ଖରାଦିନେ କମ ଆସିବ ଏସି ବିଲ୍: ଆପଣନ୍ତୁ ଏହି ନିୟମ
ଗରମ ହେବା ଆରମ୍ଭରୁ କୁଲର ବା ଏସି ଲଗାଇଥାଉ । ସାଧାରଣ ଲୋକ ପାଇଁ ଏସି କିଣିବା ଯେତିକି କଷ୍ଟକର ନୁହେଁ, ଏସି ବିଲ୍ ଗଣିବା ସାଧରଣ ଲୋକର ପକେଟ୍ ଉପରେ ପ୍ରଭାବ ପକାଇଥାଏ। ଏଭଳି କ୍ଷେତ୍ରରେ ଆପଣାନ୍ତୁ କିଛି ସରଳ ଟିପ୍ସ। ଯାହାଦ୍ବାରା ଏସି ଚଲାଇ ମଧ୍ୟ ବିଦ୍ୟୁତ ବିଲ୍ ବେଶୀ ଆସିବ ନାହିଁ ।
ତାପମାତ୍ରାରେ ଧ୍ୟାନ ଦିଅନ୍ତୁ
ସର୍ବପ୍ରଥମେ ଆପଣଙ୍କୁ ଏସି ତାପମାତ୍ରା ଉରେ ଧ୍ୟାନ ଦେବା ଆବଶ୍ୟକ । ଏସିର ତାପମାତ୍ରା 24ରୁ 26 ଡିଗରୀ ସେଲସିୟସରେ ସେଟ୍ କରନ୍ତୁ । ଏହାଦ୍ବାରା 20 ରୁ 30 ପ୍ରତିଶତ ବିଦ୍ୟୁତ ସଞ୍ଚୟ ହୋଇପାରିବ । କିଛି ଲୋକ ଏହି ଭୁଲ ଧାରଣାରେ ଅଛନ୍ତି ଯେ ଏସିର ତାପମାତ୍ରା କମ ରଖିଲେ ବିଦ୍ୟୁତ ବିଲ୍ ବି କମ୍ ଆସିଥାଏ । କିନ୍ତୁ ଯେତେ କମ ତାପମାତ୍ରା ରଖିବେ ବିଲ୍ ସେତେ ଅଧିକ ଆସିବ ।

ସମୟ ମଧ୍ୟରେ ସର୍ଭିଂ କରନ୍ତୁ
ସମୟ ମଧ୍ୟରେ ଏସି ସର୍ଭିସିଂ କରାଇବା ବହୁତ ଜରୁରୀ । ଯଦି ଏଭଳି ନ କରିବା ଏସିର କୁଲିଂ କ୍ଷମତା କମ ହୋଇଯିବ । ଏସିର ଫିଲ୍ଟରକୁ ନିୟମିତ ରୂପେ ସଫା କରିବା ଆବଶ୍ୟକ । ପ୍ରତି 15 ରୁ20 ଦିନ ମଧ୍ୟରେ ଏସି ସଫା କରିବା ଉଚିତ । କାରଣ ଏସିରେ ଗ୍ୟାସ୍ କମ ଥିଲେ ଅଧିକ ବିଦ୍ୟୁତ ଖର୍ଚ୍ଚ ହୋଇଥାଏ । ଏହାର ଅର୍ଥ ଏସି ସଫା କରିବା ପରେ ଗ୍ୟାସ ଲିକ୍ ଯାଞ୍ଚ କରିବା ଆବଶ୍ୟକ ।ଏହା ଛଡା ବର୍ଷକୁ ଦୁଇ ତିନି ଥର ଏସିର ସର୍ଭିସିଂ ନିହାତି କରନ୍ତୁ ।
ଏସି ସହ ପଙ୍ଖା ଚାଲୁ କରନ୍ତୁ
ଅଧିକାଂଶ ଲୋକଙ୍କୁ ଲାଗିଥାଏ ଯେ ଏସି ଚାଲୁ ରଖିଲେ ପଙ୍ଖାର କୌଣସି ଆବଶ୍ୟକତା ପଡିନଥାଏ । କିନ୍ତୁ ଆପଣଙ୍କୁ ଏଭଳି କରିବା ଉଚିତ ନୁହେଁ । ଏସି ସହ ପଙ୍ଖା ଚାଲୁ ରଖିବା ଦ୍ବାରା ଥଣ୍ଡା ପବନ ଚାରିଆଡକୁ ବ୍ୟାପିଥାଏ ଓ ଏସି ଉପରେ କମ ଲୋଡ୍ ପଡିଥାଏ । ଯଦି ପଙ୍ଖା ଚାଲୁ ରୁହେ ତେବେ ଏସିକୁ କମ କାମ କରବାକୁ ପଡିଥାଏ । ଏହାଦ୍ବାରା ବିଦ୍ୟୁତ ବିଲ ମଧ୍ୟ କମ ଆସିଥାଏ ।
ଟାଇମର ସେଟ୍ କରନ୍ତୁ
ରାତିରେ ଶୋଇବା ପୂର୍ବରୁ ଏସିର ଟାଇମର ସେଟ୍ କରିଦିଅନ୍ତୁ । ଏହା ଦ୍ବାରା ଏସି ରାତିଯାକ ଆଉ ଚାଲିବ ନାହିଁ । ଯଦି ଇକୋ ମୋଡର ବ୍ୟବହାର କରନ୍ତି ତେବେ ବିଦ୍ୟୁତ ଆହୁରି ବଞ୍ଚାଇ ପାରିବେ ।
ଝରକା ଓ କବାଟ ବନ୍ଦ ରଖନ୍ତୁ: ଏସି ଚାଲୁ ଥିଲେ ସର୍ବଦା କବାଟ ଝରକା ବନ୍ଦ ରଖନ୍ତୁ । ଏଭଳି କରିବା ଦ୍ବାରା ବାହାରର ଗରମ ପବନ ଭିତରକୁ ଆସିପାରିବ ନାହିଁ । ପରିଣାମସ୍ବରୂପ ବିଦ୍ୟୁତ ବିଲ କମ ଆସିଥାଏ ।
ଦିନବେଳା ଏସିର ବ୍ୟବହାର କମ କରନ୍ତୁ: ଆପଣ ସକାଳ ବା ସନ୍ଧ୍ୟାରେ ପଙ୍ଖା ତଳେ ରହିପାରିବେ । ଏଣୁ ଆବଶ୍ୟକସ୍ଥଳେ ଏସିର ବ୍ୟବହାର 12ଟାରୁ 4ଟା ମଧ୍ୟର କରନ୍ତୁ।
ଆଉଟଡୋର ୟୁନିଟକୁ ଛାଇରେ ରଖନ୍ତୁ: ଯଦି ଏସିର ଆଉଟଡୋର ୟୁନିଟ ଖରାରେ ରୁହେ ତେବେ ଏହା ଗରମ ହୋଇଯାଇଥାଏ । ଏହାଦ୍ବାରା ବିଦ୍ୟୁତ ବିଲ ବଢିଥାଏ । ଯଥାସମ୍ଭବ ଆଉଟଡୋର ୟୁନିଟକୁ ଛାଇରେ ରଖନ୍ତୁ ।
ଟିଭି ବା କମ୍ପ୍ୟୁଟର ବ୍ୟବହାରରୁ ବଞ୍ଚନ୍ତୁ: ଯେତେବେଳେ ଏସି ଚାଲୁ ଅଛି ଟିଭି ବା କମ୍ପ୍ୟୁଟର ବ୍ୟବହାରରୁ ବଞ୍ଚନ୍ତୁ । କାରଣ ଏହି ଉପକରଣ ଅଧିକ ଗରମ ଉତ୍ପର୍ନ୍ନ କରିଥାଏ । ଏହା ଦ୍ବାରା ରୁମ୍କୁ ଥଣ୍ଡା କରିବା ପାଇଁ ଏସିକୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ । ପରିଣାମସ୍ବରୂପ ବିଦ୍ୟୁତ ବିଲ୍ ଅଧିକ ଆସିଥାଏ ।
ଆଡଭାନ୍ସ ଟେକ୍ନୋଲୋଜିର ବ୍ୟବହାର: ସ୍ମାର୍ଟ ଏସି ବା ୱାଇଫାଇ ପ୍ଲଗର ବ୍ୟବହାର କରନ୍ତୁ । ଯାହାକି ଆପଣଙ୍କୁ ମୋବାଇଲରୁ ଏସି ନିୟନ୍ତ୍ରଣ କରିବା ପାଇଁ ଅନୁମତି ଦେଇଥାଏ । ଏହି କାରଣରୁ ଯଦି ଏସି ଚାଲୁଥିବା ଛାଡି ଭୁଲବଶତଃ ବାହାରକୁ ଚାଲି ଯାଆନ୍ତି ସେଠାରୁ ଏସି ବନ୍ଦ କରିପାରିବେ ।
ଇନଭର୍ଟର ଏସି ଚୟନ କରନ୍ତୁ । ଏହାଦ୍ବାରା ବିଦ୍ୟୁତ ବିଲ୍ 30 ରୁ 40 ପ୍ରତିଶତ କମି ଯାଇଥାଏ । ଏହାଛଡା 5 ଷ୍ଟାର ରେଟିଂ ଏସି କିଣନ୍ତୁ ଯାହା ବିଦ୍ୟୁତ ବିଲ କମ ଆସିବାରେ ସହାୟକ ହୋଇଥାଏ ।
Disclaimer: (ଏହି ସୂଚନା କେବଳ ପଢିବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।












Click it and Unblock the Notifications