Aadhar Card Update: ତୁରନ୍ତ କରନ୍ତୁ ଆଧାର କାର୍ଡ ଅପଡେଟ; ଖୁବଶୀଘ୍ର ସରୁଛି ଡେଡ୍ଲାଇନ୍ ! ନଚେତ୍ ...
ଆଧାର କାର୍ଡ ଆମ ପାଇଁ ସବୁଠୁ ଜରୁରୀ ଡକ୍ୟୁମେଣ୍ଟ। ତେବେ ଏହାକୁ ତିଆରି କରିବା ସମୟରେ ଲୋକମାନେ କିଛି ଭୁଲ କରନ୍ତି । ହେଲେ UIDAI ଆଧାର କାର୍ଡ ଅପଡେଟ କରିବାର ଏକ ସୁଯୋଗ ପ୍ରଦାନ କରୁଛି । UIDAI ଆପଣଙ୍କୁ ଆଧାର ମାଗଣାରେ ଅପଡେଟ୍ କରିବାର ସୁଯୋଗ ଦେଉଛି । ଯଦି ଆପଣ ଏହି ତାରିଖ ପର୍ଯ୍ୟନ୍ତ ଆଧାର କାର୍ଡ ଅପଡେଟ୍ କରୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।
ଆଧାର କାର୍ଡଧାରୀଙ୍କୁ ବର୍ତ୍ତମାନ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ ଇଣ୍ଡିଆ (UIDAI) ଦ୍ୱାରା ବହୁତ ସୁବିଧା ଦିଆଯାଉଛି। ଯେଉଁମାନଙ୍କର ଆଧାର କାର୍ଡ ୧୦ ବର୍ଷ ପୁରୁଣା। ସମସ୍ତେ ସେମାନଙ୍କର ଆଧାର କାର୍ଡ ମାଗଣାରେ ଅପଡେଟ କରିପାରିବେ। ମାଗଣା ଆଧାର କାର୍ଡ ଅପଡେଟ ପାଇଁ UIDAI ଡିସେମ୍ବର ୧୪କୁ ଶେଷ ତାରିଖ ଭାବରେ ସ୍ଥିର କରିଛି।

ଆଧାର କାର୍ଡ ଅପଡେଟ କାହିଁକି ଆବଶ୍ୟକ ?
ଆଧାର କାର୍ଡ ଅପଡେଟ ଖର୍ଚ୍ଚ:-
ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଆଧାର କାର୍ଡ ଅପଡେଟ କଲେ ଆପଣ ମାଗଣାରେ କରିପାରିବେ । କିନ୍ତୁ ଡେଡ୍ଲାଇନ ପରେ ଯଦି ଆପଣ ଆଧାର କାର୍ଡ ଅପଡେଟ କରୁଛନ୍ତି ତେବେ ଆପଣ ନିକଟସ୍ଥ ଆଧାର ସେଣ୍ଟରରେ କରିପାରିବେ । ଏଥିଲାଗି ଆପଣଙ୍କୁ ୫୦ ଟଙ୍କା ଦେୟ ଦେବାକୁ ପଡ଼ିବ ।
ଯଦି ଆପଣ ଏହି ତାରିଖ ସୁଦ୍ଧା ଆପଣଙ୍କର ଆଧାର କାର୍ଡ ଅପଡେଟ କରନ୍ତି। ତେବେ ଅପଡେଟ ପାଇଁ ଆପଣଙ୍କୁ ଦେୟ ଦେବାକୁ ପଡିବ ନାହିଁ । ଯଦି ଆଧାର କାର୍ଡକୁ ମାଗଣାରେ ଅପଡେଟ କରିବାକୁ ଚାହୁଁଛନ୍ତି। ତା'ହେଲେଆପଣଙ୍କୁ ଅଫିସିଆଲ ୱେବସାଇଟ https://myaadhaar.uidai.gov.in/du/en_IN କୁ ଯିବାକୁ ପଡିବ।












Click it and Unblock the Notifications