ଶରୀରରେ ସାହାସର ଶକ୍ତିକୁ ହାସଲ କରିଥାନ୍ତି।

ପୁରୁଷଙ୍କ ଅପେକ୍ଷା ଅଧିକ ଯୌନ ଭାବନା

ଚାଣକ୍ୟଙ୍କ ଅନୁଯାୟୀ ମହିଳାମାନଙ୍କର ପୁରୁଷଙ୍କ ଅପେକ୍ଷା ଅଧିକ ଆଠ ଗୁଣ ଯୌନ ଭାବନା ସୃଷ୍ଟି ହୋଇଥାଏ। ଏହି କ୍ଷେତ୍ରରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଭାବନା 8 ଗୁଣ କମ୍ ଅଟେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+